କରୋନାରୁ ନିଜକୁ ବଞ୍ଚେଇବାର ଅଛି ତ ଶୋଇବା ପୂର୍ବରୁ ବାସ୍‌ କରନ୍ତୁ ଏହି ୧ ମିନିଟ୍‌ର କାମ

ଶୀତ ଋତୁରେ ଯଦି ଖାଦ୍ୟପେୟ ଠିକ୍ ରୁହେ, ତା’ ହେଲେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହି ପାରିବା। ସାଧାରଣତଃ ଫିଟ୍ ରହିବା ପାଇଁ ବିଭିନ୍ନ ପ୍ରକାରର ଟିପ୍ସ ଆପଣା ଯାଇଥାଏ। ଏପରି ସ୍ଥିତିରେ ଆପଣ ଜାଣିବା ଉଚିତ୍ ଯେ ଗରମ ପାଣି ପିଇବାର ଲାଭ କ’ଣ ହୋଇପାରେ। ଯଦି ଆମେ ହାଲୁକା ଉଷୁମ ପାଣି ପିଇବା, ତା’ହେଲେ ଏହାର ଲାଭ ଦ୍ୱିଗୁଣିତ ହୋଇଯିବ। ଏମିତିରେ ଆମକୁ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍। କୁହାଯାଏ କି, ରାତିରେ ଶୋଇବା ପୂର୍ବରୁ ୧ ଗ୍ଲାସ ଉଷୁମ ପାଣି ପିଇଲେ ଆପଣ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଲାଭ ପାଇ ପାରିବେ। ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇବାର କ’ଣ ଲାଭ ମିଳିଥାଏ?

ଶରୀରକୁ ରଖିଥାଏ ହାଇଡ୍ରେଟେଡ୍‌

ଆମ ସମସ୍ତଙ୍କୁ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ଉଷୁମ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍। ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ୧ ଗ୍ଲାସ୍ ଗରମ ପାଣି ପିଇବେ, ତା’ ହେଲେ ଏହାର ଅନେକ ଲାଭ ରହିଛି। ଏହାଦ୍ୱାରା ଶରୀର ହାଇଡ୍ରେଟେଡ୍‌ ରହିଥାଏ ଏବଂ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆସିଥାଏ। ଏହା ଆମ କୋଷିକାଗୁଡ଼ିକୁ ପୋଷଣ ପ୍ରଦାନ କରିବାରେ ସହାୟକ ହୋଇଥାଏ।

ମୁଡ୍‌କୁ ଠିକ୍‌ ରଖିଥାଏ

ଯଦି ଆପଣଙ୍କ ମୁଡ୍‌ ଠିକ୍‌ ନାହିଁ, ତା’ ହେଲେ ଗରମ ପାଣିରୁ ବହୁତ ଫାଇଦା ମିଳି ପାରିବ। ଏହା ଦ୍ୱାରା ଆପଣଙ୍କ ମୁଡ୍‌ ଠିକ୍‌ ରହିବ। କୁହାଯାଏ, ଜଳର ଅଭାବରେ ଆପଣଙ୍କ ମୁଡ୍‌ ନକାରାତ୍ମକ ହୋଇଯାଏ। ଏଥିପାଇଁ ଅଧିକରୁ ଅଧିକ ପାଣି ଆପଣଙ୍କୁ ପିଇବା ଉଚିତ୍। ଏହା ମୁଡ୍‌କୁ ଶାନ୍ତ ରଖିବା ଏବଂ ସକାରାତ୍ମକ କରିବାରେ ସହାୟକ ହୋଇଥାଏ।

ମେଟାବୋଲିଜିମ୍ ଏବଂ ହଜମ ପ୍ରକ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ

ଗରମ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୋଇଥାଏ। ଗରମ ପାଣିରେ ଆପଣଙ୍କ ମେଟାବୋଲିଜିମ୍ ବଢ଼ିଥାଏ। ଏଥି ସହିତ ଓଜନ ହ୍ରାସ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଏହା ବ୍ୟତୀତ ହଜମ ପ୍ରକ୍ରିୟାକୁ ମଜଭୁତ କରିବାରେ ବି ଗରମ ପାଣି ପିଇବାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଗରମ ପାଣି ପିଇବା ଦ୍ୱାରା ପାଚନ ସାଙ୍ଗକୁ ରକ୍ତ ପ୍ରବାହ ବଢ଼ିଥାଏ ଏବଂ ମାଂସପେଶୀକୁ ଆରାମ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.