ମରିଗଲା ମୋଷ୍ଟ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମର ପୁତୁରା

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଲା ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ପୁତୁରା । ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମର ପୁତୁରା ସିରାଜ କସକର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ କରାଚୀ ସହରରେ ପ୍ରାଣ ହରାଇଥିବା ସୂଚନା ରହିଛି।

ଦାଉଦ ଇବ୍ରାହିମର ବଡ ଭାଇ ସବୀର କସକରରପୁଅ ହେଉଛି ସିରାଜ। ସବୀର ପ୍ରଥମେ ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗର ଲିଡର ଥିଲା । କିନ୍ତୁ ପରେ ବିରୋଧୀ ଗ୍ୟାଙ୍ଗର ଆକ୍ରମଣରେ ସେ ନିହତ ହୋଇଥିଲା । ଏହାପରେ ଦାଉଦ ସେଇ ଗ୍ୟାଙ୍ଗର ନେତୃତ୍ୱ ନେଇଥିଲା । ଏହା ପରେ ଉଭୟ ଦାଉଦ ଓ ସିରାଜ ପାକିସ୍ତାନ ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.