ନୁସରତ ଜହାଁଙ୍କୁ ତାଙ୍କ ସାଙ୍ଗମାନେ ପଠାଇଲେ ପ୍ରେଗ୍‌ନାନ୍ସି ଥିମ୍‌ ବାଲା କେକ୍‌, ପଚାରିଲେ ‘ପୁଅ ଅଛି ନା ଝିଅ’?

ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କୁ ନିକଟରେ ନିଜ ସାଙ୍ଗମାନଙ୍କଠାରୁ ଏକ ବଢ଼ିଆ ସରପ୍ରାଇଜ୍‌ ମିଳିଛି। ନୁସରତ ନିଜର ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କେକ୍‌ର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ ସାଙ୍ଗମାନେ ଏହି କେକ୍‌ ପଠାଇଛନ୍ତି। ନୁସରତ ଏହି ସମୟରେ ପ୍ରେଗ୍‌ନାଣ୍ଟ ଅଛନ୍ତି। ତେଣୁ ଫ୍ୟାନମାନେ ସେ ମା’ ହେବା ଅପେକ୍ଷାରେ ଅଛନ୍ତି।

ଫଟୋରେ ଦେଖିବାକୁ ମିଳୁଛି କି, ଧଳା ରଙ୍ଗର କେକ୍‌କୁ ନୀଳ ଓ ଗୋଲାପି ରଙ୍ଗର କ୍ରୀମରେ ସଜାଯାଇଛି। କେକ୍‌ର ଟପ୍‌ରେ ଏକ ଛୋଟିଆ ବ୍ୟାନର ମଧ୍ୟ ରହିଛି, ଯେଉଁଥିରେ ଲେଖା ହୋଇଛି ‘ଝିଅ ନା ପୁଅ’। ସେହିପରି କେକ୍‌ ସହିତ ‘ଥ୍ୟାଙ୍କ୍‌ ୟୁ ଦିଦି’ ନାଁରେ ଏକ ମେସେଜ ମଧ୍ୟ ରହିଛି। ନୁସରତ କିଛି ପ୍ରେମଭରା ଇମୋଜୀ ସହିତ ଫଟୋ ସେୟାର କରିଛନ୍ତି ଏବଂ ନିଜ ସାଙ୍ଗମାନଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ନୁସରତ ଜୁନ୍‌ରେ ନିଜ ପ୍ରେଗ୍‌ନାନ୍ସି ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ନିଜ ବେବି ବମ୍ପ୍‌ ଦେଖାଉଥିବାର ନଜର ଆସିଥିଲେ। ୨୦୧୯ ଜୁନ୍‌ରେ ବ୍ୟବସାୟୀ ନିଖିଲ ଜୈନ ନୁସରତ ଜହାଁଙ୍କୁ ବିବାହ କରିଥିଲେ। ଯଦିଓ ନୁସରତ ନିକଟରେ ଏକ ବୟାନ ଜାରି କରି କହିଥିଲେ କି, ଦୁଇଜଣ ବହୁତ ଦିନ ଆଗରୁ ପରସ୍ପରଠାରୁ ଅଲଗା ହୋଇସାରିଛନ୍ତି। ତାଙ୍କ କହିବା ଥିଲା ଯେ ଭାରତୀୟ ଆଇନ ହିସାବରେ ତାଙ୍କର ବିବାହ ହୋଇ ନାହିଁ। ଏହା ଏକ ଲିଭ୍‌-ଇନ-ରିଲେଶନଶିପ୍‌ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.