ପ୍ଲାଷ୍ଟିକ ଡବାରେ ଫସିଲା ଚିତାବାଘର ମୁଣ୍ଡ, କ୍ୟାମେରାକୁ ଦେଖି ସାହାଯ୍ୟ ପାଇଁ ହେଲା କଲବଲ

ବାଘ ବେକରେ ଫସିଲା ପ୍ଲାଷ୍ଟିକ ଡବା। ବାସ୍‌ ତାପରେ ତ ବାଘ ମୁଣ୍ଡ ଗୋଲ ଆଉ। ଏପଟେ ସେପଟ ଇଆଡେ ସିଆଡେ ହୋଇ ଦୌଡିବାକୁ ଲାଗିଲା ବାଘ। ଏହାର ଭିଡିଓ ବି ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଭିଡିଓ ଦେଖିବା ପୂର୍ବରୁ ଆସନ୍ତୁ ଜାଣିନେବା ପୂରା ଘଟଣା।

ଯଦି କଥା କହିପାରୁନଥିବେ ଜୀବଜନ୍ତୁଙ୍କୁ ଜଣାଥାନ୍ତା ଯେ କଣ ଠିକ କଣ ଭୂଲ,ତାହେଲେ ବୋଧହୁଏ ସେମାନଙ୍କ ହାତରେ ଆଜି ସ୍ମାର୍ଟଫୋନ୍‌ ଥାଆନ୍ତା। ସେମାନେ ବି ମଣିଷଙ୍କ ଭଳି ଆଡଭାନ୍ସ ହୋଇଥାନ୍ତେ। ନିଜ ବୁଦ୍ଧି ପାଇଁ ମଣିଷ ଏବେ ଦୁନିଆରେ ରାଜ କରୁଛି। ନିଜ ବୁଦ୍ଧି ବଳରେ ନିଜ ହିସାବରେ ଜୀବନ ଜିଉଁଛି ମଣିଷ। ସେଥିପାଇଁ ନିଜ ମନ ଇଚ୍ଛା କାମ କରୁଛି ମଣିଷ। ଯେଉଁଠି ଅଳିଆ ପକାଇବା କଥା ସେଠି ନପକାଇ ଯେଉଁଠି ସେଇଠି ପକାଇ ଦେଉଛନ୍ତି, ଆଉ ତାର ଶିକାର ହେଉଛନ୍ତି ନିରୀହ ପ୍ରାଣୀ। ଅଳିଆ ଭାବି ପକାଇ ଆସିଥିବା ଆବର୍ଜନା ଆଜି ଗୋଟେ ନୀରିହ ପ୍ରାଣୀ ଗଳାର ଫାସ ହୋଇଯାଇଛି। ଏକ ପ୍ଲାଷ୍ଟିକ ଡବା ଗୋଟେ ଚିତା ବାଘକୁ ଏକଦମ୍‌ ନାକେଦମ କରିଦେଇଛି।

ଏହି ଘଟଣା ହେଉଛି ମହାରାଷ୍ଟ୍ର ଥାନେ ଜିଲ୍ଲା ବଦଲାପୁରର। ଏଠାରେ ଜଙ୍ଗଲରେ ଏକ ଚିତାବାଘ ଗଳାରେ ଏକ ପ୍ଲାଷ୍ଟିକ ଡବା ଫସିଯାଇଛି। ଯାହାପରେ ସେ ଚାରିଆଡେ ପ୍ରାଣ ବଞ୍ଚାଇବାକୁ ଦୌଡୁଛି। ଚିତାବାଘର ଏପରି ଅବସ୍ଥା ଦେଖି ବନଅଧିକାରୀ ତାର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଲେ। ତେବେ ବନ ଅଧିକାରୀ ଜଣଙ୍କ ଚିତାବାଘର ଅବସ୍ଥାକୁ କଏଦ କରିଛନ୍ତି। ପ୍ରାୟ ୭୦ ଜଣ ଅଧିକାରୀ ଏହି ଚିତାବାଘକୁ ଖୋଜୁଛନ୍ତି। ଆଉ ସେ କହିଛନ୍ତି ଯେ ଜଲଦି ହିଁ ଚିତାବାଘ ମୁଣ୍ଡରୁ ପ୍ଲାଷ୍ଟିକର ଏହି ବକ୍ସ ହଟାଇ ଦିଆଯିବ।

ତେବେ ବର୍ତ୍ତମାନ ସୁଦ୍ଧା ଏହା ଜଣାପଡିନି ଯେ ଚିତାବାଘ ମୁଣ୍ଡରେ ଏହି ପ୍ଳାଷ୍ଟିକ ଡବା ପସିଲା କେମିତି। ନିହାତି ଭାବେ ଲୋକମାନେ ହିଁ କିଛି ଅଳିଆ ଆବର୍ଜନା ପକାଇଥିବେ ଯାହାପରେ ଖାଦ୍ୟ ଲୋଭରେ ବାଘଟି ଆଜି ଏଇ ଅବସ୍ଥା ଭୋଗିଛ। ତେଣୁ ଲୋକମାନଙ୍କୁ ଅନୁରୋଧ ଯେଊଁଠି ନାହିଁ ସେଇଠି ଅଳିଆ ପକାନ୍ତୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.