Below header

ମହିଳା ସୈନିକଙ୍କ ଯୁଗାଡ ଦେଖିକି ଆପଣ ବି ହୋଇଯିବେ ତାଜୁବ, ବିନା ହ୍ୱିସିଲରେ ପ୍ରେସର କୁକରରେ କରିଦେଲେ ରୋଷେଇ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଖୁବ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଭିଡିଓଟିକୁ ଦେଖି ଆପଣ ହସିବେ କି ମହିଳା ସୈନିକ ମାନଙ୍କ ବୁଦ୍ଧିକୁ ତାରିଫ କରିବେ ଦ୍ବନ୍ଦ୍ବରେ ପଡିଯିବେ । ଏହି କ୍ଲିପରେ ଦେଖିପାରିବେ ଦୁଇ ଜଣ ମହିଳା ସୈନିକ ନିଜ ନିଜ ୟୁନିଫର୍ମରେ ଅଛନ୍ତି । ଆଉ ସେମାନଙ୍କ ହାତରେ ଏକ ବଡ ବନ୍ଧୁକ ଅଛି । ସେମାନେ ଏକ ଚୁଲାରେ ପ୍ରେସର କୁକର ବସାଇ ହୁଏତ ସେଥିରେ କିଛି ଖାଦ୍ୟ ଦ୍ରବ୍ୟ ସିଝିବା ପାଇଁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସୈନିକ ବନ୍ଧୁକର ନଳୀକୁ ପ୍ରେସର କୁକର ସିଟି ଲଗାଇବା ସ୍ଥାନରେ ଗେଂଜି ଦେଉଛନ୍ତି । ଯେବେକି ଅନ୍ୟଜଣେ ମହିଳା ନଳୀ ପାଖରୁ ଯେମିତି ବାମ୍ଫ ନ ବାହାରୁ ସେଥିପାଇଁ ଏକ ଅଖାକୁ କଭର କରିଦେଉଛନ୍ତି । ଆଉ ଏହି ସମୟରେ ଦୁହେଁ ନିଜ ନିଜ ଚେହେରାକୁ ଢାଙ୍କି ଦେଉଛନ୍ତି । କିନ୍ତୁ ପ୍ରକୃତରେ ଏଯାବତ ଜଣାପଡିନାହିଁଯେ

 

 

View this post on Instagram

 

A post shared by JUGAAD (@jugaadu_life_hacks)

ଘଟଣାଟି କେଉଁଠାରେ ଘଟିଛି ବୋଲି । ଭିଡିଓଟିକୁ ଦେଖି କିଛି ଜଣ ଏହାକୁ ପ୍ରେସର କୁକରରେ ସିଟି ବାହାର କରାଯିବାର ଯୁଗାଡ ବୋଲି କହିଥିବା ବେଳେ କିଛି ଜଣ ଏହାକୁ ବନ୍ଧୁକର ନଳୀକୁ ସଫା କରିବାର କାରସାଦି ବୋଲି କହିଛନ୍ତି । କିନ୍ତୁ ନିଶ୍ଚିନ୍ତ ରୂପେ ଏ ଦୃଶ୍ୟ କିଛିଟା ଭିନ୍ନ ଧରଣର । ଆପଣ ବି ଏହାକୁ ଦେଖି ଦ୍ବନ୍ଦ୍ବରେ ପଡିଯିବେ । ଭିଡିଓଟିକୁ ସୋସିଆଲ ମିଡ଼ିଆର ଏକ ପ୍ଲାଟ୍ଫଫର୍ମ ଜରିଆରେ ସେୟାର କରାଯାଇଛି । ଇନ୍ଷ୍ଟଗ୍ରାମରେ @jugaadu_life_hacks ନାମକ ଏକ ପେଜରେ କ୍ଲିପ ସାହାଯ୍ୟରେ ସେୟାର କରାଯାଇଛି । ଆଉ କ୍ୟାପ୍ସନରେ ଲେଖାଯାଇଛିକି, “ମିଲିଟାରୀ ୱମେନ ମାନଙ୍କର ଅଦ୍ଭୁତ ଯୁଗାଡ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.