ଦୀର୍ଘ ୨୮ ବର୍ଷପରେ ହଠାତ୍‌ ଜଳାର୍ଣ୍ଣବ ହେଲା ଏଲିଡନ୍‌ ହ୍ରଦ, ସମସ୍ତେ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲିଆର ଏଲିଡନ୍‌ ହ୍ରଦରେ,୨୮ ବର୍ଷ ପରେ ପ୍ରବଳ ବର୍ଷା କାରଣରୁ ହ୍ରଦଟି ପାଣିରେ ପୂର୍ଣ୍ଣ ହେଇଯାଇଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଛନ୍ତି। ଦୀର୍ଘ ୨୮ ବର୍ଷେ ପରେ ଏହି ହ୍ରଦରେ ପ୍ରବଳ ବର୍ଷା କାରଣରୁ ହ୍ରଦରେ ପାଣି ଫୁଲ ହୋଇ ରହିଛି। ଏହା ଅଷ୍ଟ୍ରେଲିଆରେ ଥିବା ଏକ ହ୍ରଦ। ଏତେ ପାଣି ଭର୍ତ୍ତି ହୋଇଛି ଯେ ନିଜର କ୍ଷମତା ଠାରୁ ଅଧିକ ପରିମାଣରେ ଜଳ ଧାରଣ କରିଛି। ଏହି ହ୍ରଦର ପୂର୍ବ ଫଟୋ ଏବଂ ପର ସମୟର ଫଟୋକୁ ଦେଖିଲେ ବିଶ୍ୱାସ କରିହେବ ନାହିଁ।

ଯଦି ଆପଣ ୧୫ ବର୍ଷ ପୂର୍ବର ଫଟୋ ସହିତ ତୁଳନା କରିବେ ତେବେ ବହୁତ ତଫାତ ଦେଖିବାକୁ ପାଇବେ। ୨୦୦୭ ମସିହାରେ ଅର୍ଥାତ୍‌ ୧୫ ବର୍ଷ ପୂର୍ବରୁ ଏହି ହ୍ରଦରେ ମାତ୍ର ୫.୩ ପ୍ରତିଶତ ପାଣି ମହଜୁଦ ରହୁଥିଲା କିନ୍ତୁ ଏବେ ହ୍ରଦ ନିଜ କ୍ଷମତାଠାରୁ ଅଧିକ ୧୦୦.୪% ପାଣି ଧାରଣ କରିଛି। ଏହା ୨୮ ବର୍ଷ ପୂର୍ବରୁ ଏହି ପରି ପାଣି ଧାରଣ କରିଥିଲା ଏହି ହ୍ରଦଟି ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅବସ୍ଥିତ।

ମୁଖ୍ୟତଃ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହି ଅକ୍ଟୋବର ସମୟରେ ଜଙ୍ଘଲରେ ନିଆଁ ଲାଗିଯାଇଥାଏ,କିନ୍ତୁ ଏବେ ଏହି ବର୍ଷା ଧନ ଜୀବନକୁ ପ୍ରଭାବିତ କରିଛି।
ଭିକ୍ଟୋରିଆ ଅଞ୍ଚଳରେ ଅଧିକ ବର୍ଷ କାରଣରୁ ଭିକ୍ଟୋରିଆର ନ୍ୟୁ ସାଉଥ ଏବଂ ସଦର୍ଣ୍ଣ ତସ୍‌ମାନିଆ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେ ଡ୍ୟାମ ମଧ୍ୟ ଓଭର ଫ୍ଲୋ ହେଉଛି। ଡାର୍ଟମାଉଥ ଡ୍ୟାମ୍‌ରେ ମଧ୍ୟ ଦୀର୍ଘ ୨୬ ବର୍ଷ ପରେ ପରେ ଜଳଧାରଣ କ୍ଷମତାକୁ ପାର କରିଛି।୧୭ ଅକ୍ଟୋବରରେ ଥମ୍‌ସନ୍‌ ଡ୍ୟାମ୍‌ ଜଳଧାରର କ୍ଷମତା୯୯.୨% ରହିଛି।
ତେବେ ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଅସନ୍ତା ସପ୍ତାହରେ ୨୦୦ ମି.ମି ବର୍ଷା ହେବାର ଆକଳନ କରାଯାଇଛି। ପାଣି ପାଗ ବିଭାଗର ବିଶେଷଜ୍ଞ ବେନ୍‌ ଡୋମେନ୍‌ସିନୋ କହିଛନ୍ତି,ଅଷ୍ଟ୍ରଲିଆର ପୂର୍ବ ଏବଂ ଦକ୍ଷିଣ ଏବଂ ଦକ୍ଷିଣ –ପୂର୍ବ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ଏବଂ ପାଗ ଖରାପ ଯୋଗୁଁ ଅନେକ ରାଜ୍ୟରେ ପାଣିର ସମସ୍ୟା ଦେଖାଯିବ। ଅଷ୍ଟ୍ରେଲିଆରେ ପୂର୍ବ ସପ୍ତାହରେ ଭିକ୍ଟୋରିଆ ଏବଂ ନ୍ୟୁ ସାଉଥ େଓ୍ଵଲ୍‌ସ ଅଞ୍ଚଳର ବନ୍ୟାର ଭାସି ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୨ଜଣ ନିଖୋଜ ମଧ୍ୟ ଥିଲେ। ଭିକ୍ଟୋରିଆର ଷ୍ଟେଟ୍‌ ଏମରଜେନ୍‌ସି ସର୍ଭିସ୍‌ର ଚିଫ୍‌ ଅପରେଟିଂ ଅଫିସର ଟିମ୍‌ ବାଇବକ ଲୋକମାନଙ୍କୁ ସଚେତନ ରହିବା ପାଇଁ ଉପଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.