Below header

କୁଶ ଗ୍ରହଣ ଅମାବାସ୍ୟାର ମହତ୍ବ, ଆଜି କଣ କରିବେ

ଆଜି ହେଉଛି କୁଶ ଗ୍ରହଣୀ ଅମାବାସ୍ୟା । ଏହି ଦିନ ଦେବ ଓ ପିତୃ କାର୍ଯ୍ୟ କରାଯାଏ । ଆଜିର ଦିନରେ ବ୍ରତ, ପୂଜା, ତର୍ପଣ ଆଦି କଲେ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପ୍ରାପ୍ତ ହୁଏ । ଏହା ସହିତ ଦାନ ପୁଣ୍ୟ କରିବା ଉଚିତ । ଆଜିର ଦିନରେ କୁଶ ପୂଜା କଲେ ଭଲ ଫଳ ପ୍ରାପ୍ତି ହୋଇଥାଏ । ପ୍ରାୟ ୧୦ ପ୍ରକାର କୁଶ ଉପଲବଧ ହୁଏ । ତେବେ ଯେଉଁ କୁଶ ସହଜରେ ମିଳୁଛି ତାକୁ ନେଇ ମଧ୍ୟ ପୂଜା କରିହେବ । ନିୟମ ଅନୁସାରେ ସୂର୍ଯ୍ୟୋଦୟ ସମୟରେ କୁଶ ତୋଳିବା ବା ଓପାଡ଼ିବା ଉଚିତ । ‘ହୁଂ ଫୁଟ୍’ ମନ୍ତ୍ରରେ କୁଶ ତୋଳିବା ଉଚିତ । ଏହାର ଅଗ ତୀକ୍ଷଣ ରହିବା ଦରକାର । ସାତଟି ପତ୍ର ଥିବା କୁଶ ସର୍ବୋତ୍ତମ ବୋଲି କୁହାଯାଏ । କୁଶରେ ଅନେକ ଧାର୍ମିକ କାର୍ଯ୍ୟ କରାଯାଇଥାଏ ।

ସେହିପରି ଏହି ଅମାବାସ୍ୟାକୁ ପିଥୋରା ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ଦିନ ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଏବଂ ପରିବାରର ମଙ୍ଗଳ ପାଇଁ ବ୍ରତ ରଖନ୍ତି । ମା ଦୁର୍ଗାଙ୍କ ସମେତ ସପ୍ତ ମାତୃକା ଏବଂ ୬୪ ଯୋଗିନୀଙ୍କ ପୂଜା କରାଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.