ଆଇନଗତ ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗ୍ୟାଙ୍ଗ ରେପ, ବଳାତ୍କାରୀ ମଧ୍ୟରେ ଓକିଲ ସାମିଲ

ବର୍ତ୍ତମାନ ଦିନକୁ ଦିନ ଯୁଗ ଯେତେ ବଦଳୁଛି ସେତିକି ମାତ୍ରାରେ ବଢିବାରେ ଲାଗିଛି ଅନ୍ୟାୟ ଓ ଅତ୍ୟାଚାର । ଏମିତିକି ଯିଏ ଅଇନ ର ରକ୍ଷା କରିବା କଥା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କଥା ସେମାନେ ହିଁ ପାଲଟି ଯାଉଛନ୍ତି କାକ୍ଷସ । କହିବାକୁ ଗଲେ ଏବେ ଗକ୍ଷକ ସାଜୁଛି ଭକ୍ଷକ । ଯାହାର ଜ୍ୱଳନ୍ତ ଉଦାହରଣ ଦିନକୁ ଦିନ ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ଯାହାପାଇଁ ପୋଲିସ ବର୍ଦିର୍ ଉପରୁ ମଧ୍ୟ ସାଧାକଣ ଲୋକଙ୍କର ଭରସା ଉଠିଯାଉଛି । ସେମିତି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ନୋଇଡା ସେକ୍ଟର ୨ ରେ । ଜଣେ ମହିଳା ଗ୍ୟାଙ୍ଗ୍‌ ରେପ ର ଶୀକାର ହୋଇଛନ୍ତି । ପୁଣି ରେପ କରିଥିବା ୪ ଆସାମି ମଧ୍ୟରେ ସାମିଲ ଅଛି ଜଣେ ଓକିଲ ।

ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ବେଲ ବାବଦରେ ଆଇନ ଗତ ସାହାଯ୍ୟା ପାଇବା ପାଇଁ ଓକିଲୋଙ୍କ ପାଖକୁ ଯାଇଥିଲେ । ତେବେ ଏହି ଘଟଣା ଘଟିଥିଲା ୨୦୨୧ ମସିହା ଅକ୍ଟୋବର ମାସରେ । ଏହାପରେ ହରିୟାଣାର ବଲ୍ଲଭଗଡ ଠାରେ ମହିଳା ଜଣଙ୍କ ନିଜ ଉପରେ ହୋଇଥିବା ଅତ୍ୟାଚାର ଉପରେ କେସ ଫାଇଲ କରିଥିଲେ । ଏହାପରେ ବି ତାଙ୍କ ସେକ ସେକ୍ଟର ୨୦ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଘଟଣାର ତଦନ୍ତ ଚାଲିଛି। ତେବେ ମହିଳା ଜଣକ ତାଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି ଯେ ଓକିଲ ତାଙ୍କୁ ସାହାଯ୍ୟ କରିବା ବାହାନା କରି ନୋଏଡାସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ, ଯେଉଁଠାରେ ସେ ଏବଂ ଓକିଲର ଅନ୍ୟ ତିନିଜଣ ସାଙ୍କ ମିଶି ତାଙ୍କୁ ବଳାତ୍କାର କରିଥିଲେ। ପୁଣି ବଳାତ୍କାରୀମାନେ ଏହି ଜଘନ୍ୟ ଅପରାଧର ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ ଓ ମହିଳା ଜଣଙ୍କୁ ଧମକ ଦେଇଥିଲେ ଯେ ଯଦି ସେ କାହାକୁ ଏହି ବିଷୟରେ କହିବେ ତେବେ ତାଙ୍କ ଭିଡିଓକୁ ଭାଇରାଲ କରାଯିବା ସହ ତାଙ୍କୁ ଜୀବନରୁ ମାରିଦିଆଯିବ ।