ପୋଲିଓ ନେବାକୁ ହାଣ୍ଡିରେ ଆସିଲା ନବଜାତ ଶିଶୁ, ବନ୍ୟାଞ୍ଚଳରେ ଆଶା କର୍ମୀଙ୍କ ଅଦମ୍ୟ ସାହସକୁ ସମସ୍ତେ କରୁଛନ୍ତି ପ୍ରଶଂସା; ଦେଖନ୍ତୁ ଫଟୋ

ଭାରତ ଏବେ ସମ୍ପୂର୍ଣ୍ଣ ଭାବେ ପୋଲିଓମୁକ୍ତ। କିନ୍ତୁ ଦେଶକୁ ପୋଲିଓ ମୁକ୍ତ କରିବା ପଛରେ ହେଲଥ୍‌ ଓ୍ଵାର୍କର୍ସଙ୍କ ଯେ କେତେ ଭୂମିକା ରହିଛି, ତାହା ବୋଧେ ଏବେ ବି ଅନେକ ଲୋକଙ୍କୁ ଅଛପା। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏଭଳି ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ହେଲଥ ଓ୍ଵାର୍କର୍ସଙ୍କ କଠିନ ପରିଶ୍ରମ ବିଷୟରେ ସହଜରେ ଅନ୍ଦାଜା ଲଗାଇପାରିବେ। ଭାଇରାଲ ହେଉଥିବା ଫଟୋରେ ଏକ ଶିଶୁକୁ ପୋଲିଓ ବୁନ୍ଦା ଦେବା ପାଇଁ ଆଣ୍ଠୁଏ ପାଣିରେ ହାଣ୍ଡିରେ ଭର୍ତ୍ତି କରି ଅଣାଯାଇଥିବା ଦେଖାଯାଇଛି।

ଦେଖନ୍ତୁ ଫଟୋ:


କୁହାଯାଉଛି ଯେ ଏହି ଫଟୋ ପଶ୍ଚିବଙ୍ଗର ସୁନ୍ଦରବନର। ଏଠାରେ ପ୍ରବଳ ବର୍ଷା ଯୋଗୁ ଚାରି ଆଡ଼ ଜଳାର୍ଣ୍ଣବ ହୋଇଯାଇଥିଲା। ଏଭଳି ସ୍ଥିତିରେ ମଧ୍ୟ ଆଶା କର୍ମୀ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାକୁ ପହଞ୍ଚିଯାଇଥିଲେ। ସେଠାରେ ଏକ ନବଜାତ ଶିଶୁକୁ ହାଣ୍ଡିରେ ପୂରାଇ ଅଣାଯାଇଥିଲା।

ଟ୍ଵିଟରରେ ଏହି ଫଟୋକୁ ଦିଲ୍ଲୀ ଏମ୍ସର ଡାକ୍ତର ଯୋଗୀରାଜ ରାୟ ସେୟାର କରିଛନ୍ତି। ଫଟୋର କ୍ୟାପସନ୍‌ରେ ସେ ଲେଖିଛନ୍ତି- ଗଙ୍ଗାର ଡେଲ୍ଟା ସୁନ୍ଦରବନରେ ପଲ୍ସ ପୋଲିଓ ଟିକାକରଣ। ଅଦ୍ଭୁତ ଜଳାର୍ଣ୍ଣବ କ୍ଷେତ୍ରରେ ହେଲଥ ଓ୍ଵାର୍କରଙ୍କ ଅଦମ୍ୟ କାର୍ଯ୍ୟ।

ଭାଇରାଲ ହେଉଥିବା ଏହି ଫଟୋରେ ଏବେ ଯାଏଁ ୨ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ସେହିଭଳି ଶତାଧିକ ଲୋକ ଏହାକୁ ରିଟ୍ଵିଟ୍‌ ମଧ୍ୟ କରୁଛନ୍ତି। ଏଥିସହ ଆଶାକର୍ମୀଙ୍କ କାର୍ଯ୍ୟଧାରାକୁ ଖୁବ୍‌ ପ୍ରଶଂସା କରିଛନ୍ତି। ତେବେ ଜଣେ ୟୁଜରଙ୍କ କହିବା ମୁତାବକ, ସବୁ ଅଞ୍ଚଳରେ କେବଳ ପାଣି ହିଁ ପାଣି ଥିଲା। ଏଣୁ ଏକ ବଡ଼ ହାଣ୍ଡିରେ ଛୁଆର ମା’ ବାପା ତାକୁ ଭର୍ତ୍ତି କରି ଭସାଇ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.