ମଲା ମୂଷା, ଠେକୁଆରେ ଘର ସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ଏହି ବ୍ୟକ୍ତି; କିଣିବାକୁ ଲାଗୁଛି ଲୋକଙ୍କ ଭିଡ଼

ପେଟ ପୋଷିବାକୁ ଲୋକମାନେ ବିଭିନ୍ନ କାମ କରିଥାନ୍ତି। କିଛି କାମ ଭଲ ହୋଇଥିବା ବେଳେ ଆଉ କିଛି ଅଦ୍ଭୁତ ହୋଇଥାଏ। ତେବେ ବର୍ତ୍ତମାନ ବ୍ରିଟେନ୍ର ଜଣେ ଯୁବକ ଟଙ୍କା ରୋଜଗାର କରିବାକୁ ଏମିତି ବେପାର କରୁଛନ୍ତି, ଯାହା କେହି କେବେ ସ୍ୱପ୍ନରେ ବି ଚିନ୍ତା କରି ନଥିବେ। ବ୍ୟକ୍ତି ଜଣକ ମୃତ ଜୀବଜନ୍ତୁଙ୍କ ଛାଲରେ ବିଭିନ୍ନ ସାଜ୍ଜସଜା ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ଆଉ ଲୋକମାନେ ଏହାକୁ ବେଶ୍ ଆଗ୍ରହର ସହ କିଣୁଛନ୍ତି ମଧ୍ୟ। ସେ ବିନା କୌଣସି ତାଲିମ୍ରେ ଏହି ବିଜନେସ୍ କରୁଥିବା କହିଛନ୍ତି। ଏବେ ଏହା ତାଙ୍କୁ ଫାଇଦା ଦେଉଛି।
ବ୍ରିଟେନ୍ର ବାସିନ୍ଦା ଜ୍ୟାକ୍ ଡେଭାନୀ ଏହି ଅଜବ ବେପାର ଆରମ୍ଭ କରିଛନ୍ତି। ସେ ମୃତ ଜୀବଜନ୍ତୁଙ୍କ ଛାଲରେ କାର ସଜାଇବା ସାମଗ୍ରୀ ଓ ବିଭିନ୍ନ ଘର ସଜ୍ଜା ଜିନିଷ ତିଆରି କରିବା ସହ ବିକ୍ରି ବି କରୁଛନ୍ତି।
ପ୍ଲାଇମାଉଥ୍ର ବାସିନ୍ଦା ଜ୍ୟାକ୍ ଡେଭାନୀଙ୍କର ଏହି ନିଆରା ବିଜନେସ୍ ଏବେ ହିଟ୍ ସାବ୍ୟସ୍ତ ହୋଇଛି। ରିପୋର୍ଟ ମୁତାବକ, ୨୮ ବର୍ଷୀୟ ଜ୍ୟାକ୍ଙ୍କ ପ୍ରଡକ୍ଟକୁ କିଛି ଲୋକ ବହୁତ ପସନ୍ଦ କରୁଥିବା ବେଳେ ଆଉ କିଛି କିନ୍ତୁ ଏହାକୁ ଜମାରୁ ବି ପସନ୍ଦ କରୁନଥିବା ଦେଖାଯାଇଛି। ସେ ସାଧାରଣତଃ କାରରେ ଟଙ୍ଗାଯାଉଥିବା ହେୟାରୀ ଡଙ୍ଗଲର୍ସ ତିଆରି କରନ୍ତି। ଏଥିପାଇଁ ସେ ପେଟ୍ ସପ୍ର ଫ୍ରିଜର୍ସରୁ କଞ୍ଚାମାଲ ନେଇଥାନ୍ତି। ତାଙ୍କ କଲେକ୍ସନ୍ ଭିତରେ ଅଦ୍ଭୁତ ଜୀବଜନ୍ତୁ, ଠେକୁଆ, ମୂଷା ଆଦି ରହିଥାନ୍ତି।
The rabbit toaster – one of Plymouth designer Jack Devaney’s latest taxidermy creations – it’s certainly controversial! See more @BBCSpotlight 1830 (it does work he says – but he WON’T be selling it with a wire and a plug!) Safety first…. pic.twitter.com/x8uYpxux01
— Janine Jansen (@JanineJansenTV) April 3, 2018
ଜ୍ୟାକ୍ ପ୍ଲାଇମାଉଥ୍ ବିଶ୍ୱବିଦ୍ୟାଳୟରୁ ଥ୍ରୀ ଡି ଡିଜାଇନ୍ କୋର୍ସ କରିଛନ୍ତି। ସେବେଠାରୁ ହିଁ ସେ ମୃତ ଜୀବଜନ୍ତୁଙ୍କୁ ପ୍ରିଜର୍ଭ କରିବା କାମ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଡିଜାଇନ୍ ଭୁଲରେ ହୋଇଯାଇଥିଲା। ପରେ ଏହାକୁ ସେ ବ୍ୟବସାୟରେ ପରିଣତ କରିଥିଲେ। ତାଙ୍କ ବିଜ୍ନେସ୍ ଅନ୍ଲାଇନ୍ରେ ଭାଇରାଲ ହେବା ପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
Also Read: ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ପଙ୍କଜ ତ୍ରିପାଠୀଙ୍କ ପତ୍ନୀ, ନିଜେ ଅଭିନେତା ଦେଲେ ସୂଚନା