ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ, ଫୁଲ ଦାମରେ କିଣିପାରିବେ ୧୦୦ରୁ ଅଧିକ BMW କାର

ଆଜି ଅର୍ଥାତ ୭ ଫେବୃଆରୀରେ ସମଗ୍ର ବିଶ୍ୱ ରୋଜ ଡେ ପାଳନ କରୁଛି । ଲୋକମାନେ ସେମାନଙ୍କର ପାର୍ଟନରଙ୍କୁ ଗୋଲାପ ଦେଇ ଅଭିନନନ୍ଦ ଜଣାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଏବଂ ଏହାର ମୂଲ୍ୟ କେତେ? ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମୀ ଗୋଲାପ ବିଷୟରେ ।

ଆଜି ଅର୍ଥାତ ୭ ଫେବୃଆରୀରେ ସମଗ୍ର ବିଶ୍ୱ ରୋଜ ଡେ ପାଳନ କରୁଛି । ଲୋକମାନେ ସେମାନଙ୍କର ପାର୍ଟନରଙ୍କୁ ଗୋଲାପ ଦେଇ ଅଭିନନନ୍ଦ ଜଣାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଏବଂ ଏହାର ମୂଲ୍ୟ କେତେ? ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମୀ ଗୋଲାପ ବିଷୟରେ । ଆଜି ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ । ପ୍ରେମୀ ଯୁଗଳ ଏହି ଦିନକୁ ରୋଜ ଡେ ଭାବରେ ପାଳନ କରନ୍ତି । ଅର୍ଥାତ୍ ଦମ୍ପତିମାନେ ପରସ୍ପରକୁ ଗୋଲାପ ଦିଅନ୍ତି । ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଜଣାଇବା ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ।

ଯଦି ଆପଣ ନିଜ ପାର୍ଟନରକୁ ଦୁନିଆର ସବୁଠୁ ଦାମୀ ଗୋଲାପ ଦେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ସାମିଲ ହେବାକୁ ପଡିବ । ବାସ୍ତବରେ, ଏହି ଗୋଲାପର ଗୋଟିଏ ପୁଷ୍ପଗୁଚ୍ଛର ମୂଲ୍ୟ ୧୩୦ କୋଟି ଟଙ୍କା । ଆମେ କହୁଥିବା ଗୋଲାପକୁ ଜୁଲିଏଟ୍ ରୋଜ୍ କୁହାଯାଏ । ଏହା ଏକ ସାଧାରଣ ଗୋଲାପ ନୁହେଁ । ଏହା ଏତେ ମହଙ୍ଗା ହେବା ପଛରେ ଏକ ବଡ଼ କାରଣ ରହିଛି । ବାସ୍ତବରେ, ଏହି ଗୋଲାପ ଫୁଟିବାକୁ ୧୫ ବର୍ଷ ସମୟ ଲାଗିଥାଏ । ଏହି ଗୋଲାପର ରଙ୍ଗ ହଳଦିଆ, ଧଳା ଏବଂ ଗୋଲାପୀର ମିଶ୍ରଣ ।

ଫାଇନାନ୍ସ ଅନ୍ଲାଇନ୍ ରିପୋର୍ଟ ଅନୁଯାୟୀ ଜୁଲିଏଟ୍ ରୋଜର ମୂଲ୍ୟ ୧୫.୮ ମିଲିୟନ ଡଲାର ଅଟେ । ୨୦୦୬ ରେ ପ୍ରଥମ ଥର ପାଇଁ ଏହି ଗୋଲାପ ଫୁଲ ଫୁଟିଥିଲା । ସେତେବେଳେ ଏହି ଗୋଲାପର ମୂଲ୍ୟ ୯୦ କୋଟି ଟଙ୍କା ଥିଲା । ଆସନ୍ତୁ ଆପଣଙ୍କୁ କହିବା, ଏହି ଗୋଲାପକୁ ଆପ୍ରିକେଟ୍-ହାଇଡ୍ ହାଇବ୍ରିଡ୍ କୁହାଯାଏ । ଏହି ଗୋଲାପ ପ୍ରଥମେ ଡେଭିଡ୍ ଅଷ୍ଟିନଙ୍କ ଦ୍ୱାରା ଲଗାଯାଇଥିଲା । ଡେଭିଡ ଅଷ୍ଟିନ କହିଛନ୍ତି ଯେ ସେ ଅନେକ ଗୋଲାପ ମିଶାଇ ଏହାକୁ ତିଆରି କରିଛନ୍ତି । ଏହି ଗୋଲାପର ବାସ୍ନା ବିଷୟରେ କହିବାକୁ ଗଲେ ଏଥିରେ ସାମାନ୍ୟ ଚା’ ବାସ୍ନା ଆସିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.