କୂଅରେ ଫସିଥିବା ସାପକୁ ଏମିତି ଉଦ୍ଧାର କଲେ ଯୁବକ; ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ନାଗରାଜର ଜୀବନ…ଦେଖନ୍ତୁ ଭୟଙ୍କର ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ଏମିତିରେ ସାରା ବିଶ୍ୱରେ ସାପଙ୍କର ଅନେକ ପ୍ରଜାତି ଅଛନ୍ତି, ସେଥି ମଧ୍ୟରୁ କିଛି ପ୍ରଜାତିଙ୍କ ବିଷୟରେ ଆମେ ଅଳ୍ପ ବହୁତେ ଜାଣିଛୁ। ସେପଟେ କିଛି ଲୋକ ଅଛନ୍ତି, ଯେଉଁମାନେ ସାପ ଦେଖିବା ତ ଦୂରର କଥା, ସାପ ନାଁ ଧରିଲେ ହିଁ ଭୟରେ ଥରି ଉଠନ୍ତି। ଆଉ କିଛି ଲୋକ ଜୀବମାନଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବି ବିପଦ ମୁହଁକୁ ଠେଲି ଦିଅନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଠି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ କୂଅ ଭିତରୁ ନାଗକୁ ଉଦ୍ଧାର କରୁଛନ୍ତି।

ଆଶ୍ଚର୍ଯ୍ୟର କଥା, ଏହି ଭିଡିଓରେ ବ୍ୟକ୍ତିଙ୍କ କାରନାମା ସମସ୍ତଙ୍କୁ ଚକିତ କରି ଦେଉଛି। ବ୍ୟକ୍ତି ଜଣକ କୂଅରେ ଫସିଥିବା ସାପକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଇଛନ୍ତି। ସେ ଜୀବନକୁ ବାଜି ଲଗାଇ ଭୟଙ୍କର ନାଗସାପକୁ ସଫଳ ଭାବେ ଉଦ୍ଧାର କରୁଛନ୍ତି, ଯାହାକୁ ଦେଖିବା ପରେ ଆପଣଙ୍କ ହାର୍ଟବିଟ୍‌ ମଧ୍ୟ ବଢ଼ିଯିବ।

ଭିଡିଓରେ ଦେଖାଯାଉଛି କି, କୂଅ ଭିତରେ ବ୍ୟକ୍ତି ଜଣକ ନିଜକୁ ଏକ ରଶିରେ ବାନ୍ଧି ରଖିଛନ୍ତି ଏବଂ ସେହିଠାରେ ହିଁ ଲଟକି ରହିଛନ୍ତି। ଏହି ସମୟରେ ସେ ଏକ ବାଡ଼ି ସାହାଯ୍ୟରେ ନାଗକୁ ପାଣି ଉପରକୁ ଉଠାଇ ଧରିବାକୁ ଚେଷ୍ଟା କରୁଛନ୍ତି। ଏତିକିବେଳେ ସାପ ବି ଫୁଙ୍କାର ମାରୁଥିବାର ନଜର ଆସୁଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଅନେକ ପରିଶ୍ରମ ପରେ ବ୍ୟକ୍ତି ଜଣକ ସାପକୁ ସୁରକ୍ଷିତ ଭାବରେ ବାହାରକୁ ଆଣୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ଅନେକ ମାତ୍ରାରେ ଲାଇକ୍‌ ଏବଂ ସେୟାର ମିଳି ସାରିଲାଣି। ଭିଡିଓ ଦେଖିବା ପରେ ଲୋକମାନେ ସାପକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲୁ ନାହାନ୍ତି। ବାସ୍ତବରେ, ଏହି ଭିଡିଓ ଦେଖିଲେ ଯିଏ ବି ଭୟରେ ଥରି ଉଠିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.