ପକ୍ଷୀଙ୍କୁ ଦାନା,ଗାଈ କୁ ରୁଟି, କୁକୁରକୁ କ୍ଷୀର ଦିଅନ୍ତୁ: ନୂଆ ବର୍ଷରେ ଜ୍ୟୋତିଷଙ୍କ ନିୟମ ବଦଳାଇ ଦେବ ଆପଣଙ୍କ ଜୀବନ

ଆଗକୁ ଆସୁଛି ନୂତନ ବର୍ଷ,ତେଣୁ ସେହି ହିସାବରେ ନିଜ ଜୀବନର ନୂଆ ଆରମ୍ଭ ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର କାମ କରୁଛନ୍ତି କିନ୍ତୁ ଜ୍ୟୋତିଷମାନେ ମଧ୍ୟ ଏମିତି ନୂଆ ପାଞ୍ଜି ବିଷୟରେ କିଛି କହିଛନ୍ତି ଯାହାକୁ କଲେ ଆପଣଙ୍କ ନୂଆ ବର୍ଷ ଭଲରେ କଟିବ । ଆପଣମାନେ ଜାଣିଛନ୍ତି ପଶୁ ପକ୍ଷୀ ମାନେ ହେଉଛନ୍ତି ଆମ ଜୀବନର ଏକ ଅଂଶ । ସେମାନଙ୍କ ପାଇଁ ମଣିଷ ଜୀବନରେ ମଧ୍ୟ ଖୁସି ଆସିଥାଏ । ତେଣୁ ସେମାନଙ୍କୁ ନୂଆ ବର୍ଷରେ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିବ ଓ ମଙ୍ଗଳ ହେବ ବୋଲି ଜ୍ୟୋତିଷ କହିଛନ୍ତି । ଖାଲି ସେତିକି ନୁହେଁ ପଶୁ ମାନଙ୍କୁ ଖାଇବା ଦେବା ଦ୍ୱାରା ଆପଣ ନିଜ ଜୀନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।

ପକ୍ଷୀ ମାନଙ୍କ ମଧ୍ୟରୁ ଆପଣ କାଉ, ହଂସ,ଗରୁଡ, ଶୁଆ ଓ ଅନ୍ୟ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ଆପଣ ଧାର୍ କରଜ ରୁ ମୁକ୍ତି ପାଇବେ । ଏହା ଦ୍ୱାରା ପିତୃଦୋଷ,ଶନିଦୋଷ ଓ ମଙ୍ଗଳ ଦୋଷ କଟି ଯିବ । ଏହା ଦ୍ୱାରା ପରିବାର ରେ ସୁଖ , ଶାନ୍ତି ଓ ପ୍ରସନ୍ନତା ବଢିବ । ଏହା ସହ ଆପଣ ଗାଈ ମାନଙ୍କୁ ମଧ୍ୟ ଖାଦ୍ୟ ଦେବା ଦରକାର । କାରଣ ଗାଈଙ୍କ ଦେହରେ ସବୁ ଦେବାଦେବୀ ରୁହନ୍ତି । ମଣିଷ ମରିବା ପରେ ଗାଇ ପାଇଁ ତାର ପାପ କମିଥାଏ । ତେଣୁ ଆପଣ ଗାଇମାନଙ୍କୁ ରୁଟି ଖାଇବାପାଇଁ ଦେବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯାଏ ଓ ଆପଣଙ୍କ ଜୀବନରୁ ସବୁ ସଂକଟ ଦୂର ହୋଇଯାଏ । ଆପଣଙ୍କ ବୃହଷ୍ପତି ଓ ଶୁକ୍ର ମଧ୍ୟ ଶକ୍ତିଶାଳୀ ହୋଇଯାଏ । ପ୍ରତିଦିନ ଗାଇକୁ ରୁଟି ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ଧନ – ସମ୍ପତି ବଢିଥାଏ ।
ଗାଈ ଓ ପକ୍ଷୀମାନଙ୍କୁ ଖାଦ୍ୟ ଦେବା ଛଡା ଆପଣ କୁକୁରକୁ ମଧ୍ୟ ଖାଦ୍ୟ ଦେବାକୁ ପଡିବ । କୁକୁରଙ୍କୁ ହିନ୍ଦୁ ଦେବତା ଭୈରବ ମହାରାଜଙ୍କ ସେବକ ବୋଲି କୁହାଯାଏ । ତେଣୁ କୁକୁରଙ୍କୁ କଞ୍ଚା କ୍ଷୀର ପିଇବା ପାଇଁ ଦେବା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ କରାଯାଏ । କୁକୁରଙ୍କୁ ପ୍ରତିଦିନ ରୁଟି ଖୁଆଇବା ଦ୍ୱାରା ଭୂତ-ପ୍ରେତ ଓ ଯମଦୂତ ପାଖ ମାଡନ୍ତି ନାହିଁ । ରାହୁ ଓ କେତୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଜୀବନରେ ଘଟିବାକୁଥିବା ଦୁର୍ଘଟଣାରୁ ମଧ୍ୟ ମୁକ୍ତି ମିଳେ ଓ ଏହା ସହିତ ଆପଣଙ୍କ ଆୟୁଷ ମଧ୍ୟ ବଢିଥାଏ ।