Below header

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସାମ୍ପଲ ପେପର ପାଟର୍ନରେ ହେବ ପରିବର୍ତ୍ତନ, ଏମିତି କରନ୍ତୁ ଡାଉନଲୋଡ

ସିବିଏସଇ ଜାନୁଆରୀ ୨୦୨୨ରେ ଟର୍ମ ୨ ସାମ୍ପଲ ପେପରରେ ଏକ ବଡ ପରିବର୍ତ୍ତନ କରି ଅପଲୋଡ କରିବା ପାଇଁ ପ୍ଲାନିଙ୍ଗ କରୁଛି । ଏହା ହେବା ପଛର କାରଣ ହେଉଛି ଓମିକ୍ରନ, କୋଭିଡ ଭାରିଏଣ୍ଟ ଓମିକ୍ରନ ବର୍ତ୍ତମାନ ଦିନକୁ ଦିନ ବଢିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ.ଜୋସେଫ ଇମାନୁଏଲ CBSEକୁ ଦୁଇ ପ୍ରକାର ପାଟର୍ନ ପେପର ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହା ଉଭୟ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।

CBSE ଉତ୍ସ ଅନୁଯାୟୀ CBSE ଏକ ବଡ ପରିବର୍ତ୍ତନ ସହିତ ଜାନୁଆରୀ ୨୦୨୨ ରେ ଟର୍ମ ୨ ସାମ୍ପଲ ପେପର ଅପଲୋଡ୍ କରିବାକୁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ଟର୍ମ ୨ ପାଇଁ ପ୍ରଶ୍ନ ମୂଲ୍ୟାଙ୍କନର ଏକ ନୂତନ ଶୈଳୀ ମଧ୍ୟ କରାଯାଇଛି । ଯେହେତୁ ଏହାଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ , ଏହାକୁ ଆପଣଙ୍କୁ ଜାଣିବା ପାଇଁ ପଡିବ ।

୧. ସାମ୍ପଲ ପେପର ଗୁଡିକର ପାଟର୍ନ

ଭାରତରେ ଓମିକ୍ରନ୍ର ସଂକ୍ରମଣ ହେତୁ ହେତୁ, ଟର୍ମ ୨ର ପ୍ରାୟ ସବୁ ବିଷୟ ପାଇଁ ଦୁଇ ପ୍ରକାର ର ସାମ୍ପୁଲ ପେପର ପ୍ରସ୍ତୁତ କରାଯାଉଛି । ଯାହା କି 100% ସବଜେକ୍ଟିଭ୍ ଏବଂ 100% ଅବଜେକ୍ଟିଭ୍ ସାମ୍ପୁଲ ପେପର । ସୂଚନା ଅନୁଯାୟୀ ସିବିଏସ୍ଇର ପରୀକ୍ଷାରେ ଦୀର୍ଘ ପ୍ରଶ୍ନ ଭିତ୍ତିକ ସମ୍ପୁଲ ପେପରରେ କେବଳ ୨ଓ୫ ମାର୍କ ର ପ୍ରଶ୍ନ ଆଣିବାକୁ ସିବିଏସସି ସାମ୍ପଲ ପେପର ପ୍ରସ୍ତୁତ କରୁଥିବା ଟିମ ପରାମର୍ଶ ଦେଇଛନ୍ତି । ଏଥିରେ କୌଣସି ୧ ନମ୍ବର ପ୍ରଶ୍ନ ରହିବ ନାହିଁ ।

ଟର୍ମ ୨ ର ପ୍ରସ୍ତୁତି ପାଇଁ, ଏଡୁକାର୍ଟର ସହାୟତା ରେ CBSE କ୍ଲାସ ୧୦ ଓ କ୍ଲାସ ୧୨ ପାଇଁ ଏକ ପ୍ରଶ୍ନ ବ୍ୟାଙ୍କ ଖୋଲିଛି । ଯାହାଦ୍ୱହାରା ଟର୍ମ ୨ NCERT- କେନ୍ଦ୍ରିକ ଅବଜେକ୍ଟିଭ୍ ଏବଂ ସବଜେକ୍ଟିଭ୍ ପ୍ରଶ୍ନ ଗୁଡ଼ିକୁ ଭଲ ଭାବେ କଭର କରାଯାଇ ପାରିବ । ଏହି ପୁସ୍ତକ ଗୁଡ଼ିକ NCERT ସହିତ ଛାତ୍ରଛାତ୍ରୀଙ୍କୁ ଟର୍ମ ୨ ପାଇଁ ଭଲ ଭାବରେ ପ୍ରସ୍ତୁତ କରାଇବାରେ ସହାୟକହେବ । ତେବେ ବିଭିନ୍ନ ରାଜ୍ୟରେ ରାତ୍ରି କର୍ଫ୍ୟୁକୁ ଦୃଷ୍ଟିରେ ରଖି ସିବିଏସ୍ଇ କମିଟି, ଟର୍ମ ୨ ପାଇଁ ଉଭୟ ଅବଜେକ୍ଟିଭ୍ ଏବଂ ସବଜେକ୍ଟିଭ୍ ସାମ୍ପୁଲ ପେପର ଖୁବ ଶୀଘ୍ର ଏହାର ଏକାଡେମିକ୍ ୱେବସାଇଟରେ ପ୍ରକାଶ କରିବ।

ଟର୍ମ ୨ ସାମ୍ପଲ ପେପର ରେ ନୂତନ ପ୍ରକାରର ପ୍ରଶ୍ନ :
୧.CBSE ସ୍ୱତନ୍ତ୍ର ଭାବରେ ବ୍ରିଟିଶ ପରିଷଦ ସହିତ ମିଶିି ଏକ ଦକ୍ଷତା ଭିତ୍ତିକ ଶିକ୍ଷା (CBE) ପ୍ରବର୍ତ୍ତନ କରିଛି ।
୨. ଟର୍ମ ୨ ବୋର୍ଡ ପେପର ରେ କ୍ରିଟିକାଲ ଥିକିଙ୍ଗ ଓ ବୈଚାରିକ ସ୍ପଷ୍ଟତା ର ଆକଳକ କରିବା ପାଇଁ ନୂତନ ପ୍ରକାରର ପ୍ରଶ୍ନ ହେବ । ଏମିତି ପ୍ରଶ୍ନ ଆଗାମୀ ଟର୍ମ ୨ ସାମ୍ପୁଲ ପେପର ର ଅବଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନ ମାଧ୍ୟମରେ ପଚରା ଯିବ ।
୩. ଏପରି ପରିବର୍ତ୍ତନରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହାୟତା ପାଇଁ, ଏଡୁକାର୍ଟ ମାଧ୍ୟମରେ ଏମିତି ପ୍ରଶ୍ନ ର ଏକ ବ୍ୟାପକ ପ୍ରଶ୍ନପତ୍ର ବା ପେପର ବ୍ୟାଙ୍କ୍‌ ପ୍ରଦାନ କରାଯାଇଛି । ଯାହା ବୋର୍ଡ ର ନୂଆ ଟର୍ମ ୨ ପାଟର୍ନ ମୂଲ୍ୟାଙ୍କନ ର ପ୍ରସ୍ତୁତ କରିବାରେ ଏକ ଗାଇଡ ଭଲି କାମ କରିବ ।

କ୍ଲାସ ୧୦ ପାଇଁ ସିବିଏସସି ପ୍ରଶ୍ନ ବା ଟର୍ମ ୨ ର ଅଭ୍ୟାସ

୧. ସିବିଇ ୨୦୨୧- ୨୨ ମସିହା ଆରମ୍ଭରୁ ହିଁ ଏହା ଚର୍ଚ୍ଚାର ବିଷୟ ରହି ଆସିଥିଲା ଓସିବିଏସସି ନୋଟିଫିକେସନ ସରକୁଲାର ୧୦୮ ଓ ଟର୍ମ ୧ ସାମ୍ପୁଲ ପେପର ରେ ନୂତନ ପ୍ରକାରର ପ୍ରଶ୍ନ ରୁ ଏହା ସ୍ପଷ୍ଟ ଯେ ଏବେ ଏହା ଟର୍ମ ୨ ପ୍ରଶ୍ନ ପାଇଁ ଏକ ମହତ୍ୱପୂର୍ଣ୍ଣ ଜିନିଷ ହେବ ।
୨. ସିବିଏସସି ଦ୍ୱାରା ୯ ରୁ ୧୨ ଶ୍ରେଣୀ ଶିକ୍ଷକଙ୍କ ପାଇଁ ଏକ ଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବି ଆୟୋଜିତ କରାଯାଇଛି, ଯେଉଁଥିରେ ତାଙ୍କୁ ସିବିଇ ବିଷୟରେ ବୁଝାଯିବ ଓ ଟର୍ମ ୨ପାଇଁ ଛାତ୍ର ଛାତ୍ରୀଙ୍କୁ ଭଲ ଭାବେ ପ୍ରସ୍ତୁତ ହେବା ପାଇଁ ପ୍ରଣାଳୀ ବୁଝାଯିବ ।
ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଟର୍ମ ୨ ବୋର୍ଡ ପରୀକ୍ଷା ପାଇଁ ଦୁଇଟି ଅବ୍ଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନ ଉପରେ ବିଚାର କରାଯିବ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ଦ୍ୱାରା ସିଖା ଯାଉଥିବା ପ୍ରଣାଳୀ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ ଏପରି କରିବା ଦ୍ୱାରା କୋଭିଡ ମଧ୍ୟ ପିଲାଙ୍କ ପାଠ ପଢା ଉପରେ କୌଣସି ପ୍ରଭାପ ପକାଇବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.