ଜାଣନ୍ତୁ ଦେଶ ଏବଂ ଦୁନିଆରେ କଣ ପ୍ରଭାବ ପକାଇବ ମକର ସଂକ୍ରାନ୍ତି

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି। ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ। ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଯେଉଁଥିପାଇଁ ଏହାର ପ୍ରଭାବ ଅନ୍ୟ ରାଶିମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ଏଣୁ ମକର ସଂକ୍ରାନ୍ତି ପାଳନ କରିବାର କେତେକ ସ୍ୱତନ୍ତ୍ର ନୀତି ନିୟମ ରହିଛି। ଏହାର ପାଳନ ଠିକ୍ ଭାବେ କଲେ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହ ସୁଖ ପ୍ରାପ୍ତି ହୋଇଥାଏ

ଏଥର ସୂର୍ଯ୍ୟ ୧୪ ଜାନୁଆରୀ ରାତିରେ ମକରରେ ପ୍ରବେଶ କରିବେ। ଏହା ଅନୁଯାୟୀ ୧୫ ଜାନୁଆରୀ ଦିନ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ପର୍ବର ନାମ ମକର ସଂକ୍ରାନ୍ତି ରହିଛି।

ପ୍ରତି ବର୍ଷ ସଂକ୍ରାନ୍ତି ବିଶେଷ ଗ୍ରହ-ନକ୍ଷତ୍ର, ଆୟୁଧ ଏବଂ ବାହନରେ ଯୁକ୍ତ ହୋଇଥାଏ। ସବୁର ଫଳ ଅଲଗା ଅଲଗା ରହିଛି। କୁହାଯାଏ ଯେ ଏଥର ସଂକ୍ରାନ୍ତିରେ ବାହନ ବ୍ୟାଘ୍ର, ଉପବାହନ ଅଶ୍ୱ ରହିଛି। ବାରମୁଖ ପଶ୍ଚିମ, କରଣ ମୁଖ ଦକ୍ଷିଣ ଏବଂ ଦୃଷ୍ଟି ଐଶାନ୍ୟ ରହିଛି। ବସ୍ତ୍ର ହଳଦିଆ, ଆଭୁଷଣ କଙ୍କଣ, କଞ୍ଚୁକୀ ହରି, ସ୍ଥିତି ବସିବା ଭଳି ଏବଂ ବର୍ଣ୍ଣ ଭୂତ ରହିଛି।

ଆଉ ଏକ ମାନ୍ୟତା ଅନୁଯାୟୀ ଏଥର ମକର ସଂକ୍ରାନ୍ତିର ବାହନ ବାରାହ ରହିବ। ଯେବେକି ଉପବାହନ ବୃଷଭ ଅର୍ଥାତ୍‌ ଷଣ୍ଢ ରହିବ। ଏଥର ସଂକ୍ରାନ୍ତିର ଆଗମନ ହରିତ ବସ୍ତ୍ର ବା ସବୁଜ ବସ୍ତ୍ର ଏବଂ ହରିତ କଞ୍ଚୁକୀ, ମୁକ୍ତାଭୂଷଣ ମୋତି ରହିଛି। ବକୁଳ ପୁଷ୍ପ ଧାରଣ କରି ବୃଦ୍ଧାବସ୍ଥାରେ ଚନ୍ଦନ କରି ଖଡଗ ଆୟୁଧ ପାଇଁ ତାମପାତ୍ରରେ ଭିକ୍ଷାନ୍ନ ଭକ୍ଷଣ କରି ପଶ୍ଚିମାଭିମୁଖ ଉତ୍ତର ଦିଗ ଆଡକୁ ଗମନ କରି ହେବ।

ତେବେ ଏବେ ଆସନ୍ତୁ ଜାଣିବା ଏହିସବୁକୁ ନେଇ ମକର ସଂକ୍ରାନ୍ତିର ଫଳ କଣ ରହିଛି

  • ସାରା ଦୁନିଆରେ ଦୁଇ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ବଢ଼ିବ।
  • କିଛି କ୍ଷେତ୍ରରେ ବର୍ଷା ଅଭାବରେ ମରୁଡି ସ୍ଥିତି ଆସିପାରେ।
  • ଏଥର ଥଣ୍ଡା ବଢ଼ିବ ଏବଂ ଅଧିକ ଲୋକ ସଂକ୍ରମିତ ହେବେ।
  • ସରକାର ଏବଂ ସରକାରୀ କର୍ମଚାରୀଙ୍କ ପ୍ରତି ଲୋକଙ୍କର କ୍ରୋଧ ବଢ଼ିବ। ଏମାନଙ୍କ ପାଇଁ ଏ ସଂକ୍ରାନ୍ତି ଶୁଭ ନାହିଁ।
  • ମହଙ୍ଗା ଉପରେ ନିୟନ୍ତ୍ରଣ ରହିବ କିନ୍ତୁ ଲୋକଙ୍କ ମଧ୍ୟରେ ଭୟ ଏବଂ ଚିନ୍ତାର ମାହୋଲ ବଢ଼ିବ।
  • ବର୍ତ୍ତମାନ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ତ୍ୱ ଓ ମାନ୍ୟତା ସମ୍ପର୍କରେ

ମକର ସଂକ୍ରାନ୍ତିକୁ ଉତ୍ତରାୟଣ ମଧ୍ୟ କୁହାଯାଏ। ଏହି ଦିନ ଠାରୁ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ମୋଡ଼ ନେଇଥାନ୍ତି। ଭାରତୀୟ ସଂସ୍କୃତିରେ ସୂର୍ଯ୍ୟଙ୍କ ଦକ୍ଷିଣାୟନକୁ ନକାରାତ୍ମକ ଓ ଉତ୍ତରାୟଣକୁ ସକାରାତ୍ମକର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ଦିନ ଜପ, ତପ ଓ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.