ବଦଳିଲେ ମାଲକାନଗିରି ଏସପି ପି. ଏସ୍. ମୀନା, ନୀତେଶ ଓ୍ଵଧଓ୍ଵାନୀ ହେଲେ ନୂଆ ଏସପି

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ । ବଦଳିଲେ ମାଲକାନଗିରି ଏସପି ପି. ଏସ୍. ମୀନା । ତାଙ୍କୁ ପୋଲିସ ମୁଖ୍ୟାଳୟ ଅତିରିକ୍ତ ଆଇଜି ଭାବରେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ତାଳଚେର ଏସଡିପିଓ ନୀତେଶ ଓ୍ଵଧଓ୍ଵାନୀଙ୍କୁ ମାଲକାନଗିରି ଏସପି ଭାବରେ ନୂଆ ନିଯୁକ୍ତି ମିଳିଛି । ସେହିପରି କେସିଙ୍ଗା ଏସଡିପିଓ ଥିବା ଏସ୍. ସୁଶ୍ରୀ ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବରେ ନିଯୁକ୍ତି ମିଳିଛି । ମାଲକାନଗିରି ଏସଡିପିଓ ଅବିଳାଶ ଜି. ଙ୍କୁ ନାର୍କୋଟିକ୍ସ ଏସଟିଏଫ୍ ଏସପି ଭାବରେ ବଦଳି କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଡିସିପି ଥିବା ମାୟାଧର ସେଠୀଙ୍କୁ କ୍ରାଇମ୍ ଡିସିପି ଭାବରେ ମିଳିଛି ନୂଆ ନିଯୁକ୍ତି । ସେହିପରି ନାର୍କୋଟିକ୍ସ ଏସଟିଏଫ୍ ଏସପି ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବରେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
୬ ଆଇପିଏସ ଅଧିକାରୀଙ୍କୁ ଅପରାହ୍ନରେ ମିଳିଛି ପଦୋନ୍ନତି। ୨୦୦୪ ବ୍ୟାଚ୍ର ୩ ଆଇପିଏସ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଡ. ଦୀପକ କୁମାର, ଆଶିଷ ସିଂ, ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏହା ସହ ୨୦୦୮ ବ୍ୟାଚ୍ର ୩ ଆଇପିଏସ ଡ. ଉମାଶଙ୍କର ଦାସ, ପ୍ରକାଶ ଆର୍ ଏବଂ ଡ. ସତ୍ୟଜିତ ନାଏକଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।