ଇଏ ମଣିଷ ନା ଆଉ କଣ ! ଖାଲି ହାତରେ ଗରମ ତାୱା ଉପରେ କରୁଛନ୍ତି ରୋଷେଇ

କିଛି ଦିନ ହେବ ବିଭିନ୍ନ ସୋସିଆଲ ମିଡିଆରେ ଏକ ଷ୍ଟ୍ରିଟ ଭେଣ୍ଡର ବା ବୁଲା ବିକାଳୀଙ୍କ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଭିଡି଼ଓଟିରେ ବ୍ୟକ୍ତି ଜଣଙ୍କ ଗରମ ତାୱା ଉପରେ ଚିଲ୍ଲା ପ୍ରସ୍ତୁତ କରୁଥିବାର ନଜର ଆସୁଛନ୍ତି । ଏମିତିରେ ଘଟଣାଟି ଖୁବ ସାଧାରଣ ଲାଗୁଛି । କିନ୍ତୁ ଏହି ଘଟଣାରେ ଏକ ଟ୍ଵିଷ୍ଟ ରହିଛି । ଟ୍ଵିଷ୍ଟ ଏହାଯେ ବ୍ୟକ୍ତି ଜଣଙ୍କ କୌଣସି ଚାମଚ ସାହାଯ୍ୟରେ ନୁହେଁ ବରଂ ନିଜ ହାତରେ ହିଁ ଗରମ ତାୱାରେ ଚିଲ୍ଲା ପ୍ରସ୍ତୁତ କରୁଛନ୍ତି । ଚିଲ୍ଲାର ଘୋଳକୁ ତାୱା ଉପରେ ଦେଇ ତାକୁ ବୁଲେଇ ବୁଲେଇ ଗୋଲ ଆକାର ଦେଉଛନ୍ତି । ଭିଡିଓଟିକୁ ଯିଏ ଦେଖୁଛନ୍ତି ତାଙ୍କ ପାଟିରୁ ସ୍ୱତଃ ବାହାରି ଆସୁଛିଯେ ପ୍ରକୃତରେ ଇଏ ଜଣେ ମଣିଷ ନା ଆଉ କଣ ।

 

 

 

ଭିଡିଓଟିରେ ଆପଣ ଦେଖିପାରିବେ ଜଣେ ବୁଲା ବିକାଳୀ ଚିଲ୍ଲା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଚିଲ୍ଲାର ଘୋଳକୁ ଗରମ ତାୱା ଉପରେ ଖାଲି ହାତରେ ଗୋଲେଇ ଆକାର ଦେଉଛନ୍ତି । ଭଲ ଭାବରେ ଗୋଲ ଆକାର ଦେବା ପରେ ସେଥିରେ ପିଆଜ, ସିମ୍ଲା ମିର୍ଚ୍ଚ, ଗାଜର, ବିଟ ସମେତ ଅନ୍ୟାନ ପନିପାରିବା ଦେଉଛନ୍ତି । ଆଉ ଏହା ପରେ କିଛି ଲହୁଣୀ ମାରି ଦେଉଛନ୍ତି । ୨୨ ସେକେଣ୍ଡର ଏହି ଭିଡିଓଟି ୟୁବ ଟ୍ୟୁବ ଚ୍ୟାନେଲ @foodieincarnate ତରଫରୁ ସେୟାର କରାଯାଇଛି । ଅନୁସନ୍ଧାନରୁ ଜଣାଯାଇଛିଯେ ଉତ୍ତରପ୍ରଦେଶ ରାଜ୍ୟର ଗାଜିଆବାଦ ସହରରେ ଭିଡିଓଟିକୁ ସୁଟ କରାଯାଇଛି । ଏହା ଉପରେ ଅନେକ ଲୋକ ନିଜ ନିଜ କମେଣ୍ଟ ରଖିଛନ୍ତି । ଜଣେ ଲେଖିଛନ୍ତିକି ୯୯ ପ୍ରତିଶତ ଡ଼ିସ ବିନା ହାତରେ ପ୍ରସ୍ତୁତ କରିହୁଏ ନାହିଁ । ଆଉ ଜଣେ ଲେଖିଛନ୍ତିକି ବ୍ୟକ୍ତି ଜଣଙ୍କ କୌଶଳ ଖୁବ ଅଦ୍ଭୁତ । ସତରେ ତାଙ୍କ ପାଖରେ ଏକ ଅଦ୍ଭୁତ ପ୍ରତିଭା ରହିଛି । ଏମିତି ଅଜବ ପ୍ରକାରରେ ଚିଲ୍ଲା ପ୍ରସ୍ତୁତ କରୁଥିବାର ଦେଖିଲେ ମୁହଁରେ ଲାଲ ଆସିଯାଉଛି ।

ଅବଶ୍ୟ ଏମିତି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ଏମିତି ଅଜବ ଘଟଣା ଅନେକ ଥର ଦେଖିବାକୁ ମିଳିଛି । ଦୁନିଆରେ ହୁଏତ ଏମିତି ଘଟଣା ଅନେକ ଥର ଘଟିଛି । ଏମିତି ଗୁଣ ଯାହା ପାଖରେ ରହିଛି ସେ ଜଣେ ଅଦ୍ଭୁତ ଗୁଣର ଅଧିକାରୀ । ୟୁ ଟ୍ୟୁବ ହେଉ ଅବା ଟ୍ୱିଟର ହେଉ ଅବା ଫେସବୁକରେ ଏମିତି ଅନେକ ଭିଡିଓ ଭାଇରଲ ହୋଇଛି । ଲୋକେ ଏହାକୁ ପସନ୍ଦ କରିବା ସହ ଅନେକ କମେଣ୍ଟ କିମ୍ବା କମ୍ପ୍ଲିମେଣ୍ଟ ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.