୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତି ମଣିଷରୁ ହୋଇଗଲେ ‘କୁକୁର’, ଚିହ୍ନିବା ଅସମ୍ଭବ

ଦୁନିଆରେ ଲୋକଙ୍କର ଅଜବ ସଉକ୍ ରହିଛି। ନିଜକୁ ସମୟ ସହିତ ବଦଳାଇବା ପାଇଁ ଚାହୁଁଛନ୍ତି ମଣିଷ। ହେଲେ କିଛି ମଣିଷ ଏମିତି ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି। ଯେମିତି କି ଆପଣ ଦେଖିଥିବେ କେତେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ନିଜକୁ ବଦଳାଇ ଥାଆନ୍ତି। ହେଲେ କିଏ କ’ଣ କେବେ ମଣିଷରୁ ପଶୁ ହେବା ଆପଣ ଜାଣିଛନ୍ତି କି? ହୁଏତ ଏମିତି ଆପଣ କୌଣସି ଫିଲ୍ମରେ ଦେଖିଥିବେ। କିନ୍ତୁ ଏପରି ଘଟଣା ସତରେ ଘଟିଛି। ଯେଉଁଠି ମଣିଷ କୁକୁର ହୋଇଛି। ପୁଣି ଏପରି ହେବା ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବ୍ୟକ୍ତି ଜଣକ। ଅନେକ ଥର, କେତେକ ଧନୀ ବ୍ୟକ୍ତିଙ୍କ ଦ୍ୱାରା କୁକୁରମାନଙ୍କୁ ସଜା ହୋଇଥିବା ଆପଣ ଦେଖି ଥିବେ। କିଛି ଲୋକମାନେ ପୁଣି କୁକୁର ପରି ଜୀବନ ବଞ୍ଚିବାକୁ ଚାହାଁନ୍ତି।

 


ତେବେ ଜାପାନର ଜଣେ ବ୍ୟକ୍ତି ତୋକୋ କୁକୁର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିଲେ। ତେଣୁ ସେ ପ୍ରାୟ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜକୁ କୁକୁର କରିଦେଇଛନ୍ତି। ତାଙ୍କୁ ଦେଖି ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ପ୍ରକୃତରେ କ’ଣ । ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ। ଏପରି କିପରି ଜଣେ ମଣିଷ କୁକୁର ହୋଇଯାଏ ପାରେ। ତୋକୋ ନାମକ ଏହି ବ୍ୟକ୍ତିଙ୍କ ଫଟୋ ଆପଣ ଜାପାନୀ ଟ୍ୱିଟର @Zeppet JP ବ୍ୟବହାରକାରୀଙ୍କ ଆଇଡିରେ ଦେଖି ପାରିବେ। ତାଙ୍କ ରୂପ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ସେ କୁହନ୍ତି ଯେ ସେ ପିଲାଦିନରୁ ପଶୁମାନଙ୍କ ଜୀବନ ବଞ୍ଚିବାକୁ ଚାହୁଁଥିଲେ ଏବଂ କୁକୁରମାନଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ଥିଲା। ତେଣୁ ସେ ନିଜର ରୂପ ବଦଳାଇବା ପାଇଁ ସ୍ୱତନ୍ତ୍ର କର୍ମଶାଳା, ଜେପେଟ ନିକଟକୁ ଯାଇ ନିଜ ପାଇଁ ଏକ ଅଲ୍ଟ୍ରା ବାସ୍ତବ କୁକୁର ପୋଷାକ ତିଆରି କରିବାକୁ କହିଥିଲେ। ଏହାକୁ ପିନ୍ଧିବା ପରେ କୌଣସି ମଣିଷ ତାଙ୍କୁ ଚିହ୍ନି ପାରି ନଥିଲେ, କାରଣ ସେ ଏକଦମ କୁକୁର ପରି ଦେଖାଯାଉଥିଲେ।

ତେବେ ଏପରି ପୋଷାକ ତିଆରିରେ ତାଙ୍କୁ ୨ ମିଲିୟନ୍ ୟେନ୍ ଅର୍ଥାତ୍ ୧୧ ଲକ୍ଷ ୬୩ ହଜାର ଟଙ୍କା ଭାରତୀୟ ମୁଦ୍ରା ଲାଗିଥିଲା। ତୋକୋଙ୍କ ଏହି ପୋଷାକ ଏତେ ଜବରଦସ୍ତ ଯେ ଏହାକୁ ପିନ୍ଧିବା ପରେ ସେ କୌଣସି ସ୍ଥାନରୁ ମଣିଷ ପରି ମନେ ହୁଏ ନାହିଁ। କମ୍ପାନୀ କହିଛି ଯେ ଏହି ପୋଷାକ ତିଆରି କରିବା ପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଲା, କାରଣ ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଏବଂ ତୋକୋ ଚାହୁଁଥିଲେ ଯେ ସେ ଏହି ପୋଷାକ ପିନ୍ଧିବା ପରେ ସଂପୂର୍ଣ୍ଣ କୁକୁର ପରି ଦେଖାଯିବେ । ଏହି ପୋଷକ କରିବା ପାଇଁ ପ୍ରାୟ ୪୦ ଦିନ ଲାଗିଥିଲା। ଏହା ପରେ ସେ ଏହି କୁକୁର ପୋଷାକ ପିନ୍ଧିଥିଲେ। ପୁଣି ସଂପୂର୍ଣ୍ଣ କୁକୁର ପରି ଜୀବନ ବିତାଉଛନ୍ତି। ଯାହାର ଭିଡ଼ିଓ ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ସେ ଜାପାନର ନ୍ୟାସନାଲ ଟିଭି ଏବଂ ସୋସିଆଲ ମିଡିଆରେ ମଧ୍ୟ ଆସିଥିଲେ, ତାଙ୍କର ଏହି ଅଦ୍ଭୁତ ରୂପକୁ ନେଇ ବହୁତ୍ ଚର୍ଚ୍ଚା ମଧ୍ୟ ହେଉଛି। ସେ କିନ୍ତୁ କୁକୁର ଜୀବନ ଉପୋଭୋଗ କରିଥିବା କଥା କହିଛନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.