Below header

କିଏ ହେବ ଅମ୍ବାନୀ ଏମ୍ପାୟାରର ମାଲିକ? ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଇସାରା ଦେଲେ ମୁକେଶ

କେନ୍ୟୁଜ୍(ବ୍ୟୁରୋ): କିଏ ହେବେ ଅମ୍ବାନୀଙ୍କ ଉତ୍ତରାଧିକାରୀ ? ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୬୪ ବର୍ଷରେ ପହଞ୍ଚିଲେଣି । ତେଣୁ ଏବେ ଅମ୍ବାନୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତରାଧିକାରୀଙ୍କୁ ନେଇ ଗତକାଲି ରିଲାଏନ୍ସ ଫ୍ୟାମିଲି ଡେ’ର ଏକ କାର୍ଯ୍ୟକ୍ରମରେ ଏନେଇ ଇସାରା କରିଛନ୍ତି ମୁକେଶ । ସେ କହିଛନ୍ତି, ତୃତୀୟ ପିଢି ସେମାନଙ୍କର ଦକ୍ଷତା ଦେଖାଇଲେଣି । ଯୁବପିଢି ଦାୟିତ୍ୱ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଲେଣି । ତାଙ୍କ ବାପା ଓ ଜେଜେବାପାଙ୍କର ପ୍ରକୃତ ଉତ୍ତରାଧିକାରୀ ହେବାକୁ ସକ୍ଷମ ହୋଇସାରିଥିବା କହିଛନ୍ତି ମୁକେଶ ।

ପ୍ରଥମ ଥର ପାଇଁ ଉତ୍ତରାଧିକାରୀ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ମୁକେଶ । ତାଙ୍କର ଦୁଇ ପୁଅ ଆକାଶ ଓ ଅନନ୍ତ । ଝିଅ ଇଶା । ସେମାନେ ରିଲାଏନ୍ସ ଗ୍ରୁପର ବିଭିନ୍ନ ପଦ ପଦବୀରେ ଅଛନ୍ତି । ଏମାନଙ୍କ ଭିତରୁ କାହାକୁ ନିଜ ଉତ୍ତରାଧିକାରୀ ଭାବରେ ଘୋଷଣା କରିପାରନ୍ତି ମୁକେଶ । ଦେଶର ସବୁଠୁ ବଡ଼ କମ୍ପାନୀ ରିଲାଏନ୍ସ ଗ୍ରୀନ୍‌ ଏନର୍ଜୀ, ରିଟେଲ୍‌ ଓ ଟେଲିକମ୍‌ କ୍ଷେତ୍ରରେ ନିବେଶ କରି ସଫଳତା ପାଇଛି । ବାପା ଧୀରୁ ଭାଇ ଅମ୍ବାନୀଙ୍କ ମୃତ୍ୟୁ ପରଠୁ ୨୦୦୨ ମସିହାରୁ କମ୍ପାନୀ ଦାୟିତ୍ୱ ତୁଲାଇ ଆସୁଛନ୍ତି ମୁକେଶ ଅମ୍ବାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.