ମହାଭାରତ ଶେଷରେ ହୋଇଥିଲା ଭୀଷ୍ମଙ୍କର ଇଚ୍ଛା ମୃତ୍ୟୁ, ଏଭଳି ବରଦାନ ମିଳିବା ପଛରେ ରହିଛି ଏକ ବଡ କାରଣ

ଦ୍ୱାପର ଯୁଗର ହୋଇଥିବା ମହାଭାରତ ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟକ ଚରିତ୍ରଙ୍କର ଜନ୍ମ ପଛରେ ଏକ ସ୍ୱତନ୍ତ୍ର କାହାଣୀ ରହିଛି । ସେ ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ କି ଦ୍ରୋଣ ପୁତ୍ର ଅଶ୍ୱତ୍ଥମା, ସମସ୍ତଙ୍କ ଜନ୍ମ ବୃତ୍ତନ୍ତ ଅତ୍ୟନ୍ତ ରହସ୍ୟମୟ । ବିଶ୍ୱାସ ରହିଛି ଯେ ଧର୍ମର ଜୟ ପାଇଁ ହିଁ ସ୍ୱୟଂ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ସଂରଚନା କରିଥିଲେ । ଏହି ସମୟରେ ବହୁ କମ ଚରିତ୍ରଙ୍କ ଜନ୍ମ ଏଠାରେ ସାଧାରଣ ଭାବେ ହୋଇଥିଲା । ଆଉ ମୃତ୍ୟୁ ମଧ୍ୟ ସାଧାରଣ ଭାବେ ହୋଇଥିଲା କିନ୍ତୁ କେବଳ ଗୋଟିଏ ମାତ୍ର ଚରିତ୍ର ଯିଏ କି ପିତାମହ ଭୀଷ୍ମ ନିଜ ଇଚ୍ଛା ଅନୁସାରେ ଶରୀର ତ୍ୟାଗ କରିଥିଲେ। ଜାଣନ୍ତୁ ଭୀଷ୍ମ କିଏ ଥିଲେ ଏବଂ ତାଙ୍କୁ ଇଚ୍ଛା ମୃତ୍ୟୁର ବରଦାନ କିପରି ମିଳିଥିଲା।

ହିନ୍ଦୁମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ମହାଭାରତ। ପରିବାର ମଧ୍ୟରେ ସାମାନ୍ୟ ଗଣ୍ଡଗୋଳର ପରିଣତି ଯେ କେତେ ଭୟଙ୍କର ହୋଇପାରେ ତାହା ମହାଭାରତରୁ ଶିକ୍ଷା ମିଳିଥାଏ । ଯୁଗେ ଯୁଗେ ଅଧର୍ମର ବିନାଶ ପାଇଁ ଭଗବାନ ଧରାପୃଷ୍ଠରେ ଅବତରଣ କରି ଧର୍ମ ର ସ୍ଥାପନ କରିଥାନ୍ତି, ଦ୍ୱାପର ଯୁଗରେ ବି ଠିକ ଏମିତି ହୋଇଥିଲା । ଧର୍ମ ରକ୍ଷା ପାଇଁ ଧରାପୃଷ୍ଠକୁ ଚାଲି ଆସିଲେ ଶ୍ରୀକୃଷ୍ଣ, ପାର୍ଥଙ୍କ ସାରଥୀ ସାଜି ମହାଭାରତ ଯୁଦ୍ଧରେ କଲେ ସହାୟତା। ମହାଭାରତ ବିଷୟରେ ତ ଆପଣ ଅନେକ ବାର ଶୁଣିଥିବେ । ଆଜି କିନ୍ତୁ ଆମେ ଆପଣଙ୍କୁ ଏଥିରେ ଥିବା ମୁଖ୍ୟ ପିତାମହ ଭୀଷ୍ମଙ୍କ ବିଷୟରେ କହିବୁ । ଯୁଦ୍ଧରେ ସମସ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ପିତାମହ ଭୀଷ୍ମଙ୍କୁ ସର ବା ତୀର ଲାଗିବ ପରେ ବି କାହିଁକି ସେ ମରିନଥିଲେ ? ଶୁଣିବାକୁ ମିଲେ ଯେ ପିତାମହଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ମିଳିଥିଲା । କିନ୍ତୁ ତାଙ୍କୁ ଏହି ବର କିଏ ଦେଇଥିଲେ ? ଆଜି ଜଣାନ୍ତୁ ଆମର ଏହି ସ୍ପେସାଲ ଭିଡ଼ିଓରୁ…

ଦ୍ୱାପର ଯୁଗର ହୋଇଥିବା ମହାଭାରତ ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟକ ଚରିତ୍ରଙ୍କର ଜନ୍ମ ପଛରେ ଏକ ସ୍ୱତନ୍ତ୍ର କାହାଣୀ ରହିଛି । ସେ ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ କି ଦ୍ରୋଣ ପୁତ୍ର ଅଶ୍ୱତ୍ଥମା, ସମସ୍ତଙ୍କ ଜନ୍ମ ବୃତ୍ତନ୍ତ ଅତ୍ୟନ୍ତ ରହସ୍ୟମୟ । ବିଶ୍ୱାସ ରହିଛି ଯେ ଧର୍ମର ଜୟ ପାଇଁ ହିଁ ସ୍ୱୟଂ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ସଂରଚନା କରିଥିଲେ । ଏହି ସମୟରେ ବହୁ କମ ଚରିତ୍ରଙ୍କ ଜନ୍ମ ଏଠାରେ ସାଧାରଣ ଭାବେ ହୋଇଥିଲା । ଆଉ ମୃତ୍ୟୁ ମଧ୍ୟ ସାଧାରଣ ଭାବେ ହୋଇଥିଲା କିନ୍ତୁ କେବଳ ଗୋଟିଏ ମାତ୍ର ଚରିତ୍ର ଯିଏ କି ପିତାମହ ଭୀଷ୍ମ ନିଜ ଇଚ୍ଛା ଅନୁସାରେ ଶରୀର ତ୍ୟାଗ କରିଥିଲେ। ଜାଣନ୍ତୁ ଭୀଷ୍ମ କିଏ ଥିଲେ ଏବଂ ତାଙ୍କୁ ଇଚ୍ଛା ମୃତ୍ୟୁର ବରଦାନ କିପରି ମିଳିଥିଲା।

ଭୀଷ୍ମଙ୍କର ପ୍ରକୃତ ନାଁ ଥିଲା ଦେବବ୍ରତ। ସେ ହସ୍ତିନାପୁରର ମହାରାଜା ଶାନ୍ତନୁ ଏବଂ ଦେବୀ ଗଙ୍ଗାଙ୍କର ସନ୍ତାନ ଥିଲେ। ଦେବବ୍ରତଙ୍କ ମାତା ଦେବୀ ଗଙ୍ଗା ପତି ଶାନ୍ତନୁଙ୍କୁ ଦେଇଥିବା କଥା ଅନୁସାରେ ତାଙ୍କର ପୁତ୍ରଙ୍କୁ ନିଜ ସହିତ ନେଇ ଯାଇଥିଲେ। ଦେବବ୍ରତଙ୍କର ପ୍ରାରମ୍ଭିକ ଶିକ୍ଷା ଏବଂ ଲାଳନ-ପାଳନ ମାତା ଗଙ୍ଗା ହିଁ କରିଥିଲେ। ଦେବବ୍ରତଙ୍କ ଶିକ୍ଷା ଶେଷ ହେବାପରେ ମାତା ଗଙ୍ଗା ତାଙ୍କୁ ପିତା ମହାରାଜା ଶାନ୍ତନୁଙ୍କ ନିକଟକୁ ଫେରାଇଦେଇଥିଲେ। ବହୁ ବର୍ଷ ପରେ ପିତା-ପୁତ୍ରଙ୍କର ମିଳନ ହୋଇଥିଲା ଏବଂ ମହାରାଜ ଶାନ୍ତନୁ ତାଙ୍କ ପୁତ୍ର ଦେବବ୍ରତଙ୍କୁ ଯୁବରାଜ ଘୋଷଣା କରିଥିଲେ। ହସ୍ତିନାପୁର ରାଜା ଶାନ୍ତନୁଙ୍କୁ ଶିକାର କରିବାର ବହୁତ ପସନ୍ଦ ଥିଲା।

ଏକଦା ସେ ଶିକାର ଖୋଜି ଗଙ୍ଗା ତଟରେ ପହଞ୍ଚିଥିଲେ। ସେଠାରୁ ଫେରିବା ସମୟରେ ହରିଦାସ କେଉଟଙ୍କ ପୁତ୍ରୀ ସତ୍ୟବତୀ ଙ୍କ ସହିତ ତାଙ୍କର ଦେଖାହୋଇଥିଲା ହୋଇଥିଲା। ସତ୍ୟବତୀ ବହୁତ ସୁନ୍ଦର ଥିଲେ। ଶାନ୍ତନୁ ତାଙ୍କୁ ଦେଖି ମୋହିତ ହୋଇଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ପିତା ହରିଦାସ ପାଖରେ ବିବାହ ପ୍ରସ୍ତାବ ରଖିଥିଲେ। ରାଜାଙ୍କର ଏହି ପ୍ରସ୍ତାବରେ ସେ ଏକ ସର୍ତରେ ସ୍ବିକାର କରିବା ପାଇଁ କହିଥିଲେ। ସେ ଶାନ୍ତନୁଙ୍କ ଜ୍ୟେଷ୍ଠ ପୁତ୍ର ଦେବବ୍ରତଙ୍କ ସ୍ଥାନରେ ସତ୍ୟବତୀଙ୍କ ଠାରୁ ଜନ୍ମ ହୋଇଥିବା ସନ୍ତାନକୁ ହସ୍ତିନାପୁରର ଉତ୍ତରାଧିକାରୀ କରିବାପାଇଁ ସର୍ତ୍ତ ରଖିଥିଲେ।

ରାଜା ଶାନ୍ତନୁ ହରିଦାସଙ୍କର ଏହି ପ୍ରସ୍ତାବ ଅସ୍ବିକାର କରିଦେଇଥିଲେ। କିନ୍ତୁ ସେ ସତ୍ୟବତୀଙ୍କୁ ଭୁଲି ପାରିନଥିଲେ। ଦିନ-ରାତି ତାଙ୍କର ଭାବନାରେ ରହୁଥିଲେ। ଏମିତିରେ ତାଙ୍କ ଦେହ ଖରାପ ହୋଇଯାଇଥିଲା; ଏହି ସବୁ ଦେଖିବା ପରେ ଦେବବ୍ରତ ତାଙ୍କ ପିତାଙ୍କର ବ୍ୟାକୁଳତାର କାରଣ ପଚାରିବାରୁ ସେ ଏହି ବିଷୟରେ କହିଥିଲେ। ଏହାପରେ ଦେବବ୍ରତ ନିଜେ ହରିଦାସଙ୍କ ନିକଟକୁ ଯାଇଥିଲେ। ସେ ସେଠାରେ ଗଙ୍ଗା ଜଳକୁ ହାତରେ ନେଇ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ପ୍ରତିଜ୍ଞା କରିଥିଲେ।

ଦେବବ୍ରତଙ୍କର ଏହି ପ୍ରତିଜ୍ଞା କାରଣରୁ ତାଙ୍କର ନାମ ଭୀଷ୍ମ ହୋଇଥିଲା। ଶେଷରେ ରାଜା ଶାନ୍ତନୁ ପ୍ରସନ୍ନ ହେବାପରେ ତାଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ଦେଇଥିଲେ। ମହାଭାରତ ଯୁଦ୍ଧର ଶେଷରେ ଯେବେ ସୂର୍ଯ୍ୟଦେବ ଦକ୍ଷିଣାୟାନ ରୁ ଉତ୍ତରାୟାନ ହେଲେ ସେହି ସମୟରେ ପିତାମହ ଭୀଷ୍ମ ତାଙ୍କ ଶରୀର ତ୍ୟାଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.