ଆଜିଠୁ ପୁରୀ-କୋଣାର୍କ ରୋଡ୍‌ ରାମଚଣ୍ଡୀ ମୁହାଣରେ ଅନୁଷ୍ଠିତ ହେବ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ପୁରୀ: ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ରାମଚଣ୍ଡୀ ମୁହାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ । ଆଜିଠୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ ୪.୮୨ କୋଟି ଟଙ୍କା । ଉତ୍ସବ ସ୍ଥଳୀକୁ ତିନିଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପାଖରେ ସର୍ବସାଧାରଣ, ଅନ୍ୟ ପାଖରେ କଟେଜ୍‌ରେ ରହିବା ପାଇଁ ବୁକିଂ କରିଥିବା ଅତିଥି ରହିବେ । ସେହିପରି ଅନ୍ୟ ଏକ ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଣ୍ଡପ ହୋଇଛି । ଅତିଥିଙ୍କ ରହଣୀ ପାଇଁ ୫୦ଟି କଟେଜ୍ ନିର୍ମାଣ କରାଯାଇଛି ।

marina driveଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିପାରିବ । ଏହାର ଦର ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ମିଳିବ । ସଂଧ୍ୟାରେ କଟେଜ୍ ଅତିଥିଙ୍କ ପାଇଁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତି ଶନିବାର ଷ୍ଟାର ନାଇଟ୍ ହେବ । ବଲିଉଡ୍ କଣ୍ଠଶିଳ୍ପୀ ଓ ରକ୍ ବ୍ୟାଣ୍ଡ ଏଥିରେ ଯୋଗଦେବେ । ସେହିପରି ସ୍ଥାନୀୟ ଲୋକଙ୍କ ପ୍ରବେଶ ପାଇଁ ୫୦ ଟଙ୍କା ଟିକେଟ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.