ଅସହାୟଙ୍କ ପାଇଁ ନିଜ ହାତରେ ଖାଇବା ତିଆରି କଲେ ପ୍ରିନ୍ସ ଉଇଲିୟମ ଓ କେଟ ମିଡଲଟନ, ଦେଖନ୍ତୁ ଭିଡିଓ

ମାନବିକତା ଓ ପରୋପକାର ଠାରୁ ଆଉ ଭଲ ସ୍ଵଭାବ କିଛି ନାହିଁ। ଏହାର ଉଦାହରଣ ଏବେ ସୋସିଆଲ ମିଡିଆରେ ପ୍ରିନ୍ସ ଉଇଲିୟମ ଓ କେଟ ମିଡଲଟନଙ୍କ ଠାରେ ଦେଖିବାକୁ ମିଳିଛି। ଉଭୟ ନିକଟରେ ସ୍କଟଲ୍ୟାଣ୍ଡରେ ଶିଖଙ୍କ ପରୋପକାର ସଂସ୍ଥା ଶିଖ ସଂଯୋଗରେ ସାମିଲ ହୋଇ ଇଡନବର୍ଗର ଅସହାୟ ଲୋକଙ୍କ ପାଇଁ ଖାଇବା ତିଆରି କରିଛନ୍ତି। ଏହି ରାଜପରିବାରର ଯୋଡ଼ି ଅସହାୟଙ୍କ ପାଇଁ ନିଜ ସମର୍ଥନ ଜଣାଇଛନ୍ତି।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡ଼ିଓରେ ଉଭୟ ଖାଦ୍ୟ ରାନ୍ଧୁଥିବା ଦେଖିବାକୁ ମିଳିଛି। ଡ୍ୟୁକ ଓ ଡଚେସ ଅଫ କେମ୍ବ୍ରିଜ ଅଟା ଗୁଳା କରି ସେଥିରେ ରୁଟି ବେଲି ସେକୁଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

ଅସହାୟଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଥିବାରୁ ଶିଖ ସଂଯୋଗ ସଂସ୍ଥା ମଧ୍ୟ ଏହି ରାଜକୀୟ ଯୋଡ଼ିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେମାନେ ଏଭଳି ସମର୍ଥନ ଦେଉଥିବେ ବୋଲି ଆଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.