ହେଲିକପ୍ଟର ସାହାଯ୍ୟରେ ରାସ୍ତା ସଫା କଲେ ପାଇଲଟ୍, ତଳୁ କୃତଜ୍ଞତା ଜଣାଇଲେ ସଫେଇ କର୍ମଚାରୀ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ନୂଆ ନୂଆ ଭିଡିଓ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖି ମଜା ଲାଗେ ତ ଆଉ କିଛି ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଭିଡିଓରେ ପାଇଲଟ ହେଲିକପ୍ଟରରେ ରାସ୍ତାରେ ସଫା କରୁଥିବା ଦେଖାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ ହେଲିକପ୍ଟରରେ ପାଇଲଟ୍ ରାସ୍ତା ସଫା କରୁଥିବା ଦେଖି ସଫେଇ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ। ଭିଡିଓରେ ଦେଖାଯାଇଛି ଯେ ଏକ ହେଲିକପ୍ଟର ରାସ୍ତାରେ ପଡ଼ିଥିବା ପତ୍ରକୁ ସଫା କରୁଛି। ଏଥିରେ ଜଣେ ସଫେଇ କର୍ମଚାରୀ ମଧ୍ୟ ଝାଡ଼ୁ ଧରି ଠିଆ ହୋଇଥିବା ନଜର ଆସୁଛି।
ଦେଖନ୍ତୁ ଭିଡିଓ:
View this post on Instagram
ଭିଡିଓରେ ଦେଖାଯାଇଛି ଯେ ହେଲିକପ୍ଟରର ପାଇଲଟ୍ ସଫେଇ କର୍ମୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଏଣୁ ରାସ୍ତାରେ ପଡ଼ିଥିବା ଅଳିଆ ସଫା କରି ଦେଉଛନ୍ତି। ହେଲିକପ୍ଟର ପାଇଲଟ୍ଙ୍କ ଏହି ସାହାଯ୍ୟ ପରେ ସଫେଇ କର୍ମଚାରୀଙ୍କ ଓଠରେ ହସ ଖେଳି ଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ ହେଲିକପ୍ଟରରୁ ସୁଟିଂ କରାଯାଇଛି। ଆକାଶରେ ଉଡ଼ୁଥିବା ବେଳେ ପାଇଲଟ୍ ଏହି ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।