ପାକିସ୍ତାନୀ ୟୁ ଟ୍ୟୁବର ଅଜଲାନ୍ ଶାହାଙ୍କ ଅଜବ ଅନ୍ଦାଜ୍: ବିବାହରେ ପତ୍ନୀଙ୍କୁ ଉପହାର ଦେଲେ ଗଧ ଛୁଆ

ପାକିସ୍ତାନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନର ଜଣେ ଲୋକପ୍ରିୟ ୟୁ ଟ୍ୟୁବରଙ୍କ ସହିତ ଜଡ଼ିତ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁ ଟ୍ୟୁବର ଅଜଲାନ୍ ଶାହା ତାଙ୍କ ବିବାହରେ ପତ୍ନୀଙ୍କୁ ଗଧ ଛୁଆ ଉପହାର ଦେଇଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ଅଜଲାନ୍ ବହୁତ ଲୋକପ୍ରିୟ। ସେ ପଶୁପ୍ରେମୀ ଭାବରେ ମାନ୍ୟତା ପାଇଥିଲେ।
ନିକଟରେ ଅଜଲାନ୍ ୱାରିଶ ଜାଭେଦଙ୍କୁ ବିବାହ କରିଥିଲେ। ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡିରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ତାଙ୍କ ପିତ୍ନୀଙ୍କୁ ଏକ ଗଧ ଛୁଆ ଉପହାର ଦେଇଛନ୍ତି। ବର୍ତ୍ତମାନ ଅଜଲାନଙ୍କ ଅନନ୍ୟ ଉପହାର ଆଲୋଚନାର ବିଷୟ ପାଲଟିଛି। ଅଜଲାନଶାହାଙ୍କ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିପାଇଁ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
View this post on Instagram
ସେୟାର ହୋଇଥିବା ଭିଡିଓର କ୍ୟାପସନରେ ୱାରିଶ ଜାଭେଦ ଲେଖିଛନ୍ତି ଯେ ଏବେ ପ୍ରଶ୍ନ ହେଉଛି ଗଧ କାହିଁକି? ଆଜଲାନ୍ ନିଜେ ଏହାର ଉତ୍ତର ଦେଇଛନ୍ତି ଯେ ମୁଁ ଜାଣେ ତୁମକୁ ଗଧ ଛୁଆ ପସନ୍ଦ ଏବଂ ଦ୍ୱିତୀୟତଃ ଏହା ହେଉଛି ଦୁନିଆର ସବୁଠାରୁ ପରିଶ୍ରମୀ ଏବଂ ସ୍ନେହୀ ପ୍ରାଣୀ। କିଛି ଲୋକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି। ଜଣେ ଇନ୍ଷ୍ଟାଗ୍ରାମ ୟୁଜର କହିଛନ୍ତି, ଏବେ ବିବାହରା ପତ୍ନୀଙ୍କୁ ଗଧ ଛୁଆ ଉପହାର ଦେବା ଏକ ଟ୍ରେଣ୍ଡ୍ ପାଲଟିଯିବ। ଏଥି ସହିତ, ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ଦୁନିଆରେ ଲୋକମାନେ କିପରି ବାସ କରନ୍ତି।
ଏହି ଅଦ୍ଭୁତ ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ପାକିସ୍ତାନର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି। ଯାହା ଉପରେ ଲୋକମାନେ ବିଭିନ୍ନ ମତ ଉପସ୍ଥାପନ କରୁଛନ୍ତି।