ନବରାତ୍ରି ବ୍ରତରେ ଆପଣ ଅଫିସ୍‌ ଯାଉଛନ୍ତି କି? ତା’ ହେଲେ ନିଶ୍ଚୟ ସାଙ୍ଗରେ ନେଇ ଯାଆନ୍ତୁ ଏହି ୩ଟି ଜିନିଷ…ସାରା ଦିନ ଶରୀରକୁ ମିଳିବ ଏନର୍ଜି

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି। ଅନେକ ଲୋକ ଏହି ସମୟରେ ନବରାତ୍ରି ବ୍ରତ ରଖି ଥାଆନ୍ତି। ଏମିତି ବି ବହୁତ ଲୋକ ଅଛନ୍ତି, ଯେଉଁମାନେ ବ୍ରତ ସମୟରେ ଅଫିସ୍‌ ମଧ୍ୟ ଯାଆନ୍ତି। କିନ୍ତୁ ବ୍ରତ ପାଳନ କରୁଥିଲେ, ଅଫିସ୍‌ରେ ବହୁତ ଥକ୍କାପଣ ଅନୁଭବ ହୋଇଥାଏ। ଦୁର୍ବଳ ଲାଗିଥାଏ। ତେଣୁ ଏଭଳି ସ୍ଥିତିରେ ଅଫିସ୍‌ରେ ଯେପରି ଦୁର୍ବଳ ନ ଲାଗିବ, ସେଥିପାଇଁ ଆପଣଙ୍କୁ କିଛି ଜିନିଷ ନିଜ ଡାଏଟ୍‌ରେ ସାମିଲ କରିବାକୁ ହେବ। ଏହି ଜିନିଷଗୁଡ଼ିକୁ ସେବନ କରିବା ଦ୍ୱାରା ଆପଣଙ୍କ ପେଟ ମଧ୍ୟ ପୂର୍ଣ୍ଣ ଥିବାର ଅନୁଭବ ହୋଇ ପାରିବ। ଏତିକି ନୁହେଁ, ଯଦି ଆପଣ ଏହି ଜିନିଷଗୁଡ଼ିକୁ ସେବନ କରିବେ, ତା’ ହେଲେ ଶରୀରକୁ ଏନର୍ଜି ମିଳି ପାରିବ। ତା’ ହେଲେ ଆସନ୍ତୁ ଜାଣିବା, ନବରାତ୍ରି ସମୟରେ ବ୍ରତଧାରୀମାନେ ଅଫିସ୍‌ ଗଲେ, କେଉଁ ଜିନିଷ ସେବନ କରିବେ।

ସାଗୁଦାନା:

ସାଗୁଦାନା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ଦେବାର କାମ କରିଥାଏ। ନବରାତ୍ରି ବ୍ରତ ସମୟରେ ସାଗୁଦାନା ଖାଇବା ଦ୍ୱାରା ପେଟ ବହୁ ସମୟ ଧରି ପୂର୍ଣ୍ଣ ରହିଥାଏ। ସାଗୁଦାନାକୁ ଆପଣ ଅନେକ ପ୍ରକାରରେ ଖାଇ ପାରିବେ। ଯେମିତି କି, ସାଗୁଦାନା ଖିରି, ଖେଚୁଡ଼ି, ଟିକ୍କି ଇତ୍ୟାଦି। କହି ରଖୁଛୁ, ସାଗୁଦାନାରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଛି, ଯେଉଁ କାରଣରୁ ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ତେଣୁ ବ୍ରତରେ ଯଦି ଆପଣ ଅଫିସ୍‌ ଯାଉଛନ୍ତି, ତା’ ହେଲେ ନିଶ୍ଚୟ ସାଗୁଦାନା ସେବନ କରନ୍ତୁ।

nav2
photo: bp guide india

ମଖାନା:

ମଖାନା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। କାହିଁକି ନା, ଏଥିରେ ଭରପୂର ମାତ୍ରାରେ କ୍ୟାଲ୍‌ସିୟମ ରହିଛି, ଯାହାକି ହାଡ଼କୁ ମଜଭୁତ କରିଥାଏ। ନବରାତ୍ରିରେ ମଖାନା ଖାଇବା ଦ୍ୱାରା ପେଟ ବହୁ ସମୟ ପର୍ଯ୍ୟନ୍ତ ଭରି ରହିଥିବାର ଅନୁଭବ ହୋଇଥାଏ। ତା’ ଛଡ଼ା ମଖାନାକୁ ଆପଣ ବହୁତ ସହଜରେ ଅଫିସ୍‌ ମଧ୍ୟ ନେଇଯାଇ ପାରିବେ। କହି ରଖୁଛୁ, ମଖାନା ଶରୀରକୁ ଏନର୍ଜିରେ ଭରପୂର ରଖିଥାଏ। ଏଥିପାଇଁ ନବରାତ୍ରିରେ ପ୍ରତିଦିନ ଏହାକୁ ସେବନ କରନ୍ତୁ।

ବାଦାମ:

ବାଦାମ ଶରୀରକୁ ଅନେକ ଫାଇଦା ପହଞ୍ଚାଇଥାଏ। ବାଦାମ ଖାଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ। ଏଥିପାଇଁ ବ୍ରତରେ ଆପଣ ଏହାକୁ ସେବନ କରି ପାରିବେ।

ନବରାତ୍ରିରେ କ’ଣ କରିବେ

-ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ଉଠି ଗାଧାନ୍ତୁ। ଏହାପରେ ପୂଜା ସ୍ଥାନ ଏବଂ ଘରକୁ ସଫାସୁତରା କରନ୍ତୁ।

-ମନ୍ଦିର ସଫା କରି ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ଏହାପରେ ବିଧି ବିଧାନର ସହ ପୂଜା କରନ୍ତୁ।

-ଦେବୀ ମା’ଙ୍କୁ ଲାଲ୍‌ ରଙ୍ଗ ବହୁତ ପସନ୍ଦ। ଏଥିପାଇଁ ନବରାତ୍ରିର ୯ ଦିନରେ ଦେବୀ ମା’ଙ୍କୁ ଲାଲ୍‌ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

-ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ମାତାଙ୍କୁ ଲାଲ୍‌ ଓଢ଼ଣୀ ଚଢ଼ାନ୍ତୁ ଏବଂ ଏଥି ସହିତ ଲାଲ୍‌ ରଙ୍ଗର ଚୁଡ଼ି ଅର୍ପଣ କରନ୍ତୁ।

-ଏହି ୯ ଦିନ ମାତାଙ୍କୁ ଅଲଗା ଅଲଗା ରୂପରେ ପୂଜା କରନ୍ତୁ ଏବଂ ତାଙ୍କ ମନପସନ୍ଦର ଭୋଗ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.