Below header

ଭୂମିଠାରୁ ୩୦୦ ଫୁଟ୍‌ ଉଚ୍ଚରେ ବିଛଣା ପକାଇ ଶୋଉଛନ୍ତି ଲୋକେ, ପବନରେ ଦୋହଲୁଛି ଝୁଲା, ଜାଣନ୍ତୁ କେଉଁଠି ଅଛି ଏହି ସ୍ଥାନ

ସାଧାରଣତଃ ଅଧିକ ଉଚ୍ଚରୁ ତଳକୁ ଚାହିଁଲେ କିଛି ଲୋକଙ୍କ ମୁଣ୍ଡ ବୁଲାଇ ଦେଇଥାଏ। ଇଂଲିଶରେ ଏହାକୁ ହାଇଟ୍‌ ଫୋବିୟା ବୋଲି କୁହାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୁନିଆରେ ଏମିତି ବି ଏକ ଜାଗା ଅଛି, ଯେଉଁଠି ମଣିଷ ଭୂମିଠାରୁ ପାଖାପାଖି ୩୦୦ ଫୁଟ ଉଚ୍ଚରେ ବିଛଣା ପକାଇ ଶୋଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ ଯୁବତୀ ଭୂମି ଏବଂ ଆକାଶ ମଝିରେ ଝୁଲାରେ ବିଛଣା ପକାଇ ଶୋଇଛନ୍ତି। ଏହି ବିଛଣା ଭୂମିଠାରୁ ପାଖାପାଖି ୩୦୦ ଫୁଟ ଉଚ୍ଚରେ ବନାଯାଇଛି।

ଏହି ଦୃଶ୍ୟ ଚୀନର ଓ୍ଵାନଶେଙ୍ଗ୍‌ ଓର୍ଡୋଭିଶିୟନ ଥିମ୍‌ ପାର୍କର, ଯାହାକି ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି। ଝୁଲାକୁ ମୋଟା ତାରରେ ବନ୍ଧାଯାଇଛି, ଯେପରି ଏହା ଉପରେ ଶୋଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ନ ରହିବ। ଏହି ଭିଡିଓକୁ ୨୦୨୦ ଅକ୍ଟୋବରରେ ଥିମ୍‌ ପାର୍କର ଜଣେ କର୍ମଚାରୀ ଝାଙ୍ଗ୍‌ ଝୋଙ୍ଗ୍‌ ରେକର୍ଡ କରିଥିଲେ।

କହି ରଖୁଛୁ, ୩୦୦ ଫୁଟ ଉଚ୍ଚରେ ଝୁଲୁଥିବା ଏହି ଝୁଲା ପବନରେ ଦୋହଲିଥାଏ। ଏହି ଥିମ୍‌ ପାର୍କ ଚୀନର କିଜିଆଙ୍ଗ୍‌ ଜିଲାରେ ରହିଛି। ଏଠାରେ ଆଡ୍‌ଭେଞ୍ଚର ପାଇଁ ଆହୁରି ବି ଅନେକ ଜିନିଷ ଅଛି। ହ୍ୟାଙ୍ଗିଙ୍ଗ୍‌ ବେଡ୍‌ ବ୍ୟତୀତ ଗ୍ଲାସ୍‌ ବ୍ରିଜ, ଗ୍ୟାପ୍‌ ବ୍ରିଜ୍‌, କ୍ଲିଫ୍‌ ସ୍ୱିଙ୍ଗ୍‌ ଭଳି ଜିନିଷ ଉପଲବ୍ଧ କରାଯାଇଛି। ବର୍ଷସାରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.