ମା’ ଡାକି ଦେଲେ ବାଜେ ବଇଁଶୀ, ସେହି ସ୍ୱରରେ ବିମୋହିତ ହୋଇଯାନ୍ତି ମଣିଷଠୁ ଆରମ୍ଭ କରି ଗାଈଗୋରୁ

ମାଆ ଡାକି ଦେଲେ ବାଜେ ବଇଁଶୀର ସ୍ୱର ଆଉ ସେହି ବଇଁଶୀର ସ୍ୱରରେ ଚାଲି ଆସନ୍ତି ଗାଈଗୋରୁ । ଏପରି ଏକ ଦୃଢ ବିଶ୍ଵାସରେ ବନ୍ଧା ବୋଲଗଡ ବ୍ଲକ ବେଲପଦର ଗାଁର ଯୋଗୀନାଥ ବେହେରା। ଆଉ ତାଙ୍କର ଏହି ବଇଁଶୀର ସ୍ୱର ଟିକେ ଶୁଣିବା ପାଇଁ ଖାଲି ଗାଈ ଗୋରୁ ନୁହେଁ ଏଠାକୁ ଚାଲି ଆସନ୍ତି ଅନେକ ଶ୍ରୋତା। ବେଲପଦର ଗାଁର ପ୍ରସିଦ୍ଧ ପୀଠ ମାଆ ଡାକଦେବୀଙ୍କୁ ଦର୍ଶନ ସହିତ ଏଠିକାର ପ୍ରାକୃତିକ ପରିବେଶ ଉପଭୋଗ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏ ବିଷୟରେ…
maa dakadevi2ବୋଲଗଡ ବ୍ଲକ ବେଲପଦର ଗାଁର ଯୋଗୀନାଥ ବେହେରା। ପେସାରେ ଜଣେ ଗୋପାଳକ ହେଲେ ନିଶା କିନ୍ତୁ ସଙ୍ଗୀତ। ଟାଇଁ ଟାଇଁ ଖରାରେ ସେ ତାଙ୍କ ଗାଈଗୁଡିକୁ ଜଙ୍ଗଲରେ ଛାଡି ଦେଇ ଚାଲି ଆସନ୍ତି ଗାଁର ଏହି ପ୍ରତ୍ୟକ୍ଷ ଠାକୁରାଣୀ ମାଆ ଡାକଦେବୀଙ୍କ ନିକଟକୁ ଆଉ ସେଠାରେ ମାଆ ଡାକଦେବୀଙ୍କ ଦୈବୀଶକ୍ତି ରେ ବଜାନ୍ତି ତାଙ୍କର ବଇଁଶୀ। ଆଉ ସେହି ବଇଁଶୀର ସ୍ୱରରେ ବିମୋହିତ ବୃକ୍ଷ ଲତା, ଶ୍ରୋତାଙ୍କ ସହିତ ତାଙ୍କର ଗାଈଗୋରୁ। ମାଆଙ୍କ କୃପା ଭିକ୍ଷା କରି ସେ ବଜାଇଥାନ୍ତି ଏହି ବଇଁଶୀ ହେଲେ ସ୍ୱର ଶିଖିବା ପାଇଁ ସେ କେଉଁଠିକୁ ଯାଇନାହାନ୍ତି, ବରଂ ମାଆ ଡାକଦେବୀଙ୍କ ଡାକରେ ସେ ଏହି ବଇଁଶୀକୁ ବଜାଉଥିବା ଦୃଢ ବିଶ୍ୱାସର ସହ କହିଛନ୍ତି।

maa dakadevi3

ବୋଲଗଡ ବେଲପଦର ଗାଁର ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ମାଆ ଡାକଦେବୀ କାହିଁ କେଉଁ କାଳରୁ ଏକ ବିରାଟ କଇଁଆ ଗଛ ମୂଳେ ଖୋଲା ଆକାଶ ତଳେ ପୂଜା ପାଇ ଆସୁଛନ୍ତି। ଆଉ ଏହି ପୀଠର ଚାରିପାଖେ ବଣ ଜଙ୍ଗଲ ଘେରା ସୁନ୍ଦର ପରିବେଶ ଏବଂ ତା ଠାରୁ ବେଶି ଆକର୍ଷିତ କରି ପାରିଛି ଯୋଗୀନାଥ ବେହେରାଙ୍କ ବଇଁଶୀର ସ୍ୱର। ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିବା ସହ ମାଆ ଡାକଦେବୀଙ୍କ ନିକଟରେ ନିଜର ମନକାମନା ଜଣାଇ ପୂରଣ ହେବା ପରେ ଘୋଡା ବସାନ୍ତି। ସେଇଥିପାଇଁ ଦୃଢ ବିଶ୍ୱାସର ପ୍ରତୀକ ଭାବେ ମାଆ ଡାକଦେବୀ ସ୍ଥାନୀୟ ଅଞ୍ଚଳର ବେଶ୍‌ ଖ୍ୟାତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.