ଫୁଲବାଣୀ ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା, ପାରିବାରିକ ସମସ୍ୟା କାରଣରୁ ଛାଡିଥିଲେ ପାଠ ପଠା

କନ୍ଧମାଳ (କେନ୍ୟୁଜ): ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା। ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ପୂର୍ବରୁ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନ ଥିଲେ। ପରେ ରାଜନୈତିକ ବ୍ୟସ୍ତତା ଯୋଗୁ ସମୟ ବାହାର କରି ପାରି ନ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ତାଙ୍କର ଘନିଷ୍ଠ ବନ୍ଧୁ ମିଶି ଆଜି ପରୀକ୍ଷା ଦେବାକୁ ଯାଉଛନ୍ତି। ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ଆଜି ଠାରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପରୀକ୍ଷା । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତିଶେଷ ହୋଇଯାଇଛି । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ୨୮ ତାରିଖ ରୁ ଆରମ୍ଭ ହୋଇ ୧୦ ତାରିଖ ରେ ଶେଷ ହେବ । ଜିଲାରେ ମୋଟ ୧୧୬୮୪ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବେ । ସେଥିମଧ୍ୟରୁ ୧୧୦୬୬ ଜଣ ପରୀକ୍ଷାର୍ଥୀ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ତନ୍ମଧରୁ ୯୩ ଜଣ ଏକ୍ସ ରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ପରୀକ୍ଷାର୍ଥୀ କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବେ । ଜିଲାରେ ମୋଟ ୭୫ ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ପରୀକ୍ଷା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନ ପତ୍ର କଡା ସୁରକ୍ଷା ମଧ୍ୟରେ ସାତୋଟି ଥାନାରେ ମହଜୁଦ ଅଛି । କଡା ସୁରକ୍ଷା ଏବଂ କୋବିଡ଼ ଗାଇଡ଼ ଲାଇନ ଅନୁସାରେ ଚଳିତ ବର୍ଷ ଦଶମ ଶେଣୀ ପରୀକ୍ଷା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.