ଏହି ଦେଶରେ ସୂର୍ଯ୍ୟ ହୁଅନ୍ତି ନାହିଁ ଅସ୍ତ, ମାତ୍ର ୪୦ ମିନିଟ୍‌ ପାଇଁ ହୋଇଥାଏ ରାତି; ଜାଣନ୍ତୁ କାରଣ

ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଉପରେ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ଅସ୍ତିତ୍ୱ ହେଉଛି ପ୍ରକୃତି ଦ୍ୱାରା ନିର୍ମିତ ନିୟମ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଏ ଏବଂ ତା’ପରେ ଚନ୍ଦ୍ରର ସଫେଦ ଆଲୋକ ପୃଥିବୀକୁ ଆଚ୍ଛାଦନ କରେ। ତଥାପି, ବିଭିନ୍ନ ସ୍ଥାନରେ ଦିନରାତି ମଧ୍ୟରେ ସମୟର ପାର୍ଥକ୍ୟ ରହିଛି। ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଦିନ ଲମ୍ବା ଏବଂ ରାତି ସ୍ୱଳ୍ପ, କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ କେବେ ରାତି ହୁଏ ନାହିଁ । ରାତି ଥିଲେ ମଧ୍ୟ ଏହା କେବଳ ନାମକୁ ମାତ୍ର। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ସୂର୍ଯ୍ୟ ଖୁବ୍ କମ୍ ସମୟ ପାଇଁ ଅସ୍ତ ହୁଅନ୍ତି, ଯେଉଁଥିପାଇଁ ବହୁତ କମ ସମୟ ପାଇଁ ରାତି ହୋଇଥାଏ। ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ …

ବିଶ୍ୱ ମାନଚିତ୍ରରେ ୟୁରୋପର ମାଳଦ୍ୱୀପରେ ନରଓ୍ବେ ଏକ ଦେଶ। ଏହା ମାଳଦ୍ୱୀପର ଉତ୍ତରରେ ରହିଛି। ନର୍ଥପୋଲ୍‌ର ନିକଟବର୍ତ୍ତୀ ଥିବା ଏହା ଏକ ଶୀତଳ ଦେଶ ମଧ୍ୟ। ଏହି ଦେଶରେ ବରଫର ପାହାଡ଼ ରହିଛି। ନରଓ୍ବେ ଏପରି ଏକ ଦେଶ, ଯେଉଁଠି ମାତ୍ର ୪୦ ମିନିଟ୍‌ ରାତି ହୋଇଥାଏ। ବାକି ସମୟ ଏଠାରେ ସୂର୍ଯ୍ୟକିରଣ ପଡ଼ିଥାଏ। ଏଠାରେ ସୂର୍ଯ୍ୟ ରାତି ୧୨.୪୩ ରେ ଅସ୍ତ ହୁଅନ୍ତି ଏବଂ ମାତ୍ର ୪୦ ମିନିଟ୍‌ ପରେ ପୁଣି ଉଦୟ ହୁଅନ୍ତି। ଏଠାରେ ରାତି ସାଢ଼େ ଗୋଟାଏ ବେଳେ ସକାଳ ହୋଇଯାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମଟି ଗୋଟିଏ, ଦୁଇଦିନ ନୁହେଁ, ଅଢ଼େଇ ମାସ ପର୍ଯ୍ୟନ୍ତ ଚାଲିଥାଏ। ନରୱେକ ‘କଣ୍ଟ୍ରି ଅଫ୍‌ ମିଡ୍‌ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ।

sunflowers

ଏତଦ୍‌ବ୍ୟତୀତ ମେ ଏବଂ ଜୁଲାଇରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ହେମରଫେଷ୍ଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳେ। ଏହା ଦେଖିବାକୁ ବହୁତ ସୁନ୍ଦର। ନରୱେରେ କେବଳ ଗୋଟିଏ ଦେଶ ଅଛି ଯେଉଁଠାରେ ୧୦୦ ବର୍ଷ ଧରି ସୂର୍ଯ୍ୟକିରଣ ସେଠାରେ ପହଞ୍ଚି ନାହିଁ। ଏହାର କାରଣ ହେଉଛି ଏହି ପୁରା ସହର ପର୍ବତ ଦ୍ୱାରା ଘେରି ରହିଛି। ନରଓ୍ବେ ଏମିତି ଏକ ଦେଶ ଯାହା ପ୍ରାକୃତିକ ଦୃଶ୍ୟରାଜିରେ ପରିପୂର୍ଣ୍ଣ। ପର୍ଯ୍ୟଟକମାନେ ଏହାର ମରୋରମ ଦୃଶ୍ୟ ଉପଭୋଗ କରିବାକୁ ଛୁଟିଆସିଥାନ୍ତି। କାରଣ ପୂରା ସହର କେବଳ ପାହାଡ଼ରେ ଘେରା ହୋଇଥାଏ। ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ।