ଏହି ରାଶିର ବ୍ୟକ୍ତିଙ୍କ ଉପରେ ବ୍ରେକ୍‌ ଅପ୍‌ ର ପଡ଼ିଥାଏ ବଡ଼ ପ୍ରଭାବ

ପ୍ରେମରେ ଠକି ଗଲେ ବା ବ୍ରେକ୍‌ ଅପ୍‌ କୁ ସମସ୍ତେ ସହଜରେ ଗ୍ରହଣ କରିପାରିନଥାନ୍ତି । କିଛି ଲୋକଙ୍କ ପାଖରେ ଯେତେବେଳେ ସମ୍ପର୍କ କେବଳ କିଛି ଦିନର ପାଇଁ ହୋଇଥାଏ । ଆଉ କିଛି ଲୋକ ବ୍ରେକ୍‌ ଅପ୍‌ରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯାଇଥାଏ । ଆଉ କିଛ ଲୋକ ବ୍ରେକ୍‌ ଅପ୍‌ ରେ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତି । ଯେଉଁଥିପାଇଁ ସାରା ଜୀବନ ସେମାନେ ପଶ୍ଚାତାପ କରିଥାନ୍ତି । ଆସନ୍ତୁ ଜାଣିବା ସେପରି କିଛି ରାଶିଙ୍କ ବିଷୟରେ ।

ମେଷ – ଏହି ରାଶିର ଲୋକେ ବହୁତ ଉତ୍ସାହୀ ଓ ସ୍ୱତନ୍ତ୍ର ହୋଇଥାନ୍ତି । ଯେତେବେଳେ ଏହି ରାଶି ରିଲେସନସିପରେ ଥାଆନ୍ତି ସେମାନେ ନିଜର ବିଚାରକୁ ଗୁରୁତ୍ୱ ନଦେଇ ନିଜ ପାର୍ଟନର କଥାକୁ ଗୁରୁତ୍ୱ ଦେଇଥାନ୍ତି ।

ବୃଷ – ଏହି ରାଶି ନିଜର ପ୍ରିୟ ଲୋକଙ୍କ ପ୍ରତି ବହୁତ ସୁରକ୍ଷାତ୍ମକ ହୋଇଥାନ୍ତି । ଏହି ରାଶି ନିଜର ସମ୍ପର୍କକୁ ୧୦୦ ପ୍ରତି ଶତ ଦେବାକୁ ପ୍ରବୃତ୍ତି ରଖିଥାନ୍ତି । ଏମାନଙ୍କୁ ସର୍ବଦା ଭୟ ଥାଏ ଯେ ଏମାନଙ୍କ ସାଥି ଏମାନଙ୍କ ପାଇଁ ଅତିରିକ୍ତ ପ୍ରୟାସ କରୁନାହାଁନ୍ତି ।

ମିଥୁନ – ଏହି ରାଶିର ଜାତକଙ୍କୁ ପଶ୍ଚାତାପ ଥାଏ ଯେ ସେ ଯେଉଁ ରିଲେସନସିପରେ ଅଛନ୍ତି ସେ ତାଙ୍କ ଲାଇକ୍‌ର ନୁହଁନ୍ତି । ନିଜ ପୂର୍ବ ରିଲେସନକୁ ସର୍ବଦା ଭୂଲ ବୋଲି ମାନନ୍ତି ।

rashi
image credit: patrika.com

କର୍କଟ – ଏହି ରାଶିର ଜାତକ ବହୁତ କୋମଳ ହୃଦୟର ହୋଇଥାନ୍ତି । ଏମାନଙ୍କ ସହ ଯେତେ ଭୂଲ ହେଲେ ବି ଏମାନେ ନିଜ ପ୍ରିୟଜନଙ୍କୁ ଦୁଃଖ ଦେଇନଥାନ୍ତି । ଏହି କଥାର ଲୋକେ ବହୁତ ଫାଇଦା ଉଠାନ୍ତି । ଫଳରେ ଏହାକୁ ନେଇ ଏମାନେ ସର୍ବଦା ପଶ୍ଚାତାପ କରନ୍ତି ।

ସିଂହ – ଏହି ରାଶି ବହୁତ କ୍ଷିପ୍ର ପ୍ରବୃତ୍ତିର ହୋଇଥାନ୍ତି । ଯେତେବେଳେ ଏମାନେ ପ୍ରେମରେ ପଡ଼ନ୍ତି ସେମାନେ ପାର୍ଟନରଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କର ସବୁ ଭୂଲକୁ ନଜର ଅନ୍ଦାଜ କରିଦିଅନ୍ତି । ଏଥିପାଇଁ ଏମାନେ ବେଳେ ବେଳେ ନିଜ ବିଚାରଧାରାକୁ ନେଇ ପଶ୍ଚାତାପ କରିଥାନ୍ତି ।

ବିଚ୍ଛା – ଏହି ରାଶିର ଲୋକେ ସାଧାରଣତଃ ନିୟନ୍ତ୍ରଣରେ ରହିଥାନ୍ତି । ହେଲେ ଏମାନେ ସେହି ଲୋକଙ୍କ ପାଇଁ ନରମ ହୋଇଯାଆନ୍ତି ଯେଉଁମାନେ ତାଙ୍କର ହୃଦୟ ଜିତି ନିଅନ୍ତି । ଏହି ଲୋକଙ୍କର ସମ୍ପର୍କ ଭାଙ୍ଗିଥାଏ ଯେତେବେଳେ ଏମାନଙ୍କ ଏକ୍ସ ପାର୍ଟନର ନିଜର ସର୍ତ୍ତ ଅନୁସାରେ ଏହି ରାଶିର ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି । ଏମାନେ ଅନ୍ୟକୁ ନିଜ ବିଚାର ଉପରେ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ରତା ଦିଅନ୍ତି ନାହିଁ ।

କୁମ୍ଭ – ଏମାନେ ନିଜର ଏକ୍ସ ପାର୍ଟନରଙ୍କ ଡିମାଣ୍ଡ ପୁରା କରିବାର ପଶ୍ଚାତାପ ଆସିଥାଏ । ଏମାନେ ନିଜର ପାର୍ଟନରକୁ ଏତେ ମହତ୍ତ୍ୱ ଦିଅନ୍ତି ଯେ ପାର୍ଟନର ଙ୍କ କପଟ ବ୍ୟବହାରକୁ ବୁଝି ପାରନ୍ତି ନାହିଁ । ଏମାନେ ନିଜ ପାର୍ଟନରର ଅବିଶ୍ୱସନୀୟ ଡିମାଣ୍ଡ ପୂରଣ କରିବାରେ ପଶ୍ଚାତାପ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.