ବାଂଲାଦେଶ ଓ ଭାରତ ଶେଷ ଦିନିକିଆ, ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ

ଆଜି ବାଂଲାଦେଶ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଚଟୋଗ୍ରାମରେ ଏହି ମ୍ୟାଚ୍ ଖେଳାଯିବ । ୨-୦ରେ ବାଂଲାଦେଶ ଆଗୁଆ ସିରିଜ କବଜା କରିଛି । ଆଜିର ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ସିରିଜ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିବ ଘରୋଇ ଦଳ ।

ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେଏଲ ରାହୁଲ । ରୋହିତ ଶର୍ମା ଆଗାମୀ ଟେଷ୍ଟ ସିରିଜକୁ ମଧ୍ୟ ବାଦ ପଡିବା ଆଶଙ୍କା ରହିଛି । ତାଙ୍କ ଅନୁପସ୍ଥିତିରେ ଇଶାନ କିଷାନ, ରାହୁଲ ତ୍ରିପାଠୀ ଓ ରଜତ ପଟିଦାରଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଏମାନଙ୍କ ଭିତରୁ ଇନିଂସ ଓପନ୍ କରିବାକୁ କାହାକୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ ତାଉପରେ ନଜର ।

ସେହିପରି ଦୀପକ ଚହର ଓ କୁଲଦୀପ ସେନ ଆହତ ହୋଇ ବାଦ ପଡିଛନ୍ତି । ଦଳରେ ଏବେ ୩ ଜଣ ପେସ୍ ବୋଲର ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଉମ୍ରାନ ମଲ୍ଲିକ ଅଛନ୍ତି । ତେଣୁ ଆଜିର ମ୍ୟାଚରେ ଦୀପକ ଚହରଙ୍କ ସ୍ଥାନରେ ସ୍ପିନର କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ । ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର କରିବାକୁ ପଡ଼ିବ । ଭାରତ ଚଳିତ ବର୍ଷ ୩ଟି ସିରିଜ ହାରିଛି ।

ଭାରତ ବିପକ୍ଷରେ ବାଂଲାଦେଶ ଖେଳିଥିବା ଶେଷ ୫ଟି ଦିନିକିଆରୁ ୪ଟିରେ ବିଜୟୀ ହୋଇଛି। ବାଂଲାଦେଶ ଏକାଦଶରେ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ଆଜିର ମ୍ୟାଚରେ ହସନ ମିରାଜଙ୍କ ଉପରେ ନଜର ରହିବ। ମିରାଜ ଉଭୟ ମ୍ୟାଚରେ ଦଳକୁ ବିଜୟୀ କରାଇଥିଲେ ।

ଭାରତ : ଶିଖର ଧଓ୍ଵନ, ଈଶାନ କିଶନ, ବିରାଟ କୋହଲି, କେଏଲ ରାହୁଲ(ଅଧିନାୟକ), ଶ୍ରେୟସ ଆୟର, ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଶାହବାଜ ଅହମଦ/କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ।

ବାଂଲାଦେଶ : ଲିଟନ ଦାସ(ଅଧିନାୟକ), ଆନାମୁଲ ହକ, ନଜମୁଲ ହୋସେନ ଶାଣ୍ଟୋ, ସାକିବ ଅଲ୍‌ ହାସନ, ମୁସଫିକର ରହିମ, ମହମୁଦୁଲ୍ଲା, ଅଫିଫ ହୋସେନ, ମେହଦି ହାସନ ମିରାଜ, ନସୁମ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.