କୁକୁର ନାମରେ ମାଲିକ କରିଦେଲା ୩୬ କୋଟିର ସମ୍ପତ୍ତି, ଜାଣନ୍ତୁ ଏହା ପଛର ସତ୍ଯତା କ’ଣ

କୁହାଯାଏ, କୁକୁର ମଣିଷର ବିଶ୍ବସ୍ତ ପ୍ରାଣୀ। ଏଥିପାଇଁ କିଛି ଲୋକ ନିଜର ପୋଷା କୁକୁରକୁ ପରିବାରର ସଦ୍ଯସ ଭଳି ରଖନ୍ତି। ଆଉ କୁକୁର ଏବଂ ମଣିଷର ବିଭିନ୍ନ ବନ୍ଧୁତ୍ବ କାହାଣୀ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ଏମିତି ଏକ ବଡ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି।

ଆମେରିକାର ନେଶଭିଲେରେ ରହୁଥିବା ଜଣେ ବ୍ୟକ୍ତି ନିଜର ମୃତ୍ୟୁ ପୂର୍ବରୁ ପୋଷା କୁକୁର ନାଁରେ କରିଯାଇଛନ୍ତି ୫୦ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୩୬ କୋଟି ଟଙ୍କାର ସମ୍ପତ୍ତି। ୩୬ କୋଟି ଟଙ୍କାର ମାଲିକ ଏହି କୁକୁର ନାମ ‘ଲୁଲୁ’।

ଲୁଲୁର ଦେଖାଶୁଣା କରୁଥିବା ବର୍ଟନ କହିଛନ୍ତି, କୁକୁର ମାଲିକ ବିଲ୍ ଡୋରିସ୍ ସଫଳ ବ୍ଯବସାୟୀ ଥିଲେ ଓ ଗତ ବର୍ଷ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡୋରିସ ମୃତ୍ୟୁ ପୂର୍ବରୁ ନିଜର ଉତ୍ତରାଧିକାରୀ ଭାବରେ ଲୁଲୁର ଦେଖାଶୁଣା ପାଇଁ ଟଙ୍କା ଜମା କରିବା ସହ ସେଥିରୁ ପ୍ରତିମାସ ଟଙ୍କା ଦେବାର ଇଚ୍ଛା ପ୍ରକାଶ କରିଥିଲେ। ବର୍ଟନ କହିଛନ୍ତି, ଡୋରିସ୍ ଏହି କୁକୁରକୁ ଖୁବ୍ ଭଲ ପାଉଥିଲେ। ମୁଁ ଜାଣିନି ‘ଲୁଲୁ’ର ଦେଖାଶୁଣା କରିବାରେ ସେ ଟଙ୍କା ଖର୍ଚ୍ଚ ହୋଇପାରିବ କି ନାହିଁ। କାରଣ ଲୁଲୁକୁ ଏବେ ୮ ବର୍ଷ। ବର୍ଟନ ପ୍ରତିମାସରେ ଲୁଲୁର ଦେଖାଶୁଣା ପାଇଁ ଆବଶ୍ୟକୀୟ ଟଙ୍କା ବାହାର କରୁଛନ୍ତି। ଡୋରିସ୍ ନିଜର କୁକୁର ପ୍ରତି ଏଭଳି ଭଲ ପାଇବା ଦେଖାଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.