ବରଫରେ ଫସି ଗଲେ ମାଲିକ, ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇଲା

ସବୁବେଳେ ଆମେ ମଣିଷ ଓ କୁକୁର ଭିତରେ ଥିବା ସମ୍ପର୍କର ଉଦାହରଣ ଦେଖି ଆସୁଛୁ । କୁକୁର ଭଳି ବିଶ୍ୱସ୍ତ ପ୍ରାଣୀ ବୋଧହୁଏ ଦୁନିଆରେ ଆଉ କେହି ନାହାନ୍ତି । ଖାସ୍ କରି ମଣିଷ ପାଇଁ । ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି କ୍ରୋସିଆରୁ । ସେଠାକାର ବରଫ ପାହାଡ଼ ଭିତରେ ଜଣେ ବ୍ୟକ୍ତି ଫସି ରହି ଯାଇଥିଲେ । ତାଙ୍କୁ ତାଙ୍କର ପୋଷା କୁକରଟି ଉଦ୍ଧାର କରିଛି ।
Dog saves its owner’s life by lying on him for 13 hours until he is rescued https://t.co/hIx7TKaktT
— Daily Mail Online (@MailOnline) January 5, 2022
ଯାହା ସୂଚନା ରହିଛି କି ଗ୍ରଗା ବ୍ରିକିକ ନାମ ଜଣେ ପର୍ବତାରୋହୀ ତାଙ୍କର ଦୁଇ ଜଣ ବନ୍ଧୁ ଏବଂ ପୋଷା କୁକର ସହିତ କ୍ରୋଏସିଆର ବେଲବିଟ୍ ପର୍ବତ ଆରୋହଣ କରିବାକୁ ଯାଇଥିଲେ । ତେବେ ଏହି ଅଭିଯାନ ସମୟରେ କୌଣସି କାରଣରୁ ବ୍ରିକିକ୍ଙ୍କ ଗୋଡ଼ରେ ଆଘାତ ଲାଗିଲା । ସେ ଆଉ ଚାଲି ପାରିଲେ ନାହିଁ । ଏହା ଭିତରେ ତାଙ୍କର ଦୁଇ ବନ୍ଧୁଙ୍କ ଠାରୁ ମଧ୍ୟ ସେ ଅଲଗା ହୋଇଗଲେ । ତେବେ ସାଥୀରେ ଥିଲା କେବଳ ପୋଷା କୁକୁରଟି । ଏପଟେ ବ୍ରିକିକ୍ଙ୍କ ଦୁଇ ବନ୍ଧୁ ଫେରି ଆସି ଉଦ୍ଧାରକାରୀ ଦଳକୁ ଖବର ଦେଲେ । ସେମାନେ ଖୋଜିବା ଆରମ୍ଭ କଲେ ଏବଂ ଶେଷରେ ବ୍ରିକିକ୍ଙ୍ଗ ପାଖରେ ପହଞ୍ଚିବାରେ ସକ୍ଷମ ହେଲେ । ତେବେ ସେଠି ଯେଁଉ ଦୃଶ୍ୟ ସେମାନଙ୍କ ଆଖିରେ ପଡ଼ିଲା ସେଥିରେ ତାଙ୍କ ହୃଦୟ ତରଳିଗଲା । କୁକୁରଟି ତାର ମାଲିକ ଉପରେ ବସିଥିଲା । ବରଫ ଭିତରେ ଏତେ ଥଣ୍ଡାରେ ବ୍ରିକିକ୍ଙ୍କ ଦେହ ଶୀତଳ ହୋଇ ଯାଉଥିଲା । ତେଣୁ ତାଙ୍କୁ ଉଷୁମ ଦେବା ପାଇଁ କୁକୁରଟି ଏମିତି କରୁଥିଲା । ନଚେତ ସେଇଠି ପଡ଼ି ପଡ଼ି ବ୍ରିକିକ୍ଙ୍କର ମୃତ୍ୟୁ ହୋଇଯିବାର ସମ୍ଭାବନା ଥିଲା । ପ୍ରାୟ ୧୩ ଘଣ୍ଟା ଧରି କୁକୁରଟି ତାର ମାଲିକକୁ ଏମିତି ଭାବରେ ସେବା ଦେଇଥିଲା ।
ବ୍ରିକିକ୍ଙ୍କ କୁକୁର ନାଁ ହେଉଛି ନର୍ଥ । ସେ ଆଲାସ୍କା ଅଞ୍ଚଳରେ ଦେଖା ଯାଉଥିବା ମାଲାମ୍ୟୁଟ୍ ପ୍ରଜାତିର କୁକୁର । କ୍ରୋଏସିଆ ମାଉଣ୍ଟେନ ରେସକ୍ୟୁ ସର୍ଭିସ ପକ୍ଷରୁ ସେହି ସମୟର ଫଟୋ ଉଠାଯାଇ ଟୁଇଟର୍ରେ ସେୟାର କରାଯାଇଛି । ମଣିଷ ଓ କୁକୁରର ବନ୍ଧୁତା ଯେ କେତେ ନିବିଡ଼, ଇଏ ହେଉଛି ତାର ଉଦାହରଣ ବୋଲି ଏଥିରେ ଲେଖା ଯାଇଛି । ପରେ ବ୍ରିକିକ୍ ମଧ୍ୟ ପୂରା ଘଟଣା ବୟାନ କରି କହିଛନ୍ତି କି ଏଇ ଛୋଟିଆ କୁକୁରଟି ମୋତେ ପୁନର୍ଜନ୍ମ ଦେଇଛି ।