ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା: କିଏ ସେହି ରହସ୍ୟମୟୀ ମହିଳା ?ଖୋଳତାଡ ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ରହସ୍ୟମୟୀ ମହିଳା କିଏ ? ଅଧିକ ଖୋଳତାଡ ଓ ସହାୟତା ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ଘଟଣାରେ ବିଦେଶୀ ଲିଙ୍କ ସାମନାକୁ ଆସିଛି । ଦୁବାଇରୁ ଅଭିଯୁକ୍ତଙ୍କ ପାଖକୁ ଆସିଛି ଟଙ୍କା । ରହସ୍ୟମୟୀ ମହିଳା ବ୍ୟବହାର କରୁଥିଲେ ୟୁକେ ଫୋନ୍‌ ନମ୍ବର । ଅନ୍ୟଦେଶରୁ ତଥ୍ୟ ସଂଗ୍ରହ ପାଇଁ ଇଣ୍ଟରପୋଲ୍‌ ସହାୟତା ନିଆଯାଏ । ଏବେ ଦୁବାଇ ଆକାଉଣ୍ଟ ଓ ୟୁକେ ଫୋନ ନମ୍ବର ତଥ୍ୟ ପାଇଁ ଇଣ୍ଟରପୋଲ୍‌ର ସହାୟତା ନିଆଯିବ । ଏଥିପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି ।

ରହସ୍ୟମୟୀ ମହିଳା ୫ ଅଭିଯୁକ୍ତଙ୍କ ସହ ଫୋନରେ ସମ୍ପର୍କ ସ୍ଥାପନ କରିଥିଲା । ହ୍ଵାଟଆପ୍‌ ଚାଟିଂ ସହ କରୁଥିଲା ଭିଡିଓ କଲ୍‌ । ମହିଳା ଜଣକ ବିଦେଶୀ କି ଭାରତୀୟ ତାହା ସ୍ପଷ୍ଟ ହୋଇ ନାହିଁ । ଫୋନ୍‌ ନମ୍ବର ଆଇପି ଆଡ୍ରେସ ଓ ହ୍ଵାଟ୍‌ସ ଆପ୍‌ କଲ ଡାଟା ମିଳିବା ପରେ ସ୍ପଷ୍ଟ ହେବ । ଭିଡିଓ କଲ୍‌ କରୁଥିବା ମହିଳାଙ୍କ ଫୋଟ କିନ୍ତୁ ପାଇଛି କ୍ରାଇମବ୍ରାଞ୍ଚ ।ତଦନ୍ତରୁ ଜଣାପଡିଥିଲା ଦୁବାଇବାରୁ ଅଭିଯୁକ୍ତଙ୍କ ପାଖକୁ ଆକାଉଣ୍ଟରେ ଟଙ୍କା ଆସିଥିଲା। କିନ୍ତୁ ସେହି ଆକାଉଣ୍ଟ କାହାର ଜଣା ପଡିନାହିଁ।

ମହିଳାଙ୍କ ଆକାଉଣ୍ଟ ନା ତାଙ୍କର କାହାର ସହଯୋଗୀର ଆକାଉଣ୍ଟ ତାହା ଜଣାପଡିନାହିଁ । ଏହାସହ ବ୍ୟାଙ୍କ ଆକାଉଣ୍ଟ ବାଦ୍‌ ଆଉ କେଉଁ ଉପାୟରେ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସିଥିଲା କି ତାର ମଧ୍ୟ ଅନୁସନ୍ଧାନ ଜାରି ରହିଛି । ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ଟେକ୍ନିକାଲ୍‌ ତଥ୍ୟର ଅନୁଧ୍ୟାନ ଚାଲିଛି । ଏହାର ତର୍ଜମା ସରିବା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଜ ଏଡିଜି ସଞ୍ଜୀବ ପଣ୍ଡା । ଆବଶ୍ୟକ ପଡିଲେ ୫ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.