ଆମ୍ବେଦକର ନୁହେଁ ଏହି ବ୍ୟକ୍ତି ନିର୍ଭୁଲ ଭାବେ ହାତରେ ଲେଖିଥିଲେ ସମ୍ବିଧାନ, ନେଇନଥିଲେ କୌଣସି ପାରିଶ୍ରମିକ
ଜାନୁଆରୀ ୨୬, ୧୯୫୦ରେ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା। ସମ୍ବିଧାନ କଥା ସାମ୍ନାକୁ ଆସିବା ପରେ ପ୍ରଥମ ନାମ ଡା. ଭୀମରାଓ ଆମ୍ବେଦକରଙ୍କର ଆସିଥାଏ । ସମସ୍ତେ ଭାବୁଛନ୍ତି ଭାରତୀୟ ସମ୍ବିଧାନର ପ୍ରଣେତା ହେଉଛନ୍ତି ଡା. ଭୀମରାଓ ଆମ୍ବେଦକର । ତାଙ୍କୁ ଲୋକେ ଭାରତୀୟ ସମ୍ବିଧାନର ପ୍ରଣେତା ବୋଲି କହୁଛନ୍ତି। କିନ୍ତୁ ପ୍ରକୃତରେ ଭୀମରାଓ ଆମ୍ବେଦକର ସମ୍ବିଧାନ ଲେଖିନାହାନ୍ତି ।
ଡା. ଭୀମରାଓ ଆମ୍ବେଦକର ସମ୍ବିଧାନର ଡ୍ରାଫ୍ଟିଂ ସମିତିର ଅଧ୍ୟକ୍ଷ ରହିଥିଲେ । ଏହି କାରଣ ଯୋଗୁଁ ତାଙ୍କୁ ସମ୍ବିଧାନର ପ୍ରଣେତା ବୋଲି କୁହାଯାଏ । କିନ୍ତୁ ଭାରତୀୟ ସମ୍ବିଧାନ ଲେଖିଥିବା ବ୍ୟକ୍ତି ହେଉଛନ୍ତି ପ୍ରେମ ବିହାରୀ ନାରାୟଣ ରାୟଜାଦା । ସେ ନିଜ ହାତରେ ସମ୍ବିଧାନ ଲେଖିଛନ୍ତି ।
ପ୍ରେମ ବିହାରୀ ନାରାୟଣ ରାୟଜାଦାଙ୍କ ଜନ୍ମ ୧୯୦୧ ରେ ଦିଲ୍ଲୀରେ ହୋଇଥିଲା । ଆଉ ଭାରତୀୟ ସମ୍ବିଧାନକୁ ସେ ବିନା କୌଣସି ଟାଇପ ରାଇଟର ସହାୟତାରେ ନିଜ ହାତରେ ଲେଖିଥିଲେ । କୌଣସି ଭୁଲ୍ ନ କରି ସେ ହାତରେ ସମ୍ବିଧାନ ଲେଖିଛନ୍ତି । ପ୍ରେମ ବିହାରୀ ନାରାୟଣ ରାୟଜାଦାଙ୍କ ଜେଜେ ରାମପ୍ରସାଦ ଇଂରେଜ ଏବଂ ଫରାସୀର ଜଣାଶୁଣା ବିଦ୍ୱାନ ଥିଲେ । ପ୍ରେମ ବିହାରୀ ନିଜ ଜେଜେଙ୍କ ଠାରୁ ଲେଖିବାର କଳା ଶିଖିଛନ୍ତି। ନିଜ ବାପା ମା’ ମୃତ୍ୟୁ ପରେ ରାୟଜାଦା ନିଜ ଚାରି ଭାଇଙ୍କର ଲାଳନପାଳନ କରିଥିଲେ ।
ସମ୍ବିଧାନ ପ୍ରସ୍ତୁତ ହେବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ପ୍ରେମ ବିହାରୀ ନାରାୟଣ ରାୟଜାଦାଙ୍କ ସହିତ ସାକ୍ଷାତ କରି ତାଙ୍କୁ ସମ୍ବିଧାନ ଇଟାଲିକ୍ରେ ଲେଖିବାକୁ କହିଥିଲେ। ଏହି କାମ ଦେବା ପରେ ରାୟଜାଦାଙ୍କୁ ଏହାର ପାରିଶ୍ରମିକ ଦେବାକୁ ମଧ୍ୟ ପଚାରିଥିଲେ। କିନ୍ତୁ ରାୟଜାଦା କହିଥିଲେ, ସମ୍ବିଧାନ ପେଜରେ ମୋ ନାମ ନୁହେଁ ମୋ ବାପାଙ୍କ ନାମ ଲେଖିବାକୁ ଚାହୁଁଛି ।
ସରକାର ପ୍ରେମ ରାୟଜାଦା ଇଚ୍ଛା ମାନିଥିଲେ । ସମ୍ବିଧାନ ଲେଖିବା ପାଇଁ ହାତ ତିଆରି କାଗଜ ପୁନେରୁ ଆସିଥିଲା। ସମ୍ବିଧାନ ଲେଖିବା ପାଇଁ ରାୟଜାଦା ୩୦୩ ନିବ ହୋଲଡର କଲମ ଏବଂ ୨୫୪ ବୋତଲ ସ୍ୟାହି ବ୍ୟବହାର ହୋଇଥିଲା। ସମ୍ବିଧାନ ଲେଖିବା ପାଇଁ ୬ ମାସ ସମୟ ଲାଗିଥିଲା ।