ସାବଧାନ୍ ! ଅକ୍ଷୟ ତୃତୀୟାରେ ଆପଣଙ୍କର ଏହି ଛୋଟ ଭୁଲ୍ ହୋଇପାରେ ଅକ୍ଷୟ ପାପର କାରଣ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ମେ ମାସ ୭ ତାରିଖରେ ପାଳିତ ହେବ ଅକ୍ଷୟ ତୃତୀୟା । ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କିଛି ନୂଆ ଜିନିଷ କିଣିବା ଶୁଭ ହୋଇଥାଏ। ତେବେ ଏମିତି କିଛି କାମ ଅଛି ଯାହା କଲେ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଶୁଭ ଏବଂ କେଉଁ କାମ କଲେ ଅଶୁଭ ହୋଇଥାଏ ।

ଏହି କାମ ପାଇଁ ହୋଇଥାଏ ଶୁଭ :

ଅକ୍ଷୟ ତୃତୀୟା ର ପବିତ୍ର ତିଥି ନୂଆ ବ୍ୟବସାୟ, ଗୃହ ପ୍ରବେଶ, ବୈବାହିକ କାର‌୍ୟ୍ୟ, ଅନୁଷ୍ଠାନ, ଜପ – ତପ ଏବଂ ପୂଜା ପାଠ ଇତ୍ୟାଦି ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଦିଆଯାଇଥିବା ଦାନ ଏବଂ ମିଳୁଥିବା ପୂଣ୍ୟ ଅକ୍ଷୟ ରହିଥାଏ । ଅର୍ଥାତ୍ ତାହା କେବେ ନଷ୍ଟ ହୋଇ ନଥାଏ ।

ଭୁଲରେ ବି କରନ୍ତୁ ନାହିଁ ଏହି କାମ :

ଯେମିତି ଅକ୍ଷୟ ତୃତୀୟାରେ କରାଯାଇଥିବା ପୂଣ୍ୟ କାର୍ଯ୍ୟ କ୍ଷୟ ହୋଇନଥାଏ, ଏହାର ଫଳ ନିଶ୍ଚିତ ରୂପରେ ବ୍ୟକ୍ତିକୁ ମିଳିଥାଏ । ସେହିପରି ଏହି ଦିନ କରାଯାଇଥିବା ଅନାଚାର, ଅତ୍ୟାଚାର, ଦୂରାଚାର ଆଦିର ପରିଣାମରୁ ହେଉଥିବା ପାପ କର୍ମଫଳ ବି ଅକ୍ଷୟ ହୋଇଥାଏ । ଅକ୍ଷୟ ତୃତୀୟା ଦିନ କରାଯାଇଥିବା ସମସ୍ତ ପାପ ସବୁ ଜନ୍ମରେ ମଣିଷର ପିଛା କରିଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ବ୍ରତରେ ଖାଆନ୍ତୁ ନାହିଁ ଲୁଣ :

ମହିଳାମାନେ ବ୍ରତ କରିଥିଲେ ଏହି ଦିନ ଲୁଣ ଖାଇବା ଅନୁଚିତ୍ । ମହାରାଜା ଦକ୍ଷଙ୍କ ଝିଅ ରୋହିଣୀ ଏହି ବ୍ରତ କରି ସ୍ବାମୀ ଚନ୍ଦ୍ରଙ୍କର ପ୍ରିୟ ହୋଇଥିଲେ । ସେ ଲୁଣ ନଖାଇ ଏହି ବ୍ରତ କରିଥିଲେ ।

ପୂଜା କରିବାର ବିଧି :

ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଚନ୍ଦନ, ଅକ୍ଷତ,ପୁଷ୍ପ, ଧୂପ,ଦୀପ ନୈବେଦ୍ୟ ଆଦିରେ ପୂଜା କରିବା ଦରକାର । ଏହି ପବିତ୍ର ଅବସରରେ ଭଗବାନ୍ ବିଷ୍ଣୁଙ୍କୁ ଗଙ୍ଗାଜଳ ଏବଂ ଅକ୍ଷତରେ ସ୍ନାନ କରିବା ଉଚିତ୍ । ଏପରି କଲେ ବ୍ୟକ୍ତିକୁ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତି ହେବା ସହ ସମସ୍ତ ପାପରୁ ମୁକ୍ତି ମିଳିଥାଏ ।

ପୂଣ୍ୟ ପାଇଁ ଲଗାନ୍ତୁ ଫଳ ଗଛ :

ଅକ୍ଷୟ ତୃତୀୟା ଦିନ ପିପଲ୍, ଆମ୍ବ,ବେଲ, ଅଁଳା କିମ୍ବା ଅନ୍ୟ କୌଣସି ଫଳ ଗଛ ଲଗାନ୍ତୁ । ଏପରି କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ପାଇ ଐଶ୍ବର୍ଯ୍ୟ ଭୋଗ କରିଥାଏ ମନୁଷ୍ୟ । ଯେଉଁଭଳି ଅକ୍ଷୟ ତୃତୀୟା ଦିନ ଲଗାଯାଇଥିବା ଗଛ ଫଳବତୀ ହୋଇଥାଏ ସେହିପରି ଗଛ ଲଗାଇଥିବା ବ୍ୟକ୍ତି ବି ପ୍ରଗତିପଥେ ଅଗ୍ରସର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.