କାଲିଠୁ ବଢିବ ଶୀତର ପରିମାଣ: ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଜାଡରେ ଥରିବ ସାରା ଓଡ଼ିଶା । କାଲିଠୁ ବଢିବ ଶୀତର ପରିମାଣ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ଦୁଇଦିନ ପ୍ରବଳ ଶୀତ ନେଇ ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଝାରସୁଗଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ଶୀତ ହେବା ନେଇ ପୂର୍ବାନୁମାନ କରାଯାଇଛି ।

ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ଯାଏ ଖସିବ । ଶନିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ଡିଗ୍ରୀ ରେକର୍ଡ ହୋଇଥିଲା ।ଟିଟିଲାଗଡ଼ରେ ରାତି ତାପମାତ୍ରା ୧୦.୮, କୋରାପୁଟରେ ୧୧.୪ ଓ ଝାରସୁଗୁଡ଼ାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.