ବୈଜ୍ଞାନିକ ମାନଙ୍କ ଅଦ୍ଭୁତ ଦାବି, ମଳଦ୍ୱାର ପଟେ ନେଇପାରିବେ ନିଶ୍ୱାସ

ସାଧାରଣତଃ ମଣିଷ ମାନେ ନାକରେ ନିଶ୍ଵାସ ପ୍ରଶ୍ୱାସ ନେଇଥାନ୍ତି । କିନ୍ତୁ କେବେ ଥଣ୍ଡା ହେଲେ କିମ୍ବା ଅନ୍ୟ କୌଣସି ଅସୁବିଧା ହେଲେ ମଣିଷ ମାନେ ପାଟିରେ ନିଶ୍ୱାସ ନେଇଥାନ୍ତି । କିନ୍ତୁ ଜାଣିଛନ୍ତିକି ନିକଟରେ ବୈଜ୍ଞାନିକ ମାନେ ଦାବି କରିଛନ୍ତିକି ମଣିଷ ମାନେ ନିଜ ମଳଦ୍ୱାର ସାହାଯ୍ୟରେ ବି ନିଶ୍ଵାସ ନେଇପାରିବେ । ଏମିତି ହିଁ ଅଦ୍ଭୁତ ଦାବି ବୈଜ୍ଞାନିକମାନେ କରିଛନ୍ତି । ଯାହାଦ୍ୱାରା ଅତି ଗୁରୁତର ଅବସ୍ଥାରେ ଥିବା ମଣିଷଙ୍କ ଜୀବନ ରକ୍ଷା କରାଯାଇପାରିବ । ଏହି ଶୈଳୀ ଘୁଷୁରୀ ତଥା ମୂଷା ମାନଙ୍କ ଉପରେ ସଫଳତାର ସହ ପ୍ରୟୋଗ କରାଯାଇଛି ।

ବୈଜ୍ଞାନିକଙ୍କ ଅନୁଯାୟୀ ମଣିଷ ଖୁବ ଶୀଘ୍ର ନିଜ ଶରୀରର ପଛଭାଗ ବା ମଳଦ୍ୱାର ସାହାଯ୍ୟରେ ନିଶ୍ୱାସ ନେଇପାରିବେ । ଯେଉଁମାନେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ସେମାନଙ୍କୁ କିଛିଟା ମୁକ୍ତି ମିଳିବ । ଏହି କଥାକୁ ପ୍ରମାଣିତ କରିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବୈଜ୍ଞାନିକ ମାନଙ୍କ ଏକ ଦଳ କେତେ ଗୁଡିଏ ଘୁଷୁରୀ ତଥା ମୂଷାଙ୍କୁ ନେଇ ତାଙ୍କ ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଥିଲେ । ଏହା ସହ କେତେ ଗୁଡିଏ କଇଁଛ ମାନଙ୍କ ଉପରେ ବି ପ୍ରୟୋଗ କରାଯାଇଥିଲା । ଏନେଇ ଏକ ରିପୋର୍ଟ କ୍ଲିନିକାଲ ଆଣ୍ଡ ଟ୍ରାନ୍ସଲେସନାଲ ରିସୋର୍ସ ଆଣ୍ଡ ଟେକ୍ନୋଲୋଜି ଇନସାଇଟ ନାମକ ଏକ ଜର୍ନାଲରେ ପ୍ରକାଶିତ ହୋଇଛି । ଏମାନଙ୍କ ଉପରେ ବିଭିନ୍ନ ପ୍ରକାର ପ୍ରୟୋଗ କରାଯାଇ କମ ବାୟୁ ଚଳାଚଳ କରୁଥିବା ଏକ କୋଠରୀରେ ରଖାଯାଇଥିଲା । ଆଉ ଲକ୍ଷ କରାଯାଇଥିଲାକି ଶ୍ୱାସ ପ୍ରଶ୍ୱାସ ନେବାରେ ସେମାନଙ୍କୁ ସେପରି କୌଣସି ଅସୁବିଧା ହେଉନାହିଁ । ଦେଖାଯାଇଥିଲାକି ଯେଉଁ ମାନଙ୍କ ଠାରେ କୌଣସି ପ୍ରକାର ଟ୍ରିଟ୍ମେଣ୍ଟ କରାଯାଇନାହିଁ ସେମାନେ ଅକ୍ସିଜେନ ଚାମ୍ବରରେ ପ୍ରାୟ ୧୧ ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥିଲେ । ଆଉ ଦେଖାଯାଇଥିଲାକି ୧୧ ମିନିଟ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ଯେଉଁ ମାନଙ୍କ ଉପରେ ଟ୍ରିଟ୍ମେଣ୍ଟ କରାଯାଇଥିଲା ସେମାନେ ପ୍ରାୟ ୧୮ ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.