ଗରମରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ କିଛି ଏମିତି ଜୁଗାଡ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ଯୁଗାଡର ବହୁତ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକମାନେ ନିଜ ହସକୁ ବନ୍ଦ କରିଦିଅନ୍ତୁ। ଗରମ ଦିନ ଆରମ୍ଭ ହୋଇଗଲାଣି ଏମିତିରେ ଲୋକ ମଶା ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଜୁଗାଡ କରିଥାନ୍ତି। ମଶା ଠାରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଏକ ବହୁତ ଖାସ ଜୁଗାଡ କରିଛନ୍ତି। ଯାହାକୁ ଦେଖି ଆପଣଙ୍କ ହସ ବନ୍ଦ ହେବ ନାହିଁ।
ସେ ମଶା ଠାରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ଏବଂ ମଶା ମରା ବ୍ୟାଟର ବ୍ୟବହାର କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ସେହିଭଳି କିଛି ବ୍ୟକ୍ତି ଭିଡିଓଟିକୁ ଦେଖି ତାଙ୍କୁ ଜୁଗାଡୁ ପର୍ସନ ଅଫ ଦ ଇୟର ଆୱାର୍ଡ ଦେବା ପାଇଁ କହିଛନ୍ତି।
ବ୍ୟକ୍ତି ଜଣଙ୍କ ଟେବୁଲ ଫ୍ୟାନ ଏବଂ ମଶା ମରା ବ୍ୟାଟକୁ ବାନ୍ଧି ଦେଇଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଟେବୁଲ ଫ୍ୟାନ ଚାଲିବା ସମୟରେ ମଶା ବ୍ୟାଟ ମଧ୍ୟ ତା ସହିତ ଚାଲୁଛି। କିଛି ଲୋକ ଏହାକୁ ଜୁଗାଡ କହୁଛନ୍ତି ତ ଆଉ କେହି ଏହାକୁ ଆଳସୁଆ ବୋଲି କହି ଭିଡିଓକୁ ଭାଇରାଲ କରୁଛନ୍ତି।
This guy is living in 3019. pic.twitter.com/MskJDye6wi
— Bade Chote (@badechote) 28 March 2019