ଏମିତି ମନ୍ଦିର, ଯେଉଁଠି ଦର୍ଶନ ତ ଦୂରର କଥା ରହିବା ପାଇଁ ବି ଭୟ କରନ୍ତି ରାଜା ଓ ମନ୍ତ୍ରୀ

ଭାରତୀୟ ସଂସ୍କୃତିରେ ଏମିତି ସବୁ ମନ୍ଦିର ରହିଛି, ଯାହାର ରହସ୍ୟ କେହି ଭେଦ କରିପାରିନାହାଁନ୍ତି । ଆପଣ ଜାଣନ୍ତି କି ଦୁନିଆରେ ଏମିତି କିଛି ମନ୍ଦିର ରହିଛି ଯେଉଁଠିକୁ ରାଜପରିବାର ଯିବାକୁ ଭୟ କରନ୍ତି । ନା ରାଜବଂଶୀୟ କେହି ସେଠାରେ ଦର୍ଶନ କରନ୍ତି ନା ସେଠାରେ ରାତ୍ରି ଯାପନ କରନ୍ତି । ଆସନ୍ତୁ ଜାଣିବା ମନ୍ଦିର ସମ୍ପର୍କରେ ସେମିତି କିଛି ରହସ୍ୟ ।

mahakaleshwar_temple_ujjain.jpg-1.JPG-2

ମହାକାଳେଶ୍ୱର ମନ୍ଦିର, ଉଜ୍ଜୟନୀ :

ପ୍ରାଚୀନ କାଳରୁ ମାନ୍ୟତା ରହିଛି ଉଜ୍ଜୟନୀର ମହାକାଳ ମନ୍ଦିରରେ ଯଦି କେହି ରାଜା ରାତିରେ ରହିଯା’ନ୍ତି ତ ତାଙ୍କୁ ତାଙ୍କର ରାଜ୍ୟ ହରାଇବାକୁ ପଡ଼ିଥାଏ । ଆଜି ବି ଉଜ୍ଜୟନୀ ଲୋକଙ୍କ ମାନ୍ୟତତା କି ଯଦି କେହି ମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ଜନ ପ୍ରତିନିଧି ଉଜ୍ଜୟନୀ ସହର ସୀମାରେ ରାତ୍ରି ଯାପନ କରନ୍ତି ତେବେ ତାଙ୍କୁ ତାଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ । ତା’ହେଲେ କି ରହସ୍ୟ ରହିଛି ଉଜ୍ଜୟନୀ ମହାକାଳେଶ୍ୱର ମନ୍ଦିରରେ ଯେଉଁଠାରେ କୈାଣସି ବି ରାଜା ରାତି କଟାଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ଏହି ମନ୍ଦିରର ରହସ୍ୟ ବିଷୟରେ !

ମନ୍ଦିର ସହିତ ଜଡ଼ିତ କିଛି ରହସ୍ୟ :

ପୈାରାଣିକ କଥାବସ୍ତୁ ଓ ବତ୍ରୀଶ ସିଂଘାସନ ଅନୁଯାୟୀ, ରାଜା ଭୋଜଙ୍କ ସମୟରେ କୈାଣସି ବି ରାଜା ଉଜ୍ଜୟନୀରେ ରାତ୍ରି ଯାପନ କରନ୍ତି ନାହିଁ । କାରଣ ଆଜି ବି ବାବା ମହାକାଳଙ୍କୁ ଉଜ୍ଜୟନୀର ରାଜା ବୋଲି ମନାଯାଏ । ସେଥିପାଇଁ ମହାକାଳଙ୍କ ଉପସ୍ଥିତିରେ କୈାଣସି ବି ରାଜା ଉଜ୍ଜୟନୀ ନଗରରେ ରାତ୍ରି ଯାପନ କରନ୍ତି ନାହିଁ । ଯଦି କେହି ରାଜା ବା ମନ୍ତ୍ରୀ ଏଠାରେ ରାତ୍ରି ଯାପନ କରନ୍ତି ତେବେ ସେ କିଛି ନା କିଛି ଅସୁବିଧାରେ ପଡ଼ିଥାନ୍ତି । ଇତିହାସ ପୃଷ୍ଟାକୁ ଲେଉଟାଇଲେ ଏହାର କିଛି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ।
– ଦେଶର ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ସେତେବେଳେ ମହାକାଳେଶ୍ୱର ମନ୍ଦିରରେ ଦର୍ଶନ ପରେ ଉଜ୍ଜୟନୀରେ ରାତି ଯାପନ କରିଥିଲେ । ତା’ପରଦିନ ମୋରାଜୀ ଦେଶାଇଙ୍କ ସରକାର ଭାଙ୍ଗିଯାଇଥିଲା ।
– ଉଜ୍ଜୟନୀରେ ଗୋଟିଏ ରାତି ରହିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ୟଦ୍ୟୁରୁପ୍ପାଙ୍କୁ ୨୦ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡ଼ିଥିଲା ।
– ବର୍ତ୍ତମାନର ରାଜ୍ୟ ସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ଉଜ୍ଜୟନୀରେ ରାତି ଯାପନ କରନ୍ତି ନାହିଁ ।
କିମ୍ବଦନ୍ତୀ ଅନୁସାରେ ରାଜା ବିକ୍ରମାଦିତ୍ୟଙ୍କ ପରେ ଉଜ୍ଜୟନୀରେ କୈାଣସି ବି ମାନବ ରାଜା ରାତି ଯାପନ କରି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.