ପାର୍ଲେ ଜୀ ବିସ୍କୁଟ ହାଲଓ୍ଵା ଦେଖି ୟୁଜର୍ସଙ୍କ ମୁଣ୍ଡ ଟିଣ, ୟୁଜର୍ସ କହିଲେ ନୂଆବର୍ଷକୁ ଏମିତି କରିବା ସ୍ୱାଗତ

ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରଲ ହୋଇଥାଏ । ଆଉ ଅନେକ ଥର ଏମିତି କିଛି ଭିଡିଓ ଭାଇରଲ ହୋଇ ଟ୍ରେଣ୍ଡ କରିବାକୁ ଲାଗିଥାଏ । ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଟିଣ ନିଶ୍ଚିତ ହେବ । ଏଥର ଏହି ଭିଡିଓରେ ପାର୍ଲେ ଜୀଙ୍କର ବିସ୍କୁଟ ହାଲୱା ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି । ପାର୍ଲେ ଜୀ ବିସ୍କୁଟରେ ଅନ୍ୟ ସବୁ ଜିନିଷ ମିଶାଯାଇ କିପରି ହାଲଓ୍ଵା ପ୍ରସ୍ତୁତ ହେଉଛି, ତାହା ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଲୋକେ ଆଜିକାଲି ରିଲ୍ସ କରି ଖାଇବା ଜିନିଷ ବହୁତ ଦେଖିବାକୁ ମିଳୁଛି । ଆଉ ଯେଉଁମାନେ ଖାଇବାକୁ ପସନ୍ଦ କରିଥାନ୍ତି, ସେମାନେ କିଛି ବି ଖାଦ୍ୟ ଉପରେ ଏକ୍ସପେରିମେଣ୍ଟ କରିବାକୁ ପଛାନ୍ତି ନାହିଁ । ଏଥର ପାର୍ଲେ ଜୀ ବିସ୍କୁଟ ସହିତ ହାଲୱା ତିଆରି କରିବାର ଭିଡିଓ ସେୟାର ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ଏକ ପ୍ୟାନରେ ତେଲ ଗରମ କରିବା ପରେ ପାର୍ଲେ ଜୀ ବିସ୍କୁଟ ରଖାଯାଉଛି ଏବଂ ତା’ପରେ ଅନ୍ୟ ଜିନିଷ ସାହାଯ୍ୟରେ ହାଲୱା ପ୍ରସ୍ତୁତ କରାଯାଉଛି । ହାଲଓ୍ଵା କରିସାରିବା ପରେ ଏହାକୁ ଗୋଲ ଗୋଲ ଲଡୁ ଆକାରରେ ପ୍ରସ୍ତୁତ କରାଯାଉଛି ।
Welcome 2023
ab isi se hoga naye saal ka swagat 😂 https://t.co/qkHIHt9Ybd— Nandini (@nandinitiwaritn) December 8, 2022
ତେବେ ଏହି ହାଲଓ୍ଵା ଖାଇବାକୁ କିପରି ଲାଗିବ, ତାହା ଖାଇବା ପରେ ଜଣାପଡିବ। କିନ୍ତୁ ଲୋକେ ଯେଉଁ ଯେଉଁ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହାକୁ ଦେଖି ମନ ବିଚଳିତ ହୋଇଯାଉଛି। ଏହାକୁ ବୁଝିବାକୁ ଏବଂ ଗ୍ରହଣ କରିବାକୁ କିଛି ସମୟ ନିଶ୍ଚିତ ଲାଗିଛି ।
ଅନେକ ୟୁଜର୍ସ ନୂଆବର୍ଷକୁ ସ୍ୱାଗତ ଏହି ରେସିପି କରି କରିବେ ବୋଲି କମେଣ୍ଟ ଦେଇଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, ଖାଇବା ପାଇଁ କ’ଣ କିଛି ବି ଟ୍ରାଏ କରିବେ ନା କ’ଣ ।ଭିଡିଓଟି ଜବରଦସ୍ତ ଭାଇରଲ ହେବାରେ ଲାଗିଛି।
ଏହି ଭିଡିଓ ନନ୍ଦିନୀ ନାମକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି ।