ପୁଅ ଝିଅ ତ ଗୋଟେ ବେଡରୁମରେ ରହୁଛନ୍ତି, କିନ୍ତୁ ଜାଣିଛନ୍ତି କି କେବେ ଠାରୁ ଆରମ୍ଭ ହୋଇଛି ଏହି ଲିଭ ଇନ୍‌ ରିଲେସନସିପ୍‌

ସୋସିଆଲ ମିଡିଆରେ ଲୋକଙ୍କ କହିବା କଥା ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଏକ ସାମାଜିକ ଓ ସାସ୍କୃତି ପରିବର୍ତ୍ତନର ଆରମ୍ଭ । ତେବେ ଆସନ୍ତୁ ଜାଣିବା ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର କେବେ ଆରମ୍ଭ ହେଲେ ଓ ଭାରତୀୟ ସମାଜରେ ଏହା କିପରି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଲୋକଙ୍କ କହିବା କଥା ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଏକ ସାମାଜିକ ଓ ସାସ୍କୃତି ପରିବର୍ତ୍ତନର ଆରମ୍ଭ । ଯାହା ଭାରତୀୟ ସମାଜରେ ଏକ ନୂଆ ସମ୍ପର୍କ ଗଢିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛି । ତେବେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର ଆରମ୍ଭ ବିଭିନ୍ନ କାରଣରୁ ହୋଇଛି । ପଶ୍ଚିମ ସାମାଜିକ ପ୍ରଣାଳୀର ପ୍ରଭାବ ଏଥିରେ ସାମିଲ ରହିଛି, ଯେଉଁଥିରେ ସମସ୍ତ ବ୍ୟାକ୍ତି ନିଜର ସ୍ୱାଧିନତା ପାଇବା ସହ ନିଜ ପସନ୍ଦର ଲୋକଙ୍କୁ ମଧ୍ୟ ବାଛି ପାରିବ । ଏହା ସହ ଏହା ଆର୍ଥିକ ସ୍ୱତନ୍ତ୍ରତା, ଶିକ୍ଷାର ବୃଦ୍ଧି ଓ ସମାଜରେ ମହିଳାଙ୍କ ସ୍ଥାନକୁ ଏକାସହିତ ଜଡିତ ରହିଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଜାଣିବା ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର କେବେ ଆରମ୍ଭ ହେଲେ ଓ ଭାରତୀୟ ସମାଜରେ ଏହା କିପରି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।

ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ଚିନ୍ତାଧାରା :
ସୂଚନା ଅନୁସାରେ, କୁହାଯାଉଛି ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଭାରତୀୟ ସମାଜରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିଛି । ତେବେ ଏହା ପୂର୍ବରୁ ସାମାଜରେ ଲୋକମାନେ ଏହାର ବିପକ୍ଷରେ ଥିଲେ । ହେଲେ ଏବେ ଲୋକମାନେ ମଧ୍ୟରେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ନେଇ ଚିନ୍ତାଧାରା ବଦଳି ଗଲାଣି । ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଏବେ ଭାରତୀୟ ସମାଜରେ ଏକ ସ୍ୱାଭାବିକ ଓ ଗ୍ରହଣୀୟ ସମ୍ପର୍କ ଭାବେ ବିବେଚନା କରାଯାଏ । ଏହା ଏକ ସାମାଜିକ ବିବାଦ ହୋଇଛି, ହେଲେ ଧିରେ ଧିରେ ଲୋକମାନେ ଏହାକୁ ସାମାଜର ପରିବର୍ତ୍ତନ ଭାବେ ଗ୍ରହଣ କରିନେଉଛନ୍ତି । କୁହାଯାଉଛି ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଭାରତୀୟ ସମାଜକୁ ଆଗକୁ ନେବାରେ ଏକ ଯୋଗଦାନ ରହିଛି ।

ଭାରତରେ କେବେ ଆରମ୍ଭ ହୋଇଛି :
୧୯୭୮ ମସିହାରେ ଭାରତରେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ଆଇନଗତ ଅନୁମୋଦନ ମିଳିଛି । ସୁପ୍ରିମ୍‌କୋଟ ପ୍ରଥମ ଥର ପାଇଁ ବଦ୍ରି ପ୍ରସାଦ ବନାମ ଡାଇରେକ୍ଟର ଅଫ କନ୍ସୋଲିଡେସନ୍ କେସରେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ଆଇନ୍‌ଗତ ଭାବେ ବିବେଚନା କରିଥିଲେ । ଏହା ପରେ ୨୦୧୦ରେ ମହିଳଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ବେଳେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କକୁ ଆଇନ୍‌ଗତ ମାନ୍ୟତା ଦିଆଯାଇଥିଲା । ତେବେ କୋର୍ଟ ଏହାମଧ୍ୟ କହିଛନ୍ତି, ଯେ ଯେଉଁ ମହିଳା ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଅଛନ୍ତି, ସେମାନେ ଘରୋଇ ହିଂସା ଆଇନ ଅନୁଯାୟୀ ସୁରକ୍ଷିତ ଅଛନ୍ତି । ଏହାକୁ ସରଳ ଭାଷାରେ କହିଲେ ଦୁଇ ଜଣ ଲୋକ ପରସ୍ପର ସହ ବିବାହ ନକରି ମଧ୍ୟ ଗୋଟିଏ ଛାତ ତଳେ ରହିପାରିବେ । ସୂଚନା ମୁତାବକ, କେବେ ଠାରୁ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଆରମ୍ଭ ହୋଇଛି, ଏହା ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.