ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ, ଆପଣଙ୍କ ଉପରେ ହେବ ଧନର ବର୍ଷା

ଏହି ସଂସାରରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଧନବାନ ହେବାର ସ୍ଵପ୍ନ ଦେଖୁ ନ ଥିବ । ଏମିତି କୁହାଯାଏ କି ଯଦି ବ୍ୟକ୍ତି ଧନ ପ୍ରାପ୍ତ କରିବାକୁ ଚାହୁଁଛି ତେବେ ଏଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ଜରୁରୀ ଅଟେ । ଏମିତିରେ ଯଦି କୌଣସି ଶୁଭ ଦିନରେ କିଛି ସରଳ ଉପାୟ କରାଯାଏ ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଧନ ବହୁତ ବଡ ସମସ୍ୟା ଅଟେ । ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କା ପଛରେ ଦୌଡୁଛନ୍ତି ।

କିନ୍ତୁ ବହୁତ ଚେଷ୍ଟା କରିବା ସତ୍ବେ ବି ମନୁଷ୍ୟକୁ ଧନ ପ୍ରାପ୍ତି ହୋଇ ନ ଥାଏ । ଏହି ଦିନରେ ଯଦି ଆପଣ କିଛି ସରଳ ଉପାୟ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣହୋଇଯିବ ଓ ଆପଣଙ୍କୁ ଜୀବନରେ ଧନର ନୂତନ ମାର୍ଗ ହାସଲ ହେବ ।ତେବେ ଆସନ୍ତୁ ଜାଣିବା କେଉଁ ଉପାୟ କଲେ ମାତା ଲକ୍ଷ୍ମୀ କୃପା କରିଥାନ୍ତି ।

ଘରର ମୁଖ୍ୟ ପ୍ରବେଶ ପଥରେ ଏକ ସୋରିଷ ତେଲ ଦୀପ ଜାଳନ୍ତୁ | ଏବଂ ଏହି ଦୀପକୁ ସନ୍ଧ୍ୟାରେ ଅଶ୍ୱସ୍ତ ଗଛ ନିକଟରେ ଲଗାଇ ଦିଅନ୍ତୁ | ୭ ଟି ଶନିବାର ଦିନ ଏହା କରିବା ଦ୍ୱାରା ଅର୍ଥର ଅଭାବ ରହିବ ନାହିଁ |

ଏକ ନାଲି ସୁତାରେ ସାତ ମୁଖୀ ରୁଦ୍ରାକ୍ଷକୁ ବାନ୍ଧି ବେକରେ ଧାରଣ କଲେ ଅଚାନକ ଧନର ପ୍ରାପ୍ତି ହୋଇଥାଏ।

କିଛି ପରିମାଣରେ ଅଟା ଓ ଗୁଡକୁ ନେଇ ଏକ ମିଶ୍ରଣ କରି ସେଥିରେ ପ୍ରସ୍ତୁତ ରୁଟି କରି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଗାଈ କୁ ଖାଇବାକୁ ଦେଲେ ଅଭାବ ରହି ନଥାଏ ଓ ଅର୍ଥର ସମସ୍ୟା ଦୂର ହୋଇଥାଏ।

ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ମନରେ ପବିତ୍ର ଭାବନା ରଖି ଧୂପ ,ଦୀପ,ଫୁଲ, ଚନ୍ଦନ ଲକ୍ଷ୍ମୀ ଙ୍କ ପ୍ରତିମରେ ଲଗାନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲକ୍ଷ୍ମୀ ଙ୍କ ପୂଜା କରୁଥିବା ମହିଳା ମାନେ ଅନ୍ୟ ମହିଳା ମାନଙ୍କ ସର୍ବଦା ସଂମ୍ମାନ ଦେବା ଉଚିତ।

ମାତା ଲକ୍ଷ୍ମୀ ଙ୍କ ସାମ୍ନାରେ୧୧ ଦିନ ପର୍ଯ୍ୟନ୍ତ ଏକ ଅଖଣ୍ଡ ଦୀପକୁ ଜଳାଇ ରଖନ୍ତୁ। ଏବଂ ୧୧ ଦିନ ବେଳେ ୧୧ଟି ଝିଅ ଙ୍କୁ ଭୋଜନ କରିବାକୁ ଦିଅନ୍ତୁ ଯାହା ଦ୍ୱାରା ଧନ ବର୍ଷା ହୋଇଥାଏ।

ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗ ଧଳା ହୋଇଥିବାରୁ ଏହି ଦିନ ଧଳା ପଦାର୍ଥରେ କ୍ଷୀରରେ ନିର୍ମିତ କ୍ଷୀରି ବା ଭୋଗ ଲଗାନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.