ବରଗଡ଼: ଗ୍ୟାରେଜ ମେକାନିକଙ୍କୁ ଗଳାକାଟି ହତ୍ୟା, ବନଜାରି ବ୍ରିଜ ନିକଟରେ ପଡିଛି ମୃତ ଦେହ

ବରଗଡ଼(କେନ୍ୟୁଜ୍): ଯୁବକଙ୍କୁ ଗଳାକାଟି ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ। ବରଗଡ଼ର ଅମ୍ବାପାଲି ବନଜାରି ବ୍ରିଜ ନିକଟ ପଡିଆରେ ମିଳିଛି ଯୁବକଙ୍କ ମୃତ ଦେହ। ପାଖରେ ଏକ ପଲସର ଗାଡ଼ି ପଡ଼ିରହିଛି। ମୃତକ ଜଣକ ଅତାବିରାର ୨୬ ବର୍ଷୀୟ ମହମ୍ମଦ କାସିମ ବୋଲି ଚିହ୍ନଟ ହୋଇଛି। ସେ ବରଗଡ଼ର ଏକ ଲେଥ ଗ୍ୟାରେଜରେ କାମ କରନ୍ତି।

ମାତ୍ର ଗତକାଲି କାମରୁ ଘରକୁ ନଫେରିବାରୁ ଘର ଲୋକ ତାଙ୍କୁ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ସେ ନମିଳିବାରୁ ପରିବାର ଲୋକ ଅତାବିରା ଓ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହ ଘଟଣାର ଅଧିକ ତଦନ୍ତ ଚଳାଇଛି। ଘଟଣାର ଖୁବ ଶୀଘ୍ର ପର୍ଦାଫାସ କରାଯିବ ବୋଲି କହିଛନ୍ତି ବରଗଡ ଏସଡିପିଓ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.