ନିଜ ପାର୍ଟନରଙ୍କୁ କାର ଏବଂ ପବରେ ସବୁଠାରୁ ଅଧିକ I love you କହିଥାନ୍ତି ପୁରୁଷ, ରିସର୍ଚ୍ଚରୁ ହେଲା ଖୁଲାସା

ପ୍ରେମ କରୁଥିବା ଲୋକଙ୍କ ପାଇଁ ଆଇ ଲଭ ୟୁ ବହୁତ ଖାସ ଶବ୍ଦ ହୋଇଥାଏ। କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି, ଜଣେ ପୁରୁଷ ନିଜ ପାର୍ଟନରଙ୍କୁ ଆଇ ଲଭ ୟୁ କହିବାରେ କେଉଁ ଜାଗାରେ ଅଧିକ ଆରାମଦାୟକ ଅନୁଭବ କରିଥାଏ? ଏହି କଥାର ଖୁଲାସା ଏକ ଅଧ୍ୟୟନରେ ହୋଇଛି।

ରିପୋର୍ଟ ଅନୁସାରେ, ୨୦୦୦ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରେ ଏହି କଥାର ଖୁଲାସା ହୋଇଛି କି, ପୁରୁଷ ଯେତେବେଳେ ଛୁଟି କିମ୍ବା କୌଣସି ହଲି ଡେ’ରେ ଯାଇଥାନ୍ତି, ତ ସେହି ସମୟରେ ସବୁଠାରୁ ଅଧିକ ଆଇ ଲଭ ୟୁ ନିଜ ପାର୍ଟନରଙ୍କୁ କହିଥାନ୍ତି। ସେହିପରି କାର କିମ୍ବା ପବରେ ଆଇ ଲଭ ୟୁ କହିବାରେ ସବୁଠାରୁ ସହଜ ଅନୁଭବ କରିଥାନ୍ତି।

ଅଧ୍ୟୟନରୁ ଜଣାପଡିଛି, ଏକ ଚତୁର୍ଥାଂଶରୁ ଅଧିକ ଲୋକଙ୍କୁ ନିଜ ଭାବନା ପରିପ୍ରକାଶ କରିବାରେ ସବୁଠାରୁ ସୁଖଦ ସେତେବେଳେ ଲାଗିଥାଏ, ଯେତେବେଳେ ସେମାନେ କୌଣସି ହଲି ଡେ’ରେ ଥାନ୍ତି। ସେହିପରି ୨୨ ପ୍ରତିଶତ ଲୋକ ଏହାକୁ କାରରେ କରିବାକୁ ପସନ୍ଦ କରିଥାନ୍ତି ଏବଂ ୧୦ ପ୍ରତିଶତ ଲୋକ ଆଇ ଲଭ ୟୁ କହିବା ପାଇଁ ନିଜ ପସନ୍ଦର ଜାଗା ପବକୁ ବାଛିଥାନ୍ତି।

ରେଡ ଲେଟର ଡେଜ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହି କଥା ମଧ୍ୟ ସାମ୍ନାକୁ ଆସିଛି କି, ୧୨ ପ୍ରତିଶତ ଲୋକ ନିଜ ଭାବନାକୁ ବ୍ୟକ୍ତ କରିବା ସମୟରେ ଆଖିରେ ଆଖି ମିଶାଇବାକୁ ପସନ୍ଦ କରି ନ ଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.