Below header

୩୦ ବର୍ଷ ପରେ ନିଜ ଘରକୁ ଫେରୁଛନ୍ତି ଶନିଦେବ, ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ

ଶନିଦେବ ୩୦ ବର୍ଷ ପରେ ନିଜ ରାଶି ଅର୍ଥାତ୍‌ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନିଙ୍କ ନାମ ଶୁଣିବା ମାତ୍ରେ ମନରେ ଅନେକ ଆଶଙ୍କା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରଅନୁସାରେ ଶନି ବ୍ୟକ୍ତିର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି।

ଏପ୍ରିଲ୍ ୨୯ ଅର୍ଥାତ୍‌ ଆଜିଠାରୁ ଶନି ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ । ଶନି କୁମ୍ଭ ରାଶିରେ ପ୍ରବେଶ କରିବା ପରେ ଅନ୍ୟ ସବୁ ରାଶି ଉପରେ ବେଶ୍‌ ପ୍ରଭାବ ପଡିବ। ହେଲେ ୧୨ ରାଶି ମଧ୍ୟରୁ କିଛି ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ହେବ । ଯେଉଁଥିପାଇଁ ତାଙ୍କ ଭାଗ୍ୟ ଚମକିବ । ତେବେ କେଉଁ କେଉଁ ରାଶିମାନଙ୍କ ସ୍ଥିତି ଭଲ ରହିବ ତାହା ଜାଣନ୍ତୁ ।

ମେଷ ରାଶି: କୁମ୍ଭରେ ଶନିଙ୍କ ପ୍ରବେଶ ହେତୁ ଆପଣଙ୍କ ପାଇଁ ଶୁଭ ଖବର ଆସିବ । ଏହି ସମୟରେ ମେଷ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଦକ୍ଷତା ପାଇବାରେ ସୁଯୋଗ ମିଳିବ । ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ପାରନ୍ତି। ପରିବାରରେ ଖୁସିର ସମୟ ଅତିବାହିତ କରିବେ । କାର୍ଯ୍ୟରେ ସଫଳତା, ଭୂମି, ଘର, ଗାଡି କ୍ରୟ, ଘରେ ମାଙ୍ଗଳିକ କାର୍ଯ୍ୟ ସଂପନ୍ନ ହେବ।

ମିଥୁନ ରାଶି : କୁମ୍ଭ ରାଶିରେ ଗୋଚର କରିବା ପରେ ମିଥୁନ ରାଶିର ନବମ ଭାବରେ ପରିକ୍ରମା କରିବେ ଶନି। ଶନିରଙ୍କ ଏହି ଗୋଚର ଆପଣଙ୍କ କାର୍ଯ୍ୟକ୍ଷେତ୍ରକୁ ପ୍ରଭାବିତ କରିପାରିବେ। ପରିଶ୍ରମର ପୂର୍ଣ୍ଣ ଫଳ ପାଇବ । ଭାଗ୍ୟର ସମର୍ଥନ ମିଳିବ । ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ । ଚାକିରିରେ ପଦୋନ୍ନତି ପାଇବା ପାଇଁ ଏକ ଦୃଢ ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ ସାମିଲ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା ରାଶି : ଶନି ଏହି ରାଶି ଷଷ୍ଠ ଭାବରେ ଗୋଚର କରିବେ। ଫଳ ସ୍ୱରୂପ ଆପଣଙ୍କର ପ୍ରଗତି ତଥା ଉପଲବ୍ଧି ପାଇଁ ବିଶେଷ ରୂପେ ଉଲ୍ଲେଖନୀୟ ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସଫଳ ହେବେ । କର୍ମକ୍ଷେତ୍ରରେ ଆପଣଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହା ଦିନ ଶୁଭମୟ ହେବ ।

shani dev
pc: loksatta

ବିଛା ରାଶି : ଏହି ଦିନ ଚାକିରି ବଦଳାଇବାକୁ ଯୋଜନା କରୁଥିବା ବ୍ୟକ୍ତି ଶୁଭ ଫଳାଫଳ ପାଇପାରିବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଦ୍ବାରା ଖୁସି ଖବର ବା ଭଲ ଫଳାଫଳ ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଏହା ସହିତ ଆର୍ଥିକ ହାନିର ସାମ୍ନା କରିବାକୁ ପଡିପାରେ।

ମୀନ ରାଶି : ମୀନ ରାଶି ଜାତକ ପାଇଁ ସାଢେସାତୀ ମିଶ୍ରିତ ଫଳ ମିଳିବ। ଶାରୀରିକ ପୀଡା, ଆର୍ଥିକ ହାନି, ସାମାଜିକ ବଦନାମୀ, ଦୁର୍ଘଟଣା ତଥା ପରିବାରରେ ବିବାହ ସ୍ଥିତି ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଦୃଢ ହେବ । ଆପଣ ଭଲ ଚାକିରିର ସୁଯୋଗ ପାଇପାରିବେ । ବ୍ୟବସାୟୀମାନେ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.