କରୋନାରୁ ବଞ୍ଚିବା ପାଇଁ ମାଙ୍କଡ ପିନ୍ଧିଲା ମାସ୍କ, ଭିଡିଓ ଭାଇରଲ ପରେ ୟୁଜର୍ସ ଦେଲେ ଏମିତି କମେଣ୍ଟ

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ୨୫ ହଜାରରୁ ଉର୍ଦ୍ଧ୍ବ ନୂଆ ମାମଲା ଦେଖିବାକୁ ମିଳିଛି। ଏହା ମଧ୍ୟରେ କରୋନାର ୩ୟ ଲହର ଶିଶୁମାନଙ୍କ ପ୍ରତି ବିପଦ ବୋଲି ଖବର ମିଳୁଛି। ତେଣୁ ଗହଲି ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଆଉ ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି, ତେବେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ କୁହାଯାଉଛି।

ଏହା ମଧ୍ୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣ ଯଦି ମାସ୍କ ଲଗାଇନାହାନ୍ତି କିମ୍ବା ସାମାଜିକ ଦୂରତା ମାନୁନାହାନ୍ତି, ତେବେ ଏହାକୁ ଦେଖିବା ପରେ ନିଶ୍ଚିତ ମାନିବାକୁ ବାଧ୍ୟ ହେବେ। ଏହି ଭିଡିଓରେ ଗୋଟେ ମାଙ୍କଡ କଳାରଙ୍ଗର ମାସ୍କକୁ ଧରି ଏଣେତେଣେ ବୁଲିଥିବା ନଜର ଆସିଛି। ତାହା ସହିତ ଏହି ମାସ୍କକୁ ମୁହଁରେ ଲଗାଇବାକୁ ମଧ୍ୟ ଚେଷ୍ଟା କରୁଛି।

ଏହି ଭିଡିଓକୁ ଆଇଏଫଏସ୍ ସୁଶାନ୍ତ ନନ୍ଦ ଟ୍ବିଟରରେ ସେୟାର କରିଛନ୍ତି। ମାଙ୍କଡ ମାସ୍କକୁ ପ୍ରଥମେ ପିନ୍ଧିବା ବେଳେ ଠିକରେ ପିନ୍ଧୁପାରୁନଥିବା ବେଳେ ବାରମ୍ବାର ଚେଷ୍ଟା କରୁଛି। ଥରେ ଲଗାଇ ପୁଣି ଥରେ ପିନ୍ଧିବାକୁ ଚେଷ୍ଟା କରୁଛି। ଏହି ଭିଡିଓ ଭାଇରଲ ହେବା ପରେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ମିଳୁଛି। ୟୁଜର୍ସ ଲେଖିଛନ୍ତି, ଯଦି ମାଙ୍କଡ ଏହା ଜାଣିପାରୁଛି, ତେବେ ମଣିଷ ଜୀବଜନ୍ତୁଙ୍କ ଠାରୁ ଅଧିକ ମାରାତ୍ମକ।

You might also like