ପୁଅକୁ ଆକଟ କରିବା ବାପାକୁ ପଡ଼ିଲା ମହଙ୍ଗା, ହତ୍ୟା କରି ଫେରାର ହୋଇଗଲା

ପିତା ଧର୍ମ ପିତା ସ୍ବର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପ୍ରନେ ପ୍ରିୟନ୍ତେ ସର୍ବ ଦେବତା। ହଁ ଆଜ୍ଞା, ଏକଥା ସମସ୍ତେ ଜାଣନ୍ତି ଏହି ଦେବ ତୁଲ୍ୟ ବାପାଙ୍କ ସହ ଜଣେ ପୁଅ ଯାହା କରିଛି ତାହା ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ରକ୍ତ ସମ୍ପର୍କ ଭୁଲିଗଲା ପୁଅ ।

ପିତା ଧର୍ମ ପିତା ସ୍ବର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପ୍ରନେ ପ୍ରିୟନ୍ତେ ସର୍ବ ଦେବତା। ହଁ ଆଜ୍ଞା, ଏକଥା ସମସ୍ତେ ଜାଣନ୍ତି ଏହି ଦେବ ତୁଲ୍ୟ ବାପାଙ୍କ ସହ ଜଣେ ପୁଅ ଯାହା କରିଛି ତାହା ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ରକ୍ତ ସମ୍ପର୍କ ଭୁଲିଗଲା ପୁଅ । ନିଜ ବାପାଙ୍କୁ ପିଟିପିଟି ହତ୍ୟା କରିଛି । ଏଭଳି ଜଘନ୍ୟ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଛୁ ମାରିଛି ପୁଅ । ତେବେ ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁପାଲି ସ୍ଥିତ ସହରାପଡା ଅଞ୍ଚଳରେ ।

ପାରିବାରିକ କଳହ ଯୋଗୁଁ ବାପା କୁ ପିଟି ପିଟି ହତ୍ୟା କରିଛି ପୁଅ l ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ କୁମରା ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଘରେ ଥିବା ବେଳେ ତାଙ୍କ ପୁଅ ଆଦିତ୍ୟ କୁମରା ଘରକୁ ଆସି କୌଣସି ଏକ କାରଣକୁ ନେଇ ଲିଙ୍ଗରାଜ ସହ ଝଗଡା କରିଥିଲା l ତେବେ ଉଭୟଙ୍କ ମଧ୍ଯରେ ତିକ୍ତତା ବଢିବା ପରେ ପୁଅ ଆଦିତ୍ୟ ବାପା ଲିଙ୍ଗରାଜକୁ ଏକ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲା l ବାପାକୁ ପ୍ରବଳ ମାଡ଼ ମାରିଥିଲା। ଯାହାଫଳରେ ଲିଙ୍ଗରାଜ ତାଙ୍କ ଘର ଭିତରେ ଅଚେତ ପଡ଼ିଥିଲେ l ତେବେ ସାହି ପଡିସା ଏହା ଦେଖି ତୁରନ୍ତ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳ କୁ ପହଂଚି ଶବ ଜବତ କରିବା ସହ ପୁଅ ଆଦିତ୍ୟ କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି l

ବାପ ପୁଅର ସମ୍ପର୍କ ସବୁୁ ଉର୍ଦ୍ଧ୍ୱରେ ହୋଇଥିବା ବେଳେ ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କରିଛି ସୈତାନ ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଜଣାପଡିନାହିଁ । ତେବେ ପୋଲିସ ତଦନ୍ତ ପରେ ଜଣାପଡ଼ିବ ଏହି ନୃଶଂସ ପୁଅ କେଉଁ କାରଣ ପାଇଁ ବାପାଙ୍କୁ ଏପରି ଅମାନୁଷିକ ଭାବେ ହତ୍ୟା କଲା ।

You might also like