ଏକାଧାରାରେ IAS, IPS, ଡାକ୍ତର, ବିଧାୟକ ଆଦି ୨୦ ଟି ଡିଗ୍ରୀ ହାସଲ କରିଛନ୍ତି ଏହି ବ୍ୟକ୍ତି; ଜାଣନ୍ତୁ ଡାକ୍ତର ଶ୍ରୀକାନ୍ତ ଜିଚକରଙ୍କ କାହାଣୀ

ଜଣେ ବ୍ୟକ୍ତି ଏକ ସାଙ୍ଗରେ କେତୋଟି ଡିଗ୍ରୀ ହାସଲ ହାସଲ କରି ପାରେ। ଏକରୁ ଅଧିକ ଅର୍ଥାତ୍ ୨ଟି କିମ୍ୱା ୩ଟି ହୋଇପାରେ ଅତି କଷ୍ଟରେ। କିନ୍ତୁ କିଏ କ’ଣ ଏକା ସାଙ୍ଗରେ ୨୦ ଟି ଡିଗ୍ରୀ ହାସଲ କରି ପରେ କି ? ଆପଣ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତି ଡାକ୍ତର , ଆଇପିଏସ୍, ଆଇଏଏସ୍, ଆଇନଜୀବୀ, ଏମବିଏ, ବିଧାୟକ, ପିଏଚଡି, ଅଭିନେତା, ଚିତ୍ରକାର ଏବଂ ଫଟୋଗ୍ରାଫର ହୋଇପାରନ୍ତି। କିନ୍ତୁ ଏପରି ଜଣେ ଯୋଗ୍ୟ ବ୍ୟକ୍ତି ଓ ଜ୍ଞାନୀ ବ୍ୟକ୍ତି ରହିଛନ୍ତି ଯିଏ ଏକାଧାରରେ ପ୍ରାୟ ୨୦ ଟି ଡିଗ୍ରୀ ହାସଲ କରିଛନ୍ତି। ଆଜି ଆମେ ଆପଣଙ୍କୁ ସେହି ମହାନ୍ ଓ ଜ୍ଞାନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ଜାଣି ହୁଏତ ଆପଣ ଅନୁପ୍ରାଣିତ ହୋଇପାରିବେ।

ସେ ବ୍ୟକ୍ତି ଜଣଙ୍କ ହେଉଛି ଶ୍ରୀକାନ୍ତ ଜିଚକର, ଯିଏକି ଭାରତର ସବୁଠାରୁ ଯୋଗ୍ୟ ବ୍ୟକ୍ତି ମାନ୍ୟତା ପାଇଛନ୍ତି। କାରଣ ସେ ଏକମାତ୍ର ବ୍ୟକ୍ତି ଯିଏକି ୨୦ ଟି ପ୍ରମୁଖ ଡିଗ୍ରୀ ହାସଲ କରିଥିଲେ। ଡାକ୍ତର ଶ୍ରୀକାନ୍ତ ଜିଚକର ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା, ଯେଉଁମାନେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା କଷ୍ଟକର ବୋଲି ଭାବୁଛନ୍ତି ସେ ଶ୍ରୀକାନ୍ତଙ୍କ ବିଷୟର ନିହାତି ଜାଣିବା ଦରକାର୍। ଯୁବ ବୟସରେ ଲୋକମାନେ ପାଠ ପଢ଼ିବା ପାଇଁ କଷ୍ଟ ବୋଲି ମନେ କରନ୍ତି କିନ୍ତୁ ଡାକ୍ତର ଶ୍ରୀକାନ୍ତ ଜିଚକର୍ ୨୦ ରୁ ଅଧିକ ଡିଗ୍ରୀ ହାସଲ କରିଥିଲେ ଯେଉଁ ସମୟରେ ମୋବାଇଲ୍, ଇଣ୍ଟରନେଟ୍ କିମ୍ବା ଏପରିକି କମ୍ପ୍ୟୁଟରଗୁଡ଼ିକର ଶିକ୍ଷାର କୌଣସି ସୁବିଧା ନଥିଲା।

ସେ ପୁଣି ହେଉଛନ୍ତି ଭାରତର ସବୁଠାରୁ ଯୋଗ୍ୟ ବ୍ୟକ୍ତି। ସେ ମାତ୍ର ୨୫ ବର୍ଷ ବୟସରେ ବିଧାନସଭାର ସଦସ୍ୟ ହୋଇଥିଲେ ଏବଂ ସଫଳତାର ସହ ତାଙ୍କ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ତେବେ ଆପଣଙ୍କୁ ଆମେ ଶ୍ରୀକାନ୍ତ ଜିଚକରଙ୍କ ବିଷୟରେ ଏପରି କିଛି ଜିନିଷ କହିବୁ ଯାହା ଆପଣଙ୍କୁ ଜୀବନରେ ପରିଶ୍ରମ କରି ଅନେକ କିଛି ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ। ଡାକ୍ତର ଶ୍ରୀକାନ୍ତ ଜିଚକର ସ୍ୱାଧୀନତାର ସାତ ବର୍ଷ ପରେ ୧୪ ସେପ୍ଟେମ୍ବର ୧୯୫୪ ରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ନିକଟ ଅଜଗାଓଁର ଏକ ଧନୀ ମରାଠା ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକ୍ତର  ଶ୍ରୀକାନ୍ତ ନିଜର ଇଚ୍ଛା ଶକ୍ତି ଓ ଉତ୍ସାହକୁ ଅନୁସରଣ କରିଥିଲେ ଏବଂ ତାଙ୍କର ଉତ୍ସର୍ଗୀକୃତତା ସହିତ ୨୦ ରୁ ଅଧିକ ଡ଼ିଗ୍ରୀ ହାସଲ କରିଥିଲେ।

Shrikant
Picture credit – India Tv news

ଶ୍ରୀକାନ୍ତଙ୍କ ନାମ ଗର୍ବର ସହିତ ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତର ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବରେ ପ୍ରବେଶ କରିଛି। ସେ ୧୯୬୨ ରୁ ୧୯୯୦ ମଧ୍ୟରେ ୪୨ ଟି ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସେ ୨୦ ଟି ସବଜେକ୍ଟରେ ପାସ୍ କରିଥିଲେ ଏବଂ ଅଧିକାଂଶରେ ସେ ପ୍ରଥମ ବିଭାଗରେ ପାସ୍ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ,ତାଙ୍କ ଜୀବନ କାଳରେ ଶ୍ରୀକାନ୍ତ ଜିଚକର୍ ୨୦ ଟି ପ୍ରମୁଖ ଡିଗ୍ରୀ ହାସଲ କରିଥିଲେ।

ଶିକ୍ଷାଗତ ଯୋଗ୍ୟତା:

୧. ମେଡିକାଲ୍ ଡାକ୍ତର, MBBS, MD
୨. ଆଇନ, LL.B
୩. ଆନ୍ତର୍ଜାତୀୟ ଆଇନ, LL.M.
୪. ବ୍ୟବସାୟ ପ୍ରଶାସନ, DBM ଏବଂ MBA

୫. ସାମ୍ବାଦିକତାରେ ସ୍ନାତକ
୬. M.A. ସାଧାରଣ ପ୍ରଶାସନ
୭. M.A. ସମାଜବିଜ୍ଞାନ
୮. M.A. ଅର୍ଥନୀତି
୯. M.A. ସଂସ୍କୃତ
୧୦. M.A. ଇତିହାସ
୧୧. M.A. ଇଂରାଜୀ ସାହିତ୍ୟ
୧୨. M.A. ଦର୍ଶନ
୧୩.M.A. ରାଜନୀତି ବିଜ୍ଞାନ
୧୪. M.A. ପ୍ରାଚୀନ ଭାରତୀୟ ୧୫. ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ।

୧୬.M.A. ମନୋବିଜ୍ଞାନ
୧୭. D. Litt ସଂସ୍କୃତ – ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ଡିଗ୍ରୀ

୧୮.ଆଇପିଏସ୍ – ଭାରତୀୟ ପୋଲିସ୍ ସେବା

୧୯. IAS – ଭାରତୀୟ ପ୍ରଶାସନିକ ସେବା
୨୦. ସାଧାରଣ ଜ୍ଞାନ

ତେବେ ଅସଚର୍ଯ୍ୟର କଥା ହେଉଛି ଯେ ଯେ ସେ ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ପରୀକ୍ଷା ଦେଇଥିଲେ ଏବଂ ସମସ୍ତ ପରୀକ୍ଷାରେ ପ୍ରଥମ ବିଭାଗ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ଆପଣ ନିଶ୍ଚିତ ଭାବରେ ବୁଝି ସାରିବେଣିକି ଯେ ଡାକ୍ତର ଶ୍ରୀକାନ୍ତ ଜିଚକର ପୁସ୍ତକକୁ କେତେ ଭଲ ପାଉଥିଲେ। ତେବେ ତାଙ୍କର ଏକ ବ୍ୟକ୍ତିଗତ ଲାଇବ୍ରେରୀ ମଧ୍ୟ ଥିଲା ଯେଉଁଥିରେ ପ୍ରାୟ ୫୨,୦୦୦ ପୁସ୍ତକ ରହିଥିଲା। ସେ MBBS ଏବଂ MD ଡିଗ୍ରୀ ହାସଲ କରି ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ଆନ୍ତର୍ଜାତୀୟ ଆଇନ (LL.M) ସହିତ ମାଷ୍ଟର ସହିତ LLB କରିଥିଲେ। ତା’ପରେ ସେ ବିଜନେସ୍ ଆଡମିନିଷ୍ଟ୍ରେସନ୍ DBM ଓ MBA ଏବଂ ପରେ ସାମ୍ବାଦିକତା B.Journal ରେ ମାଷ୍ଟର୍ସ କରିଥିଲେ।

Shrikant jichkar
pc- Twitter

ପୁଣି ରାଜନୀତିରେ ମଧ୍ୟ ସେ ପାଦ ଥାପିଥିଲେ। ୧୯୮୦ ମସିହାରେ ଶ୍ରୀକାନ୍ତ ଜଣେ ବିଧାୟକ ହୋଇଥିଲେ ଏବଂ ବିଧାନସଭାରେ ତାଙ୍କ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ମହାରାଷ୍ଟ୍ର ବିଧାନସଭାର ଜଣେ ବିଧାୟକ ଭାବରେ ନିର୍ବାଚିତ ହୋଇଥିବାବେଳେ ଡାକ୍ତର ଜିଚକରଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା, ତେଣୁ ସେ ସର୍ବକନିଷ୍ଠ ବିଧାୟକ ହୋଇଥିଲେ। ଶ୍ରୀକାନ୍ତ ଜିଚକର ମଧ୍ୟ ମହାରାଷ୍ଟ୍ର କ୍ୟାବିନେଟରେ ଜଣେ ସଫଳ ମନ୍ତ୍ରୀ ଥିଲେ ଏବଂ ଏକ ସମୟରେ ତାଙ୍କ ଅଧୀନରେ ୧୪ ଟି ପୋର୍ଟଫୋଲିଓ ପରିଚାଳନା କରିଥିଲେ। ସେ ଭାରତର ଉପର ଗୃହର ସାଂସଦ ମଧ୍ୟ ଥିଲେ। ସେ ସାରା ଦେଶ ଭ୍ରମଣ କରି ନିଜର ଜ୍ଞାନ ବାଣ୍ଟୁଥିଲେ। ସେ ଉପଦେଶ ଦେଉଥିଲେ। ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ସମ୍ବନ୍ଧୀୟ ବିଷୟ ଉପରେ ମଧ୍ୟ ସମସ୍ତଙ୍କୁ କହୁଥିଲେ।

ଯାହାକି ତାଙ୍କ ମହାନତାକୁ ଦର୍ଶାଇଥିଲା। କାରଣ ତାଙ୍କର ଉତ୍ସାହ ରହିଥିଲା ଜ୍ଞାନ ହାସଲ କରିବା ଓ ବାଣ୍ଟିବା। ଅଜ୍ଞାନତା ଦୂର କରିବାକୁ ତାଙ୍କର ପ୍ରୟାସ ଲାଗି ରହିଥିଲା। ତେବେ ଏକାଡେମିକ୍ ବ୍ୟତୀତ ସେ ଜଣେ ମହାନ ମଞ୍ଚ ଅଭିନେତା, ପ୍ରଖ୍ୟାତ ଚିତ୍ରକାର ଏବଂ ଜଣେ ପେସାଦାର ଫଟୋଗ୍ରାଫର ମଧ୍ୟ ଥିଲେ। ତେବେ ଏକ କାର ଦୁର୍ଘଟଣାରେ ଏହି ମହାନ୍ ବ୍ୟକ୍ତିଙ୍କ ମୃତ୍ୟୁ ୨୦୦୪ ମସିହାରେ ହୋଇଥିଲା। ଯେତେବେଳେ ସେ ଦୁନିଆକୁ ବିଦାୟ ଦେଇଥିଲେ ସେତେବେଳେ ତାଙ୍କୁ ମାତ୍ର ୫୦ ବର୍ଷ ହୋଇଥିଲା। ତେବେ ଆଶା କରୁଛୁ ଏହି ମହାନ ବ୍ୟକ୍ତିଙ୍କ ଆପଣଙ୍କୁ ପ୍ରେରଣା ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.