କେବେ ଭାବିଛନ୍ତି ହାତୀ କାହିଁକି ନିଜ ଶୁଣ୍ଢ ସାହାଯ୍ୟରେ ଶରୀରରକୁ ପାଣି ପକାଏ, ଜାଣନ୍ତୁ ଏହା ପଛର ଥିବା ରୋଚକ କାରଣ

ପଶୁ ମାନଙ୍କ ମଧ୍ୟରୁ ହାତୀକୁ ସବୁଠାରୁ ବିଶାଳକାୟ ବୋଲି ପଶୁ ବୋଲି କୁହାଯାଏ। କେବଳ ଶରୀରର ଆକାର ନୁହେଁ ଓଜନରେ ମଧ୍ୟ ସବୁ ପଶୁଙ୍କ ଠାରୁ ଅଧିକ। ଗାଁ ଗହଳିକୁ ହାତୀ ବୁଲିବାକୁ ଆସିଥାଏ ଆଉ ଆପଣ ତାକୁ ନିଶ୍ଚୟ ଦେଖିଥିବେ। ଆପଣ ନିଶ୍ଚିତ ହାତୀକୁ ପୋଖରୀ ଗାଡ଼ିଆରେ ପଶିବାର ଦେଖିଥିବେ ଆଉ ପାଣିରେ ହାତୀ ଖୁବ ମଜା ନିଏ ଆଉ ନିଜ ଶୁଣ୍ଢ ସାହାଯ୍ୟରେ ସେ ତାର ଶରୀରରେ ପାଣି ପକାଏ।ଏହାକୁ ଦେଖି କେବେ ଭାବିଛନ୍ତି ହାତୀ ଏମିତି କାହିଁକି କରିଥାଏ। ଆପଣ ଭାବୁଥିବେ ହାତୀ ଗାଧୋଇବା ପାଇଁ ଏମିତି କରିଥାଏ। କିନ୍ତୁ ବାସ୍ତବରେ ଏହା ପଛରେ ବହୁତ ଆଶ୍ଚର୍ଯ୍ୟକର କାରଣ ରହିଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

hatiହାତୀର ତ୍ୱଚା ବହୁତ ଚମତ୍କାର ଅଟେ। ଏହି ତ୍ୱଚା ସାହାଯ୍ୟରେ ସେ ଶରୀରର ଶୀତଳତା ରଖିଥାଏ। ବିଶାଳକାୟ ଶରୀର ସହିତ ଗରମ ଏବଂ ଶୁଷ୍କ ସ୍ଥାନରେ ରହୁଥିବା ହାତୀର ତ୍ୱଚା ବହୁତ ସୁଖିଲା ପଡିଯାଇଥାଏ। ମଣିଷଙ୍କ ଭଳି ଏମାନଙ୍କର ଝାଳ ବାହାରିବା ଗ୍ରନ୍ଥି ନଥିବା କାରଣରୁ ଏମାନେ ନିଜର ତାପମାନକୁ ନିଜେ ନିୟନ୍ତ୍ରିତ କରିଥାନ୍ତି। ସେହିପରି ଆଉ କିଛି ପଶୁ ଝାଳ ବାହାର କରି ଶରୀରର ତାପମାନ ନିୟନ୍ତ୍ରଣ କରିଥାନ୍ତି ଏବଂ ଆୁ କେତେଜଣ ଉଚ୍ଚ ନିଶ୍ୱାସ ନେଇ ଝାଳ ବୁହାଇବାରେ ସକ୍ଷ ହୋଇଥାନ୍ତି।

elephantବୈଜ୍ଞାନିକମାନେ ହାତୀର ତ୍ୱଚାକୁ କମ୍ପ୍ୟୁଟର ମଡେଲ ଦ୍ୱାରା ବିକସିତ କରି ଜାଣିବାକୁ ପାଇଲେ ଯେ ଯେତେବେଳେ ବି କୌଣସି ଯାନ୍ତ୍ରିକ ଚାପ ପଡିଥାଏ ତେବେ ସେମାନଙ୍କର ତ୍ୱଚାରୁ ଝାଳ ଉତ୍ପନ୍ନ ହୋଇଥାଏ। ଏପରି କଲେ ହାତୀ ଶରୀରରେ ତାପମାନ ନିୟନ୍ତ୍ରଣ କରିବାକୁ ନାଟକୀୟ ପ୍ରଭାବ ପକାଇଥାଏ। ତେଣୁ ହାତୀ ନିଜ ଶରୀରର ତାପମାନକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜ ଶୁଣ୍ଢ ସାହାଯ୍ୟରେ ଶରୀରରେ ପାଣି ପକାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.